ଭୁବନେଶ୍ୱର,୦୧/୧୦:ଉତ୍ସାହ ଉଦ୍ଦୀପନାର ସହ ଚାଲିଛି ମା’ ଜଗତଜନନୀଙ୍କପୂଜା । ମା’ ଅମ୍ବିକାଙ୍କ ଦର୍ଶନ ପାଇଁ ରାଜଧାନୀ ଶ୍ରଦ୍ଧାଳୁମୟ ହୋଇପଡ଼ିଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମା’ଙ୍କ ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଛି ।ମଙ୍ଗଳବାର ଥିଲା ମହା ଅଷ୍ଟମୀ । ଅଷ୍ଟମୀରେ ମହିଳାମାନେ ଅଷ୍ଟମୀବ୍ରତ ପାଳନ କରିବା ସହଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ।ସେପଟେ ମୃଣ୍ମୟ ମୂର୍ତ୍ତି ନିକଟରେ ସପ୍ତଶତୀ ଚଣ୍ଡୀପାଠ ଚାଲିଛି । ଘୃତଯଜ୍ଞରେ ପ୍ରକମ୍ପିତ ହେଉଛି ସାରା ସହର । ମଣ୍ଡପରେ ମା’ଙ୍କ ପାଖରେ ସ୍ୱତନ୍ତ୍ରଭୋଗ ମଧ୍ୟ ଲାଗି ହୋଇଥିଲା । ବିଶେଷକରି ଖେଚୁଡି ଓ କାକରା ପିଠା ଅର୍ପଣ କରାଯାଇଥିଲା ।ଏହି ଭୋଗ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ପ୍ରବଳ ଗୁଳୁଗୁଳି ସତ୍ତେ୍ୱ ଭକ୍ତମାନେ ଦିନସାରା ମଣ୍ଡପ ବୁଲିଥିଲେ । ରାତିରେ ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଓଲିଉଡ୍‌ର ସେଲିବ୍ରିଟି କଣ୍ଠଶିଳ୍ପୀମାନେ ମଞ୍ଚରେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ କରିଥିଲେ ।

ଭିଡ଼ ଯୋଗୁ ରାସ୍ତା ଓ ମଣ୍ଡପ ପରିସରରେପ୍ରବଳ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ସ୍ୱେଚ୍ଛାସେବୀ ଓ ପୁଲିସନାକେଦମ ହୋଇଥିଲେ । ବୁଧବାର  ଅର୍ଥାତ ଆଜି ମଣ୍ଡପରେ ମହାନବମୀ ଓ ଗୁରୁବାର ବିଜୟା ଦଶମୀ ପାଳନ ହେବ । ନବମୀ ଅବସରରେ ପୁଷ୍ପାଞ୍ଜଳି ଦିଆଯିବ । ଦଶମୀରେ ଅପରାଜିତା ପୂଜା, ସୋମନାଥ ବ୍ରତ, ବିଜୟାହୋମ, ପୂଜାନ୍ତେ ଘଟ ବିସର୍ଜନ ହେବ । ଦଶହରା ଅବସରରେ କେତେକ ପୂଜା ମଣ୍ଡପରେ କୁମାରୀପୂଜା, ସିନ୍ଦୁର ଖେଳ ଆକର୍ଷଣ ପାଲଟିବ ।ଏଥିସହ ମା’ଙ୍କ ପାଖରେ ସ୍ୱତନ୍ତ୍ର ଦହି ପଖାଳଲାଗିହେବ । ଦଶମୀ ରାତିରେ ବରମୁଣ୍ଡା,ନହରକଣ୍ଟା, କୋରଡକଣ୍ଟା, ବାଙ୍କୁଆଳ,ଗୋପାଳପୁର, କିଟ୍‌ସ ରୋଡ୍‌ ଓ କପିଳପ୍ରସାଦଖେଳପଡ଼ିଆ ୭ଟି ସ୍ଥାନରେ ରାବଣପୋଡ଼ି ମୁଖ୍ୟଆକର୍ଷଣ ସାଜିବ । ଶାରଦୀୟ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ । ଜନ୍ମମାଟି କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମହାଅଷ୍ଟମୀରେ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ।

ସେ କହିଛନ୍ତି, ମା’ ଜଗତଜନନୀଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳକାମନା କଲି ।ମା’ଙ୍କ ପୂଜାରେ ସାମିଲ ହେବା ଏକ ଦିବ୍ୟ ଅନୁଭବ । ସମସ୍ତଙ୍କ ଉପରେ ମା’ଙ୍କ କୃପା ରହୁ ।ମା’ଙ୍କ କରୁଣା ଦେଶବାସୀଙ୍କ ଉପରେ ରହୁ: କେନ୍ଦ୍ରମନ୍ତ୍ରୀ ପବିତ୍ର ମହାଷ୍ଟମୀ ଅବସରରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଶକ୍ତି ଓ ସାହସର ଦେବୀ ମା’ମହାମାୟାଙ୍କ ଆଶୀର୍ବାଦ ପାଇ ସମସ୍ତଙ୍କ ଜୀବନସୁଖ, ସମୃଦ୍ଧି ଓ ଶାନ୍ତିରେ ଅତିବାହିତ ହେଉ ।ଭିଡିଓ ବାର୍ତ୍ତାରେ ନବୀନଙ୍କ ଶୁଭେଚ୍ଛାଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତାନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁଶୁଭେଚ୍ଛା ଜଣାଇଛନ୍ତି । ଭିଡିଓ ବାର୍ତ୍ତା ଜାରିକରିସେ କହିଛନ୍ତି, ପ୍ରିୟ ଭାଇ ଓ ଭଉଣୀମାନେ ।ପବିତ୍ର ଦଶହରା ଅବସରରେ ଆପଣଙ୍କୁ ମୋରଶୁଭେଚ୍ଛା ଜଣାଉଛି । ଅସତ୍ୟ ଉପରେ ସତ୍ୟରବିଜୟ ହେଉଛି ଦଶହରାର ବାର୍ତ୍ତା । ଆସନ୍ତୁଏହି ପବିତ୍ର ଅବସରରେ ଅନ୍ୟାୟ, ଅନୀତି,ଅତ୍ୟାଚାର ବିରୋଧରେ ଲଢେଇକୁ ଜୋରଦାରକରିବା ପାଇଁ ମା’ଙ୍କୁ କାମନା କରିବା ।ଛତର ଯାତ୍ରାରେ ରାଜ୍ୟବାସୀଙ୍କସମୃଦ୍ଧି କାମନା କଲେ ଭକ୍ତକଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ମା’ମାଣିକେଶ୍ୱରୀଙ୍କପ୍ରସିଦ୍ଧ ଛତର ଯାତ୍ରାରେ ସାମିଲ ହୋଇଛନ୍ତିପିସିସି ସଭାପତି ଭକ୍ତଚରଣ ଦାସ । ଏଅବସରରେ ଭକ୍ତ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଛତରଯାତ୍ରାରେ ସାମିଲ ହୋଇ ମା’ଙ୍କ କରୁଣା ଲାଭକଲି । ଏଥିସହ ସେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧିପାଇଁ ମା’ ମାଣିକେଶ୍ୱରୀଙ୍କ ନିକଟରେ ପ୍ରାର୍ଥନାକରିଛନ୍ତି । ମା’ଙ୍କ କୃପା ସମସ୍ତଙ୍କ ଉପରେ ରହୁ ।ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉବୋଲି ସେ କାମନା କରିଛନ୍ତି ।