ଚାନ୍ଦବାଲି, ୬/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଡିଗ୍ରୀ କଲେଜ ପଛପଟୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର। ଯୁବକଙ୍କ ପେଟ ଓ ମୁହଁରେ କ୍ଷତ ଚିହ୍ନ ରହିଥିବା ବେଳେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ନିକଟରୁ ଏକ ପ୍ଲମ୍ଵର କାର୍ଡ ମିଳିଛି। ଚାନ୍ଦବାଲି ପୁଲିସ ଏବଂ ମତୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
ସୂଚନାନୁଯାୟୀ, ଚାନ୍ଦବାଲି ଥାନା ମତୋ ଡିଗ୍ରୀ କଲେଜ ପଛପଟେ ଜଣେ ଯୁବକଙ୍କ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ଏବଂ ମତୋ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ନିକଟରୁ ଏକ ପ୍ଲମ୍ଵର କାର୍ଡ ମିଳିଛି। ମୃତକ ଜଣଙ୍କ ଚାନ୍ଦବାଲି ଥାନା ଉତୁକୁଡା ପଞ୍ଚାୟତ ନଳିତା ଗଡିଆ ଗାଁର ପ୍ରଫୁଲ୍ଲ ବଳଙ୍କ ପୁଅ ଆଲୋକ ବଳ ବୋଲି ଜଣାପଡ଼ିଛି। ସେ ବମ୍ବେରେ ପାଣି ପାଇପ୍ କାମ କରନ୍ତି। ଏକ ମାସ ହେବ ଘରକୁ ଆସିଥିବା ବେଳେ ତିନି ଦିନ ହେଲା ନିଖୋଜ ଥିଲେ। ଆଜି ମତୋ ଡିଗ୍ରୀ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପେଟ ଓ ମୁହଁରେ କ୍ଷତ ଚିହ୍ନ ରହିଥିବାରୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।