ନୂଆଦିଲ୍ଲୀ : ଗୋଟେ ପଟେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଆଉ ଗୋଟେ ପଟେ ମଧ୍ୟ-ପୂର୍ବର ଦେଶ ସିରିଆରେ କ୍ଷମତା ପରିବର୍ତ୍ତନ ସାରା ବିଶ୍ୱକୁ କରିଛି ପ୍ରଭାବିତ । ଚୀନ୍ , ୟୁକ୍ରେନ ବିରୁଦ୍ଧ ଲଢେଇରେ ରୁଷ୍ର ସେନାକୁ ଅନ୍ୟ ପ୍ରକାରରେ ସାହାଯ୍ୟ କରୁଛି। ଏହି ମଧ୍ୟରେ ଚୀନ୍ ଏହି ସ୍ଥିତିର ଫାଇଦା ଉଠାଇ ଆର୍କଟିକ୍ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜବୁତ୍ କରିବା ଆରମ୍ଭ କରି ଦେଇଛି। ଆର୍କଟିକ୍ କ୍ଷେତ୍ରରେ ଚୀନ ଓ ରୁଷ୍ ମିଶି ସେନା ଗତିବିଧିକୁ ବୃ୍ଦ୍ଧି କରୁଛନ୍ତି। ଏଥିରେ ଆମେରିକା ଚିନ୍ତାରେ ପଡ଼ି ଯାଇଛି। କହି ରଖୁଛୁ କି, ଏହି କ୍ଷେତ୍ରରେ ରୁଷ୍ର ପାରମ୍ପରିକ ଭାବେ ପ୍ରଭାବ ରହିଛି।
ପେଣ୍ଟାଗନର ଜଣେ ବରିଷ୍ଠ ଅଧିକାରୀ ଖୁଲାସା କରିଛନ୍ତି ଯେ, ଚୀନ ରୁଷ୍କୁ ୟୁକ୍ରେନ ଯୁଦ୍ଧରେ ସାହାଯ୍ୟ ପହଞ୍ଚାଇ ଆର୍କଟିକ୍ କ୍ଷେତ୍ରରେ ସେନା ଗତିବିଧି ବଢାଉଛି। ଗତ ଦୁଇ ବର୍ଷରେ ଏହି କ୍ଷେତ୍ରରେ ଚୀନ ଓ ରୁଷ୍ ସଂଯୁକ୍ତ ସେନା ଅଭିଯାନ ଚଲାଇଛନ୍ତି, ଯେଉଁଥିରେ ୱାରସିପ୍ , ଫାଇଟରଜେଟ୍ ବିମାନ ଓ କୋଷ୍ଟଗାର୍ଡ ଜାହାଜର ଜଏଣ୍ଟ ଡ୍ରିଲ୍ ସାମିଲ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଜୁଲାଇରେ ଦୁଇ ଦେଶ ଅଲାସ୍କାର ନିକଟ ଅନ୍ତରାଷ୍ଟ୍ରୀୟ ବିମାନ କ୍ଷେତ୍ରରେ ଏକ ପ୍ରମୁଖ ଏୟାର ଯାତ୍ରା କରିଛନ୍ତି , ଯେଉଁଥିରେ ଦୁଇ ଦେଶର ୪ଟି ସାମଗିର ବୋମାବର୍ଷକ ବିମାନ ଚୁକଚି ଓ ବେରିଂ ସାଗର ଉପରେ ଉଡ଼ାଣ ଭରିଛି।
ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ର ପ୍ରତିରକ୍ଷା ଉପ-ସହାୟକ ସଚିବ ଆଇରିସ ଏ ଫର୍ଗ୍ୟୁସନ ଏକ ରିପୋର୍ଟରେ ଆର୍କଟିକ୍ କ୍ଷେତ୍ରରେ ରୁଷ୍-ଚୀନର ପାର୍ଟନରସିପ୍ ବୃଦ୍ଧିର ଉଲ୍ଲେଖ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ,ପ୍ରଥମ ଥର, ଚାଇନା ଓ ରୁଷୀୟ ବିମାନ ଗୁଡ଼ିକ ପୂର୍ବୋତ୍ତର ରୁଷ୍ରେ ଗୋଟିଏ ହିଁ ବେସ୍ରୁ ଉଡ଼ାଣ ଭରିଛନ୍ତି, ଯାହା ପରିଚାଳନ ଏକୀକରଣର ଏକ ନୂଆ ସ୍ତରର ସଙ୍କେତ । ଫର୍ଗ୍ୟୁସନ ମୁତାବିକ, ରୁଷ୍-ଚୀନର ଏହି ମିଳିତ ପାର୍ଟନରସିପ୍ କ୍ଷେତ୍ରୀୟ ଭୂ-ରାଜନୀତିରେ ପ୍ରମୁଖ ପରିବର୍ତ୍ତନ ହେବାର ସଙ୍କେତ ଦେଇଛନ୍ତି , କାରଣ ୟୁକ୍ରେନ୍ ଯୁଦ୍ଧ କାରଣରୁ ରୁଷ୍ ୟୁରୋପ ଓ ପଶ୍ଚିମୀ ଦେଶ ଗୁଡ଼ିକରୁ ଅଲଗା ହୋଇ ସାରିଛି ଏବଂ ଏହି ଫାଇଦା ଏବେ ଚୀନ୍ ଉଠାଉଛି।
ଫର୍ଗ୍ୟୁସନ କହିଛନ୍ତିକି ଏହିପରି ସହଯୋଗର ଅନୁମତି ଦେବାରେ ରୁଷ୍ର ଇଚ୍ଛା ଏହାର ଆର୍କଟିକ୍ ରଣନୀତିକୁ ବଦଳାଇ ଦେଇଛି। ରିପୋର୍ଟରେ କୁହାଯାଇଛି କି ଆର୍କଟିକ୍ କ୍ଷେତ୍ରରେ ରୁଷ୍ର ସହଯୋଗୀ ହେବାରେ ଚୀନର ଏହି ଅଞ୍ଚଳରେ ଅଦ୍ଭୁତପୂର୍ବ ନିକଟତର ହୋଇ ଯାଇଛି, ଯାହା ଆମେରିକା ପାଇଁ ସାମରିକ ଦୃଷ୍ଟିକୋଣ ଠାରୁ ବିପଦର ଘଣ୍ଟି। ଚୀନ୍ ଦୀର୍ଘ ସମୟରୁ ଏହି କ୍ଷେତ୍ରରେ ନିକଟତର ହେବାରେ ଚେଷ୍ଟାରେ ଲାଗିଥିଲା କାରଣ ଏମିତି କରି ସେ ଆମେରିକାରେ ଚାପ ପକାଇବାକୁ ଚାହୁଁଛି। କେବଳ ଏତିକି ନୁହେଁ ଆର୍କଟିକ୍ କ୍ଷେତ୍ରରେ ପ୍ରମୁଖ ନୌବାହିନୀ ମାର୍ଗ ହେବାର କାରଣରୁ ଚୀନର ମହତ୍ତ୍ୱାକାଂକ୍ଷୀ ଏହି ଅଞ୍ଚଳରେ ନିଜର ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ଜୋର ଦେଇଛି । ଏବେ ସେ ପ୍ରତି ସିପ୍ର ନିରୀକ୍ଷଣ ମଧ୍ୟ କରିପାରେ।