ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମିର ଖାନ ନିଜର ଜନ୍ମଦିନରେ ଦେଲେ ବଡ଼ ସର୍‌ପ୍ରାଇଜ୍‌, ନୂଆ ଗର୍ଲଫ୍ରେଣ୍ଡ ସହ ସଂପର୍କକୁ କଲେ ଖୁଲାସା

Published By : Prameya | March 13, 2025 9:24 PM

ମୁମ୍ୱାଇ : ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉ ଥିବା ଅଭିନେତା ଆମିର ଖାନଙ୍କ ପ୍ରଶଂସକଙ୍କ ପାଇଁ କାଲିର ଦିନ ଖୁବ୍‌ ସ୍ୱତନ୍ତ୍ର। ଗୋଟେପଟେ ଯେଉଁଠି କାଲି ପୂରା ଦେଶ ହୋଲିର ରଙ୍ଗରେ ରଙ୍ଗାୟିତ ହେବ ,ଅନ୍ୟପଟେ ଆମିରଙ୍କ ନିଜର ୬୦ତମ ଜନ୍ମଦିନ ପାଳିବେ। ଆସନ୍ତା କାଲି ଅର୍ଥାତ୍‌ ୧୪ ମାର୍ଚ୍ଚରେ ଆମିରଙ୍କର ଜନ୍ମଦିନ। ଅଭିନେତା ନିଜର ଜନ୍ମଦିନ ଠିକ୍‌ ଗୋଟିଏ ଦିନ ପୂର୍ବରୁ ପ୍ରଶଂସକ ଓ ଫଟୋ ପାପରାଜି(ଫଟୋ ସାମ୍ୱାଦିକ)ଙ୍କ ସହ ନିଜର ସେଲିବ୍ରେସନ କରିଛନ୍ତି। ଏହି ସମୟରେ ସେ ମିଡ଼ିଆକୁ ନିଜର ନୂଆ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ପରିଚୟ କରାଇଛନ୍ତି।

ଅନେକ ମାସର ଅଟକଳ ପରେ , ସୁପରଷ୍ଟାର ଆମିର ଖାନ ଶେଷରେ ନିଜର ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ନିଜର ସଂପର୍କକୁ ଅଫିସିଆଲି ଭାବେ ସ୍ୱୀକାର କରିଛନ୍ତି। ଟାଇମ୍ସ ନାଓ ଅନୁସାରେ , ଆମିର ନିଜର ବର୍ଥଡେ ପାର୍ଟିରେ ପାପରାଜିଙ୍କୁ ଗୌରୀଙ୍କ ସହ ଭେଟା କରାଯାଇଛନ୍ତି। ହେଲେ ଆମିର ପାପରାଜିଙ୍କୁ ଅନୁରୋଧ କରିଛନ୍ତି କି ସେ ତାଙ୍କ ଗର୍ଲଫ୍ରେଣ୍ଡର କୌଣସି ବି ଫଟୋ ନିଅନ୍ତୁ ନାହିଁ ଏବଂ ଏହାକୁ ସଂପୂର୍ଣ୍ଣ ରୂପେ କନଫିଡେନ୍ସିଆଲ ରଖିବେ। ପାପରାଜି ମଧ୍ୟ ଏମିତି ହିଁ କରିଛନ୍ତି। 

ଆମିର ଖାନ ଫ୍ୟାନ ଟାଇମ୍‌ ବେଳେ ନିଜର ପାର୍ଟନର ଗୌରୀଙ୍କ ସହ ଭେଟ କରାଇ ସମସ୍ତଙ୍କ ଚକିତ କରି ଦେଇଛନ୍ତି। ଖବର ଯେ, ଗୌରୀ ବେଙ୍ଗାଲୁରୁରେ ରୁହନ୍ତି। ସେ କୌଣସି ସେଲିବ୍ରିଟି ନୁହଁନ୍ତି। କେବଳେ ଏତିକି ନୁହେଁ ,ତାଙ୍କର ଜଣେ ୬ ବର୍ଷିୟ ପିଲା ବି ଅଛି। ଏବେ ଆମିରଙ୍କ ପ୍ରଶଂସକଙ୍କୁ ତାଙ୍କର ନୂଆ ଗର୍ଲଫ୍ରେଣ୍ଡ ଗୌରୀଙ୍କର ଫଟୋକୁ ଅପେକ୍ଷା। 

କହି ରଖୁଛୁ କି, ଆମିର ଖାନ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରି ଥିଲେ। ରୀନାଙ୍କ ଠାରୁ ଆମିରଙ୍କର ଦୁଇଟି ପିଲା ଅଛନ୍ତି, ଜଣେ ପୁଅ ଜୁନୈଦ ଖାନ ଓ ଆଉ ଜଣେ ଝିଅ ଆଇରା। ରିନାଙ୍କ ସହ ତଲାକ୍‌ ପରେ ଆମିର କିରଣ ରାଓଙ୍କୁ ବିବାହ କରିଥିଲେ , ତାଙ୍କ ଠାରୁ ଏକ ପୁଅ ଆଜାଦ ଅଛନ୍ତି। ଆମିର ଓ କିରଣଙ୍କର ମଧ୍ୟ ତଲାକ୍‌ ହୋଇ ସାରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.