ମୁମ୍ବାଇ,୧୩/୧ : ଅମୀର ଖାନ । ବଲିଉଡ଼ର ମିଷ୍ଟର ପରଫେକ୍ଟ ଭାବେ ବେଶ୍ ପରିଚିତ । ଅମୀରଙ୍କ ନାରାଜକୁ ଏବେ ବେଶ ଚର୍ଚ୍ଚା ଦେଖାଦେଇଛି । ଆଗାମୀ ଫିଲ୍ମର ସ୍କ୍ରିଫ୍ଟକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଯାହା ଆଗାମୀ ଦିନରେ ବଡ଼ ପରଦାକୁ ଆସିବାକୁ ଯାଉଛି । ଫିଲ୍ମ ଏକ ବାୟୋପିକକୁ ନେଇ ନିର୍ମାଣ ହେବ । ଦାଦା ସାହେବ ଫାଲକେଙ୍କ ବାୟୋପିକକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଯାହାର ସ୍କ୍ରିଫ୍ଟ ଟିକେ ପରିବର୍ତ୍ତନ ହେବ । ସେଥିଲାଗି ଏବେ ଠୁ ପୁଣି ପ୍ରସ୍ତୁତି ଜାରି ରହିଛି ।
ବଲିଉଡ଼ ସୁପରଷ୍ଟାର ଅମୀର ଖାନ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ ଦାଦା ସାହେବ ଫାଲ୍କେଙ୍କ ବାୟୋପିକ ଉପରେ କାମ କରୁଛନ୍ତି । ପ୍ରଥମେ ଖବର ଆସିଥିଲା କି ଅମୀରଙ୍କୁ ଏହି ଫିଲ୍ମର ସ୍କ୍ରିଫ୍ଟ ପସନ୍ଦ ଆସିଥିଲା, ଏଭଳି ସ୍ଥଳେ ଅଭିନେତା ନିର୍ଦ୍ଦେଶକଙ୍କୁ ସ୍କ୍ରିଫ୍ଟ ପୁଣି ଥରେ ଲେଖିବାକୁ କହିଥିଲେ । ଏହି କାରଣରୁ ଫିଲ୍ମ ଲମ୍ବା ସମୟରୁ ଘୁଞ୍ଚି ଘୁଞ୍ଚି ଯାଉଥିଲା। କିନ୍ତୁ ଏବେ ଦାଦା ସାହେବ ଫାଲକେ ଙ୍କ ବାୟୋପିକର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ସୂଚନା ଅନୁସାରେ, ହିରାନୀ ଏବଂ ଅମୀର ଏହି କଥା ଉପରେ ସହମତି ଅଟନ୍ତି କି ଫିଲ୍ମରେ ଇମୋଶନାଲ ହେବା ଆବଶ୍ୟକ । ଏହାସହ ଐତିହାସିକ ବ୍ୟାକଗ୍ରାଉଣ୍ଡ ବି ଯୋଡ଼ି ହୋଇ ରହିବା ଆବଶ୍ୟକ । ସ୍କ୍ରିଫ୍ଟରେ ପରିବର୍ତ୍ତନ ହ୍ୟୁମର ଏବଂ ଗମ୍ଭୀରତାର ବାଲାନ୍ସକୁ ଭଲ କରିବାକୁ ପ୍ରୟାସ କରାଯାଉଛି । ସେ ଏହା ଚାହୁଁଛନ୍ତି କି ଚରିତ୍ରର ଡେଭଲପମେଣ୍ଟ ଫାଲ୍କେଙ୍କ ପର୍ସନାଲିଟିକୁ ଦେଖାଇବ । ଡ୍ରାଫ୍ଟ ଫେବୃଆରୀ ସୁଦ୍ଧା ଫାଇନାଲ ହୋଇଯିବ ଏବଂ ମାର୍ଚ୍ଚର ଶେଷରେ ନିର୍ମାଣ ଆରମ୍ଭ ହୋଇଯିବ ।
ଯଦି ଅମୀରଙ୍କ କଥା ନଜର ପକାଇବା ତେବେ କମେଡ଼ି ଫିଲ୍ମ ‘ହାପି ପଟେଲ’ରେ ନଜର ଆସିବେ । ବୀର ଦାସ ଷ୍ଟାରର ଏହି ଫିଲ୍ମ ୧୬ଜାନୁଆରୀରେ ଥିଏଟର୍ସରେ ରିଲିଜ ହେବ । ଏହା ବ୍ୟତୀତ ଖବର ଅଛି କି ୩ଇଡିୟଟ୍ସର ସିକ୍ବେଲରେ ଦେଖାଦେବେ । ଖାଲି ଏତିକି ନୁହେଁ ଅମୀର ନିଜ ଡ୍ରିମ୍ ପ୍ରୋଜେକ୍ଟ ମହାଭାରତରେ ବି କାମ କରିବାକୁ ଅଛନ୍ତି ।