ପ୍ରମୂଖ ଖବର
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

Published By : Ankita S | April 9, 2025 2:48 PM

ଫୁଲବାଣୀ,୯/୪: ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରିଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକସୋ ଅଦାଲତ । ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ । ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । 

ଅଭିଯୁକ୍ତ ଜଣକ ଦାରିଙ୍ଗବାଡି ଥାନା ସେପାରିପାଙ୍ଗା ଗ୍ରାମର ସନତ କୁମାର ପ୍ରଧାନ ବୋଲି ଜଣାପଡିଛି ।  ଗତ ୨୦୧୬ ଜୁଲାଇ ୧୮ ତାରିଖରେ ଅଭିଯୁକ୍ତ ପୀଡ଼ିତା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଗ୍ରାମସଭାର ନିଷ୍ପତ୍ତି ଅନୁସାରେ ତାଙ୍କୁ ବିବାହ କରିଥିଲା ଅଭିଯୁକ୍ତ । ତେବେ ବିବାହର କିଛି ଦିନ ପରେ ସେ ଫେରାର ହୋଇ ଯାଇଥିଲା । ପରିବାର ପକ୍ଷରୁ ଏ ନେଇ ଫିରିଙ୍ଗିଆ ଥାନାରେ ଏତଲା ହେବା ପରେ ପୁଲିସ ୩୧/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । 

ଆଜି ଏହି ମାମଲାର ଶୁଣାଣି କରି ଫାଷ୍ଟ ଟ୍ରାକ୍ ପୋକସୋ ଅଦାଲତ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପିଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.