ଭୁବନେଶ୍ବର,୧୯/୨ : ଚାଷୀଙ୍କ ପାଖରେ ଯେ ପର୍ଯ୍ୟନ୍ତ ଧାନ ଅଛି ତାହା କିଣାଯିବ, ଧାନ କିଣିବା ଦାୟିତ୍ବ ସରକାରଙ୍କର, ଚାଷୀର ମନୋବଳ ଭାଙ୍ଗିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେପି ସରକାର ଏହାକୁ ନେଇ ସଙ୍କଳ୍ପବଧ । ବିରୋଧି ବିଜେଡି କଂଗ୍ରେସ କନଫ୍ୟୁଜନ ତିଆରି କରୁଛନ୍ତି । ଲୋକଙ୍କୁ ବୋକା କରିବାକୁ ଚେଷ୍ଟା କରୁଛନ୍ତି । ବିଧାନସଭାରେ ଭୁଲ ତଥ୍ୟ କହି ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ କରାଯାଉଛି ।
ଅମୃତ ହାଣ୍ଡିରେ ବିଶ ପକେଇବକୁ ଚେଷ୍ଟା କରୁଛନ୍ତି ବିରୋଧୀ । ଧାନ କିଣାରେ ୧୯ ନମ୍ବରରୁ ୨ ନମ୍ବର ପହଞ୍ଚିଛୁ । ଏଗ୍ରିକଲଚର୍ ଟୁଡେ ପକ୍ଷରୁ ଆମକୁ ପୁରସ୍କୃତ କରାଯାଇଛି । ବିରୋଧୀ ଏହାକୁ ହଜମ କରି ପାରୁନାହାଁନ୍ତି । ବିଜେପି ସରକାରଙ୍କ ମନ୍ତ୍ରୀ ବିଧାୟକଙ୍କ ସମେତ ବିଜେପି ବରିଷ୍ଠ ରାଜନେତା ମଣ୍ଡି ବୁଲୁ ସ୍ଥିତି ସମୀକ୍ଷା କରିଛନ୍ତି । ବିଜେପି ସରକାରରେ ନ ଥିବା ସମୟରେ ଧାନର ଅଭାବୀ ବିକ୍ରି ନ ହେବା ସହ ଉଚିତ୍ ମୂଲ୍ୟ, ଚାଷୀର ପ୍ରାପ୍ୟ ପାଇଁ ଦାବି କରିଥିଲୁ । ବିଜେପି ସରକାର ଚାଷୀମାନଙ୍କ ପାଇଁ କାମ କରୁଛନ୍ତି । ବିଜେଡି ଓ କଂଗ୍ରେସର ଲୋକ, ନେତା ଓ ନେତୃତ୍ଵ ଆମ ସଂକଳ୍ପ ପତ୍ର ନେଇକି ପଢନ୍ତୁ । ବିଧାନସଭା ବନ୍ଦ କରିବାକୁ ଅପଚେଷ୍ଟା କରୁଛନ୍ତି ତାହା ବନ୍ଦ କରନ୍ତୁ । ବିଧାନସଭାରେ ଚର୍ଚ୍ଚା ଆଲୋଚନା ହେଉ ତାର ଜବାବ ମୋହନ ସରକାର ଦେବେ ।
ଯେଉଁ ପ୍ରସଙ୍ଗର କୌଣସି ଆଧାର ନାହିଁ ତାକୁ ଡାଇଲୁଟ କରାଯାଉଛି । ଧାନ ଚାଷ କୃଷକର ସମ୍ମାନର ବିଷୟ। ଇନପୁଟ ସବସିଡି ବଢ଼େଇ ଆମ ସରକାର ଦାୟିତ୍ୱ ସମ୍ପର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ । ଆମେ ଧାନ କ୍ଵିଣ୍ଟାଲ ପିଛା ୩୧ଶହ ଟଙ୍କା ଦେଇ ଧାନ କିଣୁଛୁ । ଗତ ବର୍ଷ ୨୭ହଜାର କୋଟି ଟଙ୍କାର ଧାନ ଆମେ କିଣିଛୁ । ୨୦୨୫-୨୬ରବି ଖରିପ ଋତୁରେ ପାଖାପାଖି ୬୨ଲକ୍ଷ ମାଟ୍ରିକ ଟନ ଧାନ ଆମେ କିଣିଛୁ । ବିରୋଧୀ ଏହାକୁ ସହି ପାରୁନି । ଆମେ ସ୍ୱଚ୍ଛତାର ସହ ଧାନ ଆମେ କିଣୁଛୁ । ଦରକାର ହେଲେ ଆହୁରି ଟୋକନ ଦିଆଯିବ । ବିଧାନସଭାକୁ ଅଚଳ କରି ଯେଉଁ ଇସୁ କରାଯାଉଛି ତାଙ୍କୁ ଓଡିଶାବାସୀ କ୍ଷମା କରିବେନି ।