ଭୁବନ ୨୦/୦୧: କ୍ରିକେଟ ଖେଳକୁ ନେଇ ମହାଭାରତ । ହାରିଗଲେ ବୋଲି ବିପକ୍ଷ ଦଳର ଖେଳାଳିଙ୍କୁ ଲହୁଲୁହାଣ କଲେ ଖେଳାଳି। ତଦନ୍ତ କରୁଛି ଭୁବନ ପୁଲିସ।

ସୂଚନା ଅନୁଯାୟୀ, ଭୁବନ ବ୍ଲକ ଅନ୍ତର୍ଗତ ସାଇରାମପୁର ଗ୍ରାମରେ ଚାଲିଥିଲା କ୍ରିକେଟ୍ ମ୍ୟାଚ୍। ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ କୁହିକା ଓ ରାସୋଳ ଟିମ ଫାଇନାଲ ମ୍ୟାଚ୍ ଖେଳିଥିଲେ । ଶେଷ ଏକ ଓଭରରେ ରାସୋଳକୁ ଆବଶ୍ୟକ ଥିଲା ଚାରି ରନ । ହେଲେ ରନ ନକରିପାରି ଶେଷରେ ହାରି ଯାଇଥିଲା ରାସୋଳ ଟିମ। ଏଥିରେ ଉତକ୍ଷିପ୍ତ ହୋଇ ରାସୋଳ ଟିମର ଖେଳାଳି ବ୍ୟାଟରେ କୁହିକା ଟିମର ଖେଳାଳି ପ୍ରସିତ ବାରିକଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ପ୍ରସିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଭୁବନ ପୁଲିସ ପହଞ୍ଚି ତଦନ୍ତ କରୁଛି।