ନୂଆଦିଲ୍ଲୀ,୨୧/୦୭: ପ୍ରଥମେ ଆୟର୍ଲାଣ୍ଡଠାରୁ ଟି-ଟ୍ୱେଣ୍ଟି ୨-୦ରେ ସିରିଜ ପରାଜୟ । ଏହା ପରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ୪-୦ ପରାଜୟ । ପୁଣି ସେହି ଇଂଲଣ୍ଡ ବିପକ୍ଷରେ ଦିନିକିଆ ପରାଜୟ ଟିମ୍ ଇଣ୍ଡିଆର ଚିନ୍ତା ବଢାଇଛି । ଏବେ ଭାରତର ମିଶନ୍ ଜିମ୍ୱାୱେ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ । ଏହି ସିରିଜ ଦଳ ପାଇଁ ଚ୍ୟାଲେଞ୍ଜ ହେବ । ନୂଆ କୋଚଙ୍କ ସହିତ ଅଧିନାୟକଙ୍କ ବିନା ଜିମ୍ୱାୱେର ହରାରେରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ । ଦିନିକିଆ ଖେଳୁଥିବାରୁ ଅଧିନାୟକ ଶ୍ରେୟସ ଆୟର ଦଳ ସର ପରେ ଯୋଗ ଦେବେ । ଜିମ୍ୱାୱେରେ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ ।
ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର- ଜୁଲାଇ ୨୩ରୁ ଆରମ୍ଭ ହେବ ଜିମ୍ୱାୱେ ବନାମ ଭାରତ ଟି-୨୦ ସିରିଜ । ଅଧିନାୟକ ଶ୍ରେୟସ ଆୟର ଇଂଲଣ୍ଡରେ ଅଛନ୍ତି । ଆୟର ଭାରତର ଏକଦିବସୀୟ ଦଳର ଉପ-ଅଧିନାୟକ ମଧ୍ୟ । ସେ ପରବର୍ତ୍ତୀ ଆଜି କିମ୍ବା ଆସନ୍ତାକାଲି ଦଳରେ ଯୋଗ ଦେବେ । ଜିମ୍ବାୱେ ଗସ୍ତ ପାଇଁ ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ୍ ଖେଳିଥିବା ବୈଭବ ପ୍ରଭାବ ପକାଇପାରିନଥିଲେ । ସେ କୌଣସି ମ୍ୟାଚରେ ୨୦ ରନ୍ ମଧ୍ୟ କରିପାରିଲେ ନାହିଁ, ଯାହା ତାଙ୍କ ପ୍ରତିଭା ଉପରେ ପ୍ରଶ୍ନ ଉଠାଇଛି । ବୈଭବ ଏବେ ଜିମ୍ବାୱେ ଯାଇଛନ୍ତି । ଜିମ୍ବାୱେ ଇଂଲଣ୍ଡ ତୁଳନାରେ ବହୁତ ଦୁର୍ବଳ ଦଳ, ଏବଂ ବୈଭବ ଏହି ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଏବଂ ଆତ୍ମବିଶ୍ୱାସ ହାସଲ କରିବାକୁ ଚେଷ୍ଟା କରିବେ, ଯାହା ତାଙ୍କୁ ବଡ଼ ଦଳ ବିପକ୍ଷରେ ସାହାଯ୍ୟ କରିବ ।
ନୂଆ ପ୍ରଶିକ୍ଷକଙ୍କ ସହ ଟିମ୍ ଇଣ୍ଡିଆ- ବିସିସିଆଇ ଏକ୍ସରେ ଜିମ୍ବାୱେ ଯାଇଥିବା ଖେଳାଳିମାନଙ୍କର ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ବୈଭବଙ୍କୁ ଦେଖିବାକୁ ମିଳିଛି । ଉପ-ଅଧିନାୟକ ତିଲକ ବର୍ମା, ସୂର୍ଯ୍ୟାଂଶ ଶେଡଗେ, ପ୍ରଭସିମରନ ସିଂହ ଏବଂ ରବି ବିଷ୍ନୋଇ ମଧ୍ୟ ଅଛନ୍ତି । ଜିମ୍ବାୱେ ଗସ୍ତରେ ଗୌତମ ଗମ୍ଭୀର ଦଳର ପ୍ରଶିକ୍ଷକ ନାହାନ୍ତି । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ମଧ୍ୟ ଦଳ ସହିତ ଜିମ୍ବାୱେ ଯାଇଛନ୍ତି । କେବଳ ଆୟର ନୁହନ୍ତି, ଏକଦିବସୀୟ ଦଳରେ ଆହୁରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଜିମ୍ବାୱେ ସିରିଜ ପାଇଁ ମନୋନୀତ ହୋଇଛନ୍ତି । ସେମାନେ ମଧ୍ୟ ପରେ ଜିମ୍ବାୱେ ଯିବେ । ଏଥିରେ ଇଶାନ କିଷାନ, ପ୍ରିନ୍ସ ଯାଦବ ଏବଂ ଶିବମ ଦୁବେ ସାମିଲ ଅଛନ୍ତି ।
ଏହା ବି ପଢନ୍ତୁ...Mohammed Siraj: ଟିମ୍ ଇଣ୍ଡିଆରୁ ବାହାରେ ଡିଏସ୍ପି ସାର୍ ମହମ୍ମଦ ସିରାଜ, ଡିଜିପିଙ୍କୁ ଭେଟିଲେ
୩ଟି ଭୁଲ୍ ରିପିଟ୍ କଲେ... ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ତିଲକ ବର୍ମାଙ୍କ ବ୍ୟାଟିଂ ପୋଜିସନ୍ । ସେ କେତେ ନମ୍ବରରେ ବ୍ୟାଟିଂ କରିବେ ତାହା ସ୍ଥିର ହୋଇପାରିନାହିଁ । ଇଂଲଣ୍ଡ ବିପକ୍ଷରେ ତିଲକ ୫ ନମ୍ବରରେ ବ୍ୟାଟିଂ କରିଥିଲେ । ଏ ଦିଗରେ ଭାରତକୁ ଧ୍ୟାନ ଦେବାକୁ ଦେବ । ଦ୍ୱିତୀୟଟି ହେଉଛି ମିଡିଲ ଅଡ଼ରରେ ସଠିକ୍ ସନ୍ତୁଳନ ରହିବା ଜରୁରୀ । ଯଦି ତିଲକ ବର୍ମା ଫିନିସର ଭୂମିକା ତୁଲାଉଛନ୍ତି ତେବେ ରିଙ୍କୁ ସିଂହ ଏବଂ ଶିବମ ଦୁବେଙ୍କ ପରି ଖେଳାଳିଙ୍କ ଉପଯୋଗ କରାଯିବା ଉଚିତ୍ । ଶିବମ ଦୁବେ ସ୍ପିନ ବିପକ୍ଷରେ ଆଟାକିଂ ବ୍ୟାଟିଂ କରନ୍ତି । ରିଙ୍କୁ ସିଂହ ଡେଥ୍ ଓଭର ସ୍ପେସାଲିଷ୍ଟ ଭାବେ ଜଣାଶୁଣା । ତୃତୀୟଟି ହେଲା ଜିମ୍ୱାୱେକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ଯଦି କେହି ବି ଭାବୁଛେ ଜିମ୍ୱାୱେ ଗସ୍ତ କେବଳ ଭାରତ ଆତ୍ମବିଶ୍ୱାସ ଫେରିବାର ବାଟ, ତେବେ ଏହା ବଡ଼ ଭୁଲ୍ । କାରଣ ଆୟର୍ଲାଣ୍ଡ ବିପକ୍ଷରେ ପରିଣାମ କଣ ଦେଲା ତାହା ସମସ୍ତ ଦେଖିଲେ । ଗତ କିଛି ବର୍ଷ ଧରି, ଜିମ୍ବାୱେ ଘରୋଇ ପରିସ୍ଥିତିରେ ଅନେକ ଶକ୍ତିଶାଳୀ ଦଳକୁ କଠିନ ଟକ୍କର ଦେଇଛି ।
Harare bound📍#TeamIndia en route for the Zimbabwe challenge ✈️#ZIMvIND pic.twitter.com/MmaLwldWDf
— BCCI (@BCCI) July 20, 2026
ସିରିଜ କାର୍ଯ୍ୟସୂଚୀ
ପ୍ରଥମ ଟି-୨୦ - ଜୁଲାଇ ୨୩, ହରାରେ
ଦ୍ୱିତୀୟ ଟି୨୦ - ଜୁଲାଇ ୨୫, ହରାରେ
ତୃତୀୟ ଟି-୨୦ – ଜୁଲାଇ ୨୬, ହରାରେ