ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ

Published By : Gurupada Nath | June 20, 2025 7:11 PM

ଫିରିଙ୍ଗିଆ,୨୦/୬ : ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣକ ଅନ୍ତସତ୍ୱା ଥିବା ଜାଣି ସୁଦ୍ଧା ପ୍ରତାରଣା କରିବା ଅଭିଯୋଗରେ ଯୁବତୀ ଜଣକ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ I ସେପଟେ ଯୁବତୀଙ୍କ ଅଭିଯୋଗ କ୍ରମେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ କେଶ ନଂ ୧୪୪/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି I 

ଯୁବତୀଙ୍କ ଅଭିଯୋଗ ଓ ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଅନ୍ତର୍ଗତ କଟାପଙ୍ଗା ଗାଁର ଯାଦୁନାଥ ସାହୁଙ୍କ ପୁଅ ଶିବରଞ୍ଜନ ପୀଡ଼ିତା ଯୁବତୀ ଜଣଙ୍କ ନାବାଳିକା ଥିବା ସମୟରେ ପ୍ରେମ କରିବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ। ପରେ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ I ବର୍ତ୍ତମାନ ଯୁବତୀଙ୍କୁ ପ୍ରାୟ ପଚିଶ ବର୍ଷ ହୋଇଥିବାବେଳେ ଯୁବତୀଙ୍କ ଗର୍ଭ ୬ମାସ ହେବ I ଏହାସହ କିଛି ବର୍ଷ ପୂର୍ବେ ଏନ୍ୟ ଏକ ଯୁବତୀଙ୍କୁ ଯୁବକ ଜଣକ ବିବାହ କରିଥିବାବେଳେ ବର୍ତ୍ତମାନ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି I ଏହାପରେ ମଧ୍ୟ ସମ୍ପୃକ୍ତ ଯୁବକ ପୀଡ଼ିତା ଯୁବତୀଙ୍କ ପିଛା ଛାଡ଼ି ନ ଥିଲେ I ଜୋର ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ I ଯାହାଦ୍ୱାରା ବର୍ତ୍ତମାନ ଯୁବତୀ ଜଣଙ୍କ ୬ ମାସର ଗର୍ଭବତୀ ଥିବା ଓ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି I

ଅନ୍ୟପଟେ ଯୁବତୀ ଜଣଙ୍କ ବିବାହ ପାଇଁ ଯୁବକଙ୍କୁ କହିବାରୁ ଯୁବକ ଜଣଙ୍କ ପୀଡ଼ିତା ଯୁବତୀଙ୍କୁ ହତ୍ୟା ଧମକ ଦେଉଥିବା ମଧ୍ୟ ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି I ତେବେ ଏହି ଘଟଣା ଉପରେ ତଦନ୍ତ କରି ନ୍ୟାୟ ଦେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି ପୀଡିତା ଯୁବତୀ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.