ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୁକୁଡ଼ାଧର ଘାଟିରେ ଓଲଟିଲା କ୍ରେନ୍‌: ଡ୍ରାଇଭର ମୃତ, ହେଲପର୍‌ ଗୁରୁତର

Published By : Harapriya Sethi | January 19, 2025 10:29 AM

ଆଠମଲ୍ଲିକ,୧୯/୦୧:  କୁକୁଡ଼ାଧର ଘାଟିରେ ଓଲଟିଲା କ୍ରେନ୍ । ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ହେଲପର୍‌ ଗୁରୁତର ହୋଇଛନ୍ତି । ମୃତକ ମିଥୁନ ବେହେରା ଏବଂ ସେ  ଅନୁଗୁଳ ଜିଲ୍ଲାର ବଡ଼କେର ଅଞ୍ଚଳର ଦଲାର ସାହିର ବାସିନ୍ଦା ହୋଇଥିବା ବେଳେ ଗୁରୁତର ଟୁଟୁ ସାହୁ ଆଠମଲ୍ଲିକ କୃତାଥପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ଆଠମଲ୍ଲିକ ଅନୁଗୁଳ ରସ୍ତାର ବରଘାଟି ନିକଟରେ ଥିବା କୁକୁଡ଼ାଧର ଘାଟିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମିଥୁନ ବେହେରା ଏବଂ ଟୁଟୁ ସାହୁ ଏକ କ୍ରେନ୍‌ରେ ବସି ବରଘାଟି ନିକଟରେ ଥିବା କୁକୁଡ଼ାଧର ଘାଟି ଦେଇ ଯାଉଥିବା ବେଳେ ଗାଡ଼ିଟି ଓଲଟି ପଡ଼ିଥିଲା । ଫଳରେ ଗାଡ଼ିର ଡ୍ରାଇଭର ମିଥୁନ ବେହେରା ଜୀବନ ହରାଇଥିଲେ ଏବଂ ହେଲପର୍‌ ଟୁଟୁ ସାହୁ ଗୁରୁତର ହୋଇଥିଲେ । ଏହା ଦେଖି ଆଠମଲ୍ଲିକ ଅଞ୍ଚଳର କିଛି ଡ୍ରାଇଭର ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆଣି ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ସହ ଉଭୟଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.