ମୁମ୍ବାଇ,୨୨/୨ : ଅହମ୍ମଦାବାଦରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ସୁପର-୮ ମ୍ୟାଚରେ ଯେତେବେଳେ ସାମ୍ନାସାମ୍ନି ଆସିବେ ସମସ୍ତଙ୍କ ନଜର ଅଭିଷେକ ଶର୍ମାଙ୍କ ଉପରେ ରହିଛି । ଯେତେବେଳେ କେତେକ ବ୍ୟାଟର ନିଜ ଟି-୨୦ ବିଶ୍ବକପ୍ କ୍ୟାରିୟରର ପ୍ରଥମ ତିନି ପାଳିରେ ଜିରୋରେ ଆଉଟ୍ ହୋଇଯାଉଛନ୍ତି ତ ନିଶ୍ଚିତ ଭାବେ ଚାପ ପଡ଼ିବା ସ୍ବଭାବିକ ଅଟେ । ସୁପର-୮ ମ୍ୟାଚର ପୂର୍ବରୁ ଅଭିଷେକ ଶର୍ମା ନିଜ ମେଣ୍ଟର ଯୁବରାଜ ସିଂହଙ୍କୁ ଭେଟିଥିଲେ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଏହା କୁହାଯାଉଛି କି ଅଭିଷେକ ଯୁବରାଜ ସିଂହଙ୍କୁ ଭେଟିଥିଲେ ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କୁହାଯାଉଛି କି ଯୁବରାଜ ସିଂହ ଗତ ରାତିରେ ଅହମ୍ମଦାବାଦରେ ଉପସ୍ଥିତ ଥିଲେ । ଭିଡ଼ିଓରେ ଅଭିଷେକ ଶର୍ମା ଗାଡ଼ିରୁ ବାହାରୁଥିବା ଦେଖାଯାଉଛନ୍ତି । କୁହାଯାଉଛି କି ନିଜ ମେଣ୍ଟର, ଯୁବରାଜ ସିଂହଙ୍କୁ ଭେଟିବା ପରେ ଅଭିଷେକ ଫେରିଯାଇଥିଲେ । ଏହି ଭିଡ଼ିଓ ତାଙ୍କ ଟିମ୍ ହୋଟେଲରେ ରହିବା ସମୟର ।
ଅଭିଷେକ ଶର୍ମା ଅସୁସ୍ଥ ହେବା ପରେ ବି ୟୁଏସଏ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ବିନା ଖାତା ଖୋଲି ଆଉଟ୍ ହୋଇଯାଇଥିଲେ । ଏହାପରେ ଅସୁସ୍ଥତା କାରଣରୁ ନାମବିୟା ବିପକ୍ଷ ମ୍ୟାଚକୁ ମିସ୍ କରିବାକୁ ପଡ଼ିଥିଲା । ୧୫ଫେବୃଆରୀରେ ପାକିସ୍ତାନ ସହ ମ୍ୟାଚରେ ଅଭିଷେକ ଶର୍ମାଙ୍କ ଫେରିଥିଲେ, ମାତ୍ର ସେଠାରେ ବି ତାଙ୍କ ବ୍ୟାଟ୍ ନିରବ ରହିଥିଲା । ପରେ ନେଦରାଲ୍ୟାଣ୍ଡ ବିପକ୍ଷରେ ବି ଭାରତର ଏହି ୨୫ବର୍ଷୀୟ ଷ୍ଟାରଙ୍କୁ ନିରାଶ ହେବାକୁ ପଡ଼ିଥିଲା ।