ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘ଏତେ ଅହଂକାର କରିନଥିଲେ…’, ହରିୟାଣା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଉପରେ ବର୍ଷିଲା ଆପ୍

Published By : Harapriya Biswal | October 12, 2024 7:43 PM

ନୂଆଦିଲ୍ଲୀ,୧୨।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଚିନ୍ତାରେ କଂଗ୍ରେସ। ଗୋଟିଏ ପରେ ଗୋଟିଏ ବୈଠକ ହେଉଛି। ପରାଜୟର କାରଣ ଜାଣିବାକୁ ଫାକ୍ଟ ଫାଇଣ୍ଡିଂ କମିଟିର ଗଠନ ହୋଇଛି। ଏହା ଭିତରେ ଏବେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଆମ ଆଦମୀ ପାର୍ଟି ଫଳାଫଳକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି। ଆପ୍ କହିଛି, ଯଦି କଂଗ୍ରେସ ଭିତରେ ଏତେ ଅହଂକାର ନଥାନ୍ତା, ତେବେ ହରିୟାଣାରେ ଆଜି ତା’ର ସରକାର ରହିଥାନ୍ତା।ହରିୟାଣାରେ ଲଗାତାର ବିଜେପି ୩ ଥର ନିର୍ବାଚନ ଜିତି ସରକାର ଗଠନ କରିବାକୁ ଯାଉଛି। ବିଧାନସଭା ନିର୍ବାଚନର ଫଳାଫଳରେ ବିଜେପିକୁ ୪୮ ଆସନ ମିଳିଛି, ସେଭଳି କଂଗ୍ରେସ ୩୭ଟି ଆସନ ଜିତିଛି।

ହରିୟାଣାରେ ପରାଜୟ ପର କଂଗ୍ରେସ ଇଭିଏମ୍ ଟାମ୍ପରିଂ କଥା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ‘ଆପ୍’ ହରିୟାଣା ମୁଖ୍ୟ ସୁଶୀଲ ଗୁପ୍ତା କହିଛନ୍ତି, ଆମେ ବିଜେପିକୁ କ୍ଷମତାକୁ ବାହାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲୁ। ଆଜି କଂଗ୍ରେସ ଚାହିଁବ ଯଦି ଦୋଷ ଦେଇ ପାରିବ କିମ୍ବା ଆତ୍ମ ଚିନ୍ତନ କରିପାରେ। କିନ୍ତୁ  ଏତେ ଅଂହକାରରେ ନଥିଲେ ହରିୟାଣାରେ ତା’ର ସରକାର ରହିଥାନ୍ତ। ବମେ କେବେ ଅନୁଚିତ ଦାବି କରିନୁ। ଆମେ ବହୁତ ଅଦିକ ସିଟ୍‌ ବି ମାଗିନୁ। ଆଜି ମୋତେ ଲାଗୁଛି ଆପଣ ୨୦୨୯ ନିର୍ବାଚନର ପ୍ରସ୍ତୁତି ଏବେଠାରୁ ଆରମ୍ଭ କରିଦେବା ଉଚିତ। ହରିୟାଣାରୁ ବିଜେପିକୁ କ୍ଷମତାରୁ ବାହାର କରିବାରେ କଂଗ୍ରେସ ସକ୍ଷମ ନୁହେଁ।‘

ଏହା ପୂର୍ବରୁ ନିର୍ବାଚନ ଫଳାଫଳ ପରେ ତୁରନ୍ତ ପ୍ରତିକ୍ରିୟା ଦେଇ ଆପ୍‌ର ରାଜ୍ୟ ଅଧ୍ୟକ୍ଷ ସୁଶୀଲ ଗୁପ୍ତା କହିଛନ୍ତି, ଯଦି ଲୋକସଭା ନିର୍ବାଚନ ଭଳି ମେଣ୍ଟ ହୁଏ ତେବେ ଫଳାଫଳ ଅଲଗା ରହିଥାନ୍ତା। ଲୋକସଭା ନିର୍ବାଚନରେ ଦୁଇ ଦଳ ବିରୋଧି ଦଳ ଇଣ୍ଡିଆ ମେଣ୍ଟର ଅଂଶ ଥିଲା। ଯଦି ଆପ୍‌-କଂଗ୍ରେସ ମେଣ୍ଟ ଏହି ବିଧାନସଭା ନିର୍ବାଚନ ଲଢିଥାନ୍ତା ତେବେ ଫଳାଫଳ ନିଶ୍ଚିତ ଭାବରେ ରହିଥାନ୍ତା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.