ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅପଡେଟ୍ କରାନ୍ତୁ ପିଲାଙ୍କ ଆଧାର ବାୟୋମେଟ୍ରିକ୍ସ, ୫-୭ ବର୍ଷ ବୟସର ହୋଇଥିଲେ ମାଗଣାରେ ହେବ : ୟୁଆଇଡିଏଆଇର ଅପିଲ

Published By : Harapriya Biswal | July 15, 2025 8:10 PM

ନୂଆଦିଲ୍ଲୀ,୧୫।୭: ଆଧାର କାର୍ଡ ଆଜି ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଲଟିଛି। ଏବେ ଆଧାର ବିନା କୌଣସି ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରିବ ନାହିଁ। ଆଧାର କେବଳ ନାଗରିକତାର ପରିଚୟ ନୁହେଁ ବରଂ ସରକାରୀ କାମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏହା ଏକ ବାଧ୍ୟତାମୂଳକ ଜିନିଷ। ଭାରତରେ, ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସ ଗୋଷ୍ଠୀ ପାଇଁ ଆଧାର ଉପଲବ୍ଧ। ଏବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପିଲାମାନଙ୍କ ଆଧାର କାର୍ଡ ସମ୍ପର୍କିତ ନୂତନ ଅପଡେଟ୍ ବିଷୟରେ ସୂଚନା ଦେଇଛି। ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ସାତ ବର୍ଷ ବୟସ ପୂରଣ କରିଥିବା ପିଲାମାନଙ୍କ ପାଇଁ ଆଧାରରେ ବାୟୋମେଟ୍ରିକ୍ସ ସୂଚନା ଅପଡେଟ୍ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। । 

ମନ୍ତ୍ରଣାଳୟ କହିଛି ୭ ବର୍ଷ ବୟସ ପୂରଣ କରିଥିବା ସମସ୍ତ ପିଲାଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ବାଧ୍ୟତାମୂଳକ କରିବାକୁ UIDAI ନିର୍ଦ୍ଦେଶ ଦେଇଛି। ଏହା ଏକ ବାଧ୍ୟତାମୂଳକ ପ୍ରକ୍ରିୟା ଯାହାକି ପୂର୍ବରୁ ଆଧାର ନିୟମର ଏକ ଅଂଶ। ୫ରୁ ୭ ବର୍ଷ ପିଲାର ବାୟୋମେଟ୍ରିକ୍ ଅପଡେଟ୍‌ ମାଗଣା ରହିଛି। ତେବେ ୭ ବର୍ଷ ପରେ ଏହା କଲେ ୧୦୦ ଟଙ୍କାର ଦେବାକୁ ପଡିବ। ଠିକ୍ ସମୟରେ ଅପଡେଟ୍ ନକଲେ ପିଲାଟିର ଆଧାର ନିଷ୍କ୍ରିୟ ହୋଇପାରେ। ତେଣୁ ବାପା-ମା’ ଖୁବ୍ ଶୀଘ୍ର ଏହାକୁ ଅପଡେଟ୍ କରିବାକୁ ଅପିଲ କରାଯାଇଛି। 

ମନ୍ତ୍ରଣାଳୟ ଅନୁଯାୟୀ, ପିତାମାତା କିମ୍ବା ଅଭିଭାବକମାନେ ଯେକୌଣସି ଆଧାର ସେବା କେନ୍ଦ୍ର କିମ୍ବା ଅଧିକୃତ ଆଧାର କେନ୍ଦ୍ରକୁ ଯାଇ ସହଜରେ ସେମାନଙ୍କ ପିଲାଙ୍କ ସୂଚନା ଅପଡେଟ୍ କରିପାରିବେ।ଏଭଳି ପିଲା ଯେଉଁମାନଙ୍କୁ ୭ ବର୍ଷ  ହୋଇସାରିଛି କିନ୍ତୁ ଆଧାରରେ ସେମାନଙ୍କର ବାୟୋମେଟ୍ରିକ୍ସ ଅପଡେଟ୍ ଅପଡେଟ କରାଯାଇନି। ଏବେ ସେହି ପିଲାଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ (MBU) ପୂରଣ କରିବା ନେଇ ଗୁରୁତ୍ୱାରୋପ କରିଛି UIDAI । ପିତାମାତା କିମ୍ବା ଅଭିଭାବକମାନେ ଯେକୌଣସି ଆଧାର ସେବା କେନ୍ଦ୍ର କିମ୍ବା ଆଧାର କେନ୍ଦ୍ରରେ ସେମାନଙ୍କ ପିଲାଙ୍କ ବିବରଣୀ ଅପଡେଟ୍ କରିପାରିବେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.