କାମାକ୍ଷାନଗର, ୫।୭ :  ବହୁ ଚର୍ଚ୍ଚିତ ଫଟୋଗ୍ରାଫର ରାଜେଶ ପାଣି ହତ୍ୟାକାଣ୍ଡର  ପୁଲିସ ପର୍ଦ୍ଦାଫାସ କରିଛି। ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଅପରାଧୀ ସମ୍ପଦ ସାହୁକୁ କାମାକ୍ଷାନଗର ପୁଲିସ ଗିରଫ କରିଛି । ସମ୍ପଦର ଘର ଜଗତସିଂହପୁର ଜିଲ୍ଲା କ୍ରିଷ୍ଣନନ୍ଦପୁର ଗାଁରେ । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ରାଜେନ୍ଦ୍ର କୁମାର ମଲ୍ଲିକକୁ ଗିରଫ କରିଛି ପୁଲିସ।

ଗତ ବର୍ଷ ନଭେମ୍ବର ମାସ ୧୩ ତାରିଖରେ ରାଜେଶକୁ ଡାକି ନେଇ କୋଲ୍ଡ ଡ୍ରିଙ୍କସରେ ନିଶା ଟାବଲେଟ୍ ମିଶାଇ ପିଇବାକୁ ଦେଇଥିଲା ସମ୍ପଦ । ରାଜେଶଙ୍କ କ୍ୟାମେରା ସହ ସୁନା ଚେନ, ମୁଦି ଲୁଟି ନେବା ସହ ତାଙ୍କୁ ମାରି ମୁକ୍ତାପଶି ଗ୍ରାମ ସତସଙ୍ଗ ପୋଖରୀରେ ଫିଙ୍ଗି ଦେଇଥିଲା । ରାଜେଶ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।  ତେବେ ତାଙ୍କୁ ଲୁଟ୍ କରାଯାଇ ହତ୍ୟା କରାଯାଇଥିବା ଢେଙ୍କାନାଳ ଏସପି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ  ସମ୍ପଦ ସାହୁଙ୍କ ନାଁରେ ବହୁ ଅପରାଧିକ ରେକର୍ଡ ରହିଛି । ବିଭିନ୍ନ ପୁଲିସ ଷ୍ଟେସନରେ ସମ୍ପଦ ବିରୋଧରେ ମାମଲା ରହିଛି।

​​​​​​​ଆହୁରି ପଢନ୍ତୁ: ମହାନଦୀରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର, ଜଣେ ନିଖୋଜ