ନୂଆଦିଲ୍ଲୀ ୦୬/୦୧: କନ୍ନଡ ଅଭିନେତା ଶିବା ରାଜକୁମାର ବହୁଦିନ ହେଲା ରକ୍ତ କର୍କଟ (ବ୍ଲଡ କ୍ୟାନ୍‌ସର)ରେ ପୀଡିତ ହୋଇ ଆମେରିକାର ମିଆମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ସେ କ୍ୟାନସରରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି । ହସ୍ପିଟାଲରୁ ତାଙ୍କୁ ଛାଡ ମିଳିଛି ବୋଲି ନିଜ ସୋସିଆଲ ମିଡିଆ ଏକ୍ସରେ ସେ ସୂଚନା ଦେଇଛନ୍ତି । ତଥାପି ତାଙ୍କୁ ଆଉ ୧ ମାସ ପର୍ଯ୍ୟନ୍ତ ଆମେରିକାରେ ରହିବାକୁ ପଡିବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ସେ ଭାରତ ଫେରିବେ ଏବଂ ସୁଟିଂରେ ସାମିଲ ହେବେ । 




ତେବେ ତାଙ୍କ ଭିଡିଓକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ଚିହ୍ନି ପାରୁନାହାନ୍ତି । କାରଣ କେମୋ ନେବା ପରେ ତାଙ୍କ ମୁଣ୍ଡର କେଶ ସମ୍ପୂର୍ଣ୍ଣ ଝଡିଯାଇଛି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଗତ ଡିସେମ୍ବର ୨୪ରେ ମିଆମି କ୍ୟାନସର ଇନଷ୍ଟିଚ୍ୟୁଟରେ ତାଙ୍କର ଗଲ୍‌ ବ୍ଲାଡର ସର୍ଜରୀ ହୋଇଥିଲା । ଏହି ଅସ୍ତ୍ରେପାଚାର ସଫଳ ହୋଇଛି । ଅସ୍ତ୍ରୋପଚାର ବେଳେ ଡାକ୍ତରମାନେ ତାଙ୍କ ବ୍ଲାଡର ବାହାର କରି ଅନ୍ୟ ଏକ ବ୍ଲାଡର ଲଗାଇଛନ୍ତି । ଚିକିତ୍ସା ପୂର୍ବରୁ ସେ ଭୟଭୀତ ହୋଇପଡିଥିଲେ । କିନ୍ତୁ ପ୍ରଶଂସକ, ସମ୍ପର୍କୀୟ ଓ ଡାକ୍ତରଙ୍କ ସମର୍ଥନ ତାଙ୍କୁ ସାହସ ଦେଇଥିଲା । ଭିଡିଓରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।