ବରଗଡ, ୬।୧ :ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ୨୦୨୪ ନଭେମ୍ବରରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ପୋକ୍ସୋ ଅଦାଲତ ଏହାର ବିଚାର କରି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣlଇଛନ୍ତି।

୨୦୨୪ ନଭେମ୍ବର ୧୫ ତାରିଖ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହା ଉକ୍ତ ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ l ନାବାଳିକାକୁ ବଳାତ୍କାର ପରେ ହତ୍ୟା କରି ବୁଦା ମୂଳରେ ଫିଙ୍ଗି ଫେରାର ହୋଇଯାଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା l ଏହି ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାର ଖୁବ ଶୀଘ୍ର ରାୟ ପ୍ରକାଶ ପାଇଥିବାରୁ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି।