ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାଇକ୍‌ ଧକ୍କାରେ ପ୍ରାଣ ହରାଇଲେ ଯୁବକ, ଜଣେ ଅଟକ

Published By : Harapriya Sethi | October 31, 2024 3:08 PM

ସଇଁତଳା,୩୧ା୧୦: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଅଜିତ ରଣା (୩୧) ବୋଲି ଜଣାପଡ଼ିଛି । ଧକ୍କା କରିଥିବା ବ୍ୟକ୍ତି ରମେଶ ବିଶାଳ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ଘଟାଇ ଅଭିଯୁକ୍ତ ରମେଶ ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ ଅଟକ ରଖିଛି । ବଲାଙ୍ଗୀର ଜିଲା ସଇଁତଳା ଥାନା ବିବିନା ପଞ୍ଚାୟତ ନିକଟରେ ଏଭଳି ଘଟଣା ଘଟିଛି ।

ସଇଁତଳା ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିବିନା ପଞ୍ଚାୟତ ଗ୍ୟାସ୍‌ ଗୋଦାମ ନିକଟରେ ଟାୟାର ରିପ୍ୟାରିଂ ଦୋକାନ ଖୋଲିଥିବା ଅଜିତ ରଣା ଗୁରୁବାର ସକାଳୁ ନିଜ ଗ୍ରାମ ଗଣ୍ଡପତ୍ରାପାଲି ପଞ୍ଚାୟତ ଭତାସରରୁ ଦୋକାନକୁ ଆସୁଥିଲେ । ଦୋକାନ ସମ୍ମୁଖରେ ନିଜ ବାଇକ୍‌ ନଂଓଡି-୦୩-ଡବ୍ଲ୍ୟୁ-୧୩୫କୁ ବୁଲାଇ ଦୋକାନକୁ ଯାଉଥିବା ସମୟରେ ବଲାଙ୍ଗୀର ପଟରୁ ରମେଶ ବିଶାଳ ନାମକ ଯୁବକ ବାଇକ୍‌ ନଂ-ଓଡି-୩୧-କେ-୬୨୬୨ରେ ନିଜ ଗ୍ରାମ ଧରବଗଡ଼କୁ ଯାଉଥିବାବେଳେ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଅଜିତ ନିଜ ବାଇକରୁ ଛିଟିକି ପଡ଼ିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତର ଅବସ୍ଥାରେ ଅଜିତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଏବଂ ପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାବେଳେ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥବା ଜଣାପଡ଼ିଛି । ଅଜିତଙ୍କ ବିଧବା ମା’, ବିଧବା ସ୍ତ୍ରୀ ଏବଂ ଦୁଇ ବର୍ଷର ପୁଅ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ ଗଣ୍ଡପତ୍ରାପାଲି ସରପଞ୍ଚ ମନିସ ସୁନା ଏବଂ ସ୍ଥାନୀୟ ଲୋକେ ଅଜିତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ରମେଶ ଧକ୍କାଦେଇ ଫେରାର ହୋଇଯାଉଥିବାବେଳେ ବଡ଼ମାଳ ପୋଲିସ ତାଙ୍କୁ ବଡ଼ମାଳ ଫାଣ୍ଡିରେ ବାଇକ ସହ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଆଲୋକ ଭୋଇ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.