ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ବାପା ହେବେ ବିରାଟ ! ବିରୁଷ୍କା ଆଉ ଜଣେ ସନ୍ତାନକୁ ଓ୍ବେଲକମ୍‌ କରିବାକୁ ପ୍ରସ୍ତୁତ ଥିବା କହିଲେ ଡିଭିଲିୟର୍ସ

Image Courtesy: koimoi

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାରି ରହିଛି । କିନ୍ତୁ  ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଷ୍ଟାର ବ୍ୟାଟର ବିରାଟ କୋହଲି ନିଜ ନାମ ପ୍ରତ୍ୟାହାର କରିନେଇଥିଲେ । ବ୍ୟକ୍ତଗତ କାରଣ ଯୋଗୁ କୋହଲି ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଥିଲା । ଏବେ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ କୋହଲି ଫେରିବେ କି ନାହିଁ ସସପେନ୍ସ ଜାରି ରହିଛି । ପ୍ରଥମେ ବିରାଟଙ୍କ ମା ଅସୁସ୍ଥ ଅଛନ୍ତି ବୋଲି କୁହାଯାଉଥିଲା । ହେଲେ ପରେ ବିରାଟ କୋହଲିଙ୍କ ଭାଇ ବିକାଶ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠିଥିଲା ଯେ, ବିରାଟ କୋହଲି କାହିଁକି ନିଜ ନାମ ପ୍ରତ୍ୟାହାର କରିଥିଲେ ।

ଏହା ଉପରେ ଏବେ ବଡ଼ ସୂଚନା ମିଳିଛି । ପ୍ରକୃତରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ବାପା-ମା ହେବାକୁ ଯାଉଛନ୍ତି । ଆଉ ଏହି ଖବର ଦେଇଛନ୍ତି ବିରାଟ କୋହଲିଙ୍କ ଖାସ ବନ୍ଧୁ ଏବି ଡିଭିଲିୟର୍ସ । ଏବି ନିଜ ୟୁଟ୍ୟୁବ ଚ୍ୟାନଲରେ କହିଛନ୍ତି ଯେ, ନିକଟରେ ବିରାଟଙ୍କ ସହ ତାଙ୍କ ଆଲୋଚନା ହୋଇଛି । ବିରାଟ କୋହଲି ନିଜ ଫ୍ୟାମିଲି ସହ ଅଛନ୍ତି । ଏହା ସହ ବିରାଟ କୋହଲି ଦ୍ବିତୀୟ ଥର ବାପା ହେବାକୁ ଯାଉଛନ୍ତି । ତେଣୁ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି ବୋଲି  ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ କହିଛନ୍ତି ।




ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରଥମ ଥର ୨୦୨୧ରେ ବାପା ମା ହୋଇଥିଲେ । ଅନୁଷ୍କା ଜଣେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଝିଅଙ୍କ ନାମ ଭାମିକା । ଏବେ ଡିଭିଲିୟର୍ସଙ୍କ କଥାକୁ ବିଶ୍ବାସ କଲେ ଏହି ସେଲିବ୍ରିଟି କପଲ୍ ଆଉ ଏକ ସନ୍ତାନକୁ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି ।

  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.