ଗାଜିଆବାଦ : ଗାଜିଆବାଦରୁ ଏକ ନିଆରା ଖବର ସାମ୍ନାକୁ ଆସିଛି। ଏଠାରେ ଡ୍ରେନରୁ ନିର୍ଗତ ମିଥେନ୍ ଗ୍ୟାସ୍ ରୋଷେଇ ପାଇଁ ସଂଗ୍ରହ କରାଯାଉଛି। ଏହି ଦାବି କରିଛନ୍ତି ବ୍ରିଜ ବିହାରର ହେମନ୍ତ ଭରଦ୍ୱାଜ। ସେ କହିଛନ୍ତି - ସାହିବାବାଦ ଶିଳ୍ପ କ୍ଷେତ୍ର ସାଇଟ୍ ୪ର ଡ୍ରେନ୍ରେ ଡ୍ରମ୍ ଓ ପାଇପ୍ ଲଗାଇ ଗ୍ୟାସ୍ ବାହାର କରି ଥିବା କଥା କହିଛନ୍ତି। ସେ କହିଛନ୍ତି ଯେ, ଏଲପିଜି ସଙ୍କଟ ସମୟରେ ଶ୍ରମିକ ବର୍ଗଙ୍କ ପାଇଁ ଏହା ବଡ଼ ଆଶ୍ୱିସ୍ତିକର ହୋଇପାରେ।
ସାଇଟ୍-୪ର ଡ୍ରେନ୍ ବା ନାଳ ସହରର ସବୁଠୁ ବଡ଼ ନାଳ ମଧ୍ୟରୁ ଗୋଟିଏ, ଯେଉଁଠାକୁ ସବୁ ଶିଳ୍ପ ୟୁନିଟ୍ ଗୁଡ଼ିକରୁ ଅଳିଆ ସବୁ ଯାଇଥାଏ। ଡ୍ରେନ୍ ପାଖରେ ବୃଜ ବିହାରର ଏ-ବ୍ଲକ୍ରେ ରହୁଥିବା ହେମନ୍ତ ଭରଦ୍ୱାଜ ଡ୍ରେନ୍ରେ ଚାରୋଟି ଡ୍ରମ୍ ଲଗାଇଛନ୍ତି। ହେମନ୍ତଙ୍କ କହିବାନୁସାରେ , ସେ ଏହି ପ୍ରୟୋଗ ପ୍ରାୟ ୧୦ ବର୍ଷ ପୂର୍ବେ କରି ଥିଲେ। ଏଥିରେ ସେ ଡ୍ରେନ୍ ପାଖରେ ଅଟଳ ମଶାଲ ଜଳାଉ ଥିଲେ। ବର୍ତ୍ତମାନର ସଙ୍କଟକୁ ଦୃଷ୍ଟିରେ ରଖି ସେ ପୁନର୍ବାର ଗ୍ୟାସ୍ର ବ୍ୟବସ୍ଥା କରିଛନ୍ତି।
ଡ୍ରମର ଖୋଲା ମୁଣ୍ଡଗୁଡ଼ିକୁ ଡ୍ରେନ୍ ଭିତରକୁ ଗଭୀର ଭାବରେ ଚାପି ଦିଆ ଯାଇଛି। ପ୍ରତ୍ୟେକ ଡ୍ରମର ଉପର ଢାଙ୍କଣରେ ଏକ ପାଇପ୍ ଦୃଢ଼ ଭାବରେ ଲଗା ଯାଇଛି। ଚାରୋଟି ଡ୍ରମ୍କୁ ଏକ ଲାଇନ ସହିତ ସଂଯୋଗ କରି ଏହାକୁ ତାଙ୍କ ଘର କାନ୍ଥ ପାଖରେ ରଖାଯାଇଥିବା ଏକ ବର୍ନର ସହିତ ସଂଯୋଗ କରାଯାଇଛି। ହେମନ୍ତ କୁହନ୍ତି ଯେ, ଡ୍ରେନ୍ରୁ ବାହାରୁ ଥିବା ମିଥେନ୍ ଗ୍ୟାସ୍ ଯେତେ ଯେତେ ଡ୍ରମ୍ରେ ପୂରଣ ହୁଏ, ସେତେବେଳେ ଏହା ଉପରକୁ ଉଠି ଥାଏ। ଡ୍ରମ୍ଟି ଯେପରି ଖସି ନପଡ଼ିବ, ଏଥିପାଇଁ ଏହାକୁ ଏକ କେଜ୍ ସହ ସଂଯୋଗ କରାଯାଇଛି।
ତାଙ୍କ ମୁତାବିକ୍, ୨୪ ଘଣ୍ଟାରେ ଗୋଟଏ ଡ୍ରମ୍ରୁ ଅଧ ଘଣ୍ଟା ଯାଏ ବ୍ୟବହାର ପାଇଁ ଗ୍ୟାସ୍ ମିଳି ଯାଏ। ସେ ଏହାକୁ ରୋଷେଇ ଏବଂ ଚା ତିଆରି କରିବା ପାଇଁ ବ୍ୟବହାର କରୁଛନ୍ତି। ଅନ୍ୟପଟେ ବିଶେଷଜ୍ଞମାନେ ଏହାକୁ ନେଇ କହିଛନ୍ତି, ଏହି ଉପାୟରେ ମିଥେନ ଗ୍ୟାସର ବ୍ୟବହାର କରାଯାଇ ପାରିବ, କିନ୍ତୁ ଏହା ବିପଜ୍ଜନ ହୋଇପାରେ। ଏହା ବ୍ୟତୀତ, ଏହି ଗ୍ୟାସ୍ ବ୍ୟବହାର କରିବା ଦ୍ୱାରା ଆଖପାଖ ଅଞ୍ଚଳରେ ଏକ ଦୁର୍ଗନ୍ଧ ବ୍ୟାପି ଥାଏ।
ହେମନ୍ତ ଭରଦ୍ୱାଜ କୁହନ୍ତି ଯେ, ଆବଶ୍ୟକ ହେଲେ, ଶିଳ୍ପ କ୍ଷେତ୍ରରେ ଶ୍ରମିକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସେ ସମାନ ବ୍ୟବସ୍ଥା କରିବେ।