ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପରିବାରର ସୁରକ୍ଷା ପାଇଁ ସିକ୍ୟୁରୁଟି ଟିମ୍ ବଦଳାଇଲେ ସୈଫ୍, ଏହି ତାରକା ଯୋଗାଇବେ ସୁରକ୍ଷା

Published By : Anindita Ratha | January 22, 2025 3:21 PM

ମୁମ୍ବାଇ, ୨୨/୦୧:  ଅଭିନେତା ସୈଫ ଅଲି ଖାନ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ସେ ଘରେ ପହଞ୍ଚିଛନ୍ତି  । ତାଙ୍କ ପତ୍ନୀ କରୀନା କପୁର ଖାନ ଏବଂ ମାଆ ଶର୍ମିଲା ଟାଗୋର ଅଭିନେତାଙ୍କୁ ହସ୍ପିଟାଲରୁ ଆଣିଥିଲେ ।  ଘରକୁ ଫେରିବା ମାତ୍ରେ, ଅଭିନେତା ତାଙ୍କ ପରିବାରର ସୁରକ୍ଷା ପାଇଁ  ସିକ୍ୟୁରୁଟି ଟିମ୍ ବଦଳାଇଥିବା ସୂଚନା ମିଳିଛି ।ସୈଫଙ୍କ ଏବଂ ତାଙ୍କ ପରିବାରକୁ ୯୦ ଦଶକର ଅଭିନେତା ରୋନିତ ରୟଙ୍କ ଏଜେନ୍ସି ସୁରକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ଚୋର ତାଙ୍କ ଘରେ ପଶି ଆକ୍ରମଣ କରିଥିବା ଘଟଣାପରେ ସୈଫ  ଏହି ପଦକ୍ଷେପ ନେଉଛନ୍ତି। ଅଭିନେତା ରୋନିତ ରୟ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ସୁରକ୍ଷା ଦେବାକୁ ଯାଉଛନ୍ତି । ରୋନିତ ରୟ ଏସ୍ ସିକ୍ୟୁରିଟି ଆଣ୍ଡ୍ ପ୍ରୋଟେକ୍ସନ୍ ନାମକ ଏକ ଫାର୍ମ ଚଲାନ୍ତି, ଯେଉଁଥିରେ ସେ ସୁରକ୍ଷା କର୍ମୀ ଯୋଗାଇଥାନ୍ତି । ଏହି ସମୟରେ, ଏକ ସାକ୍ଷାତକାରରେ ରୋନିତ କହିଛନ୍ତି, 'ଆମେ ସୈଫଙ୍କ ସହିତ ଅଛୁ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଏବେ ସେ ଘରକୁ ଫେରି ଆସିଛନ୍ତି।' ରୋନିତ ରୟ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ପାଇଁ ଜଣାଶୁଣା । ଏବେ ତାଙ୍କୁ ବଲିଉଡରେ ଖଳନାୟକ ଭୂମିକାରେ ଅଧିକ ଦେଖିବାକୁ ମିଳେ। ସେ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । 

ଏହା ବ୍ୟତୀତ ରୋନିତ ରୟ କୌଣସି ରେଷ୍ଟୁରାଣ୍ଟ କିମ୍ବା ଜିମ୍‌ରେ ଟଙ୍କା ନିବେଶ କରିବା ପରିବର୍ତ୍ତେ ନିଜର ଏକ ଏଜେନ୍ସି ଖୋଲିଥିଲେ ଯାହା ମାଧ୍ୟମରେ ସେ ଅନେକ ବଡ଼ ବଲିଉଡ୍ ଅଭିନେତାଙ୍କୁ ସୁରକ୍ଷା ଯୋଗାଇଥାନ୍ତି । ପ୍ରକାଶ ଥାଉକି, ଜାନୁଆରୀ ୧୬ ତାରିଖରେ ବଲିଉଡ଼ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘର ଭିତରେ ଛୁରାମାଡ ହୋଇଥିଲା । ଚୋରି କରିବା ଉଦ୍ୟମରେ ଘରେ ପଶିଥିଲା ଅଭିଯୁକ୍ତ । ଯାହାକୁ ସୈଫଙ୍କ ଚାକରାଣୀ ଦେଖିଥିଲେ । ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ସେଠାରେ ପହଞ୍ଚିଥିଲେ । ଚାକରାଣୀଙ୍କୁ ବନ୍ଧକ ରଖି ୧ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହି ସମୟରେ ସେ ସୈଫଙ୍କ ସହ ଅଭିଯୁକ୍ତର ହାତାହାତି ହେବା ଫଳରେ ଅଭିଯୁକ୍ତ ୬ଥର ଛୁରାମାଡ଼ କରି ସେଠାରୁ ଫେରାର୍ ହୋଇଥିଲା । ଏହାପରେ ସୈଫଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.