ପୁରୀ, ୧।୬ : ପୁରୀ ନରେନ୍ଦ୍ର ପୁଷ୍କରିଣୀରୁ ମୃତଦେହ ଉଦ୍ଧାର। ଅଗ୍ନିଶମ ବିଭାଗ କର୍ମଚାରୀ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ନରେନ୍ଦ୍ର ପୁଷ୍କରିଣୀରେ ଏକ ମୃତଦେହ ପଡିଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।ମୃତ ବ୍ୟକ୍ତିଙ୍କ ପରିଚୟ କଣ ଏବଂ ତାଙ୍କ ଘର କେଉଁଠି ସେନେଇ ତଦନ୍ତ କରୁଛି ପୋଲିସ। ତେବେ ନରେନ୍ଦ୍ର ପୁଷ୍କରିଣୀରେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଛି। ନରେନ୍ଦ୍ର ପୁଷ୍କରିଣୀ ଠାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନଥିବା ଯୋଗୁଁ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଆହୁରି ପଢନ୍ତୁ : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା, ବାପ-ପୁଅ ଗିରଫ