ଗତ କିଛି ବର୍ଷରେ ଏଭଳି ଅନେକ ଫିଲ୍ମ ଓ ୱେବ ସିରିଜ ତିଆରି ହୋଇଛି, ଯେଉଁଥିରେ ଅଭିନେତ୍ରୀମାନେ ନିଜ ବୟସଠାରୁ ଦୁଇଗୁଣ ଅଧିକ ବୟସର ଅଭିନେତାଙ୍କ ସହ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିଥିବା ଦେଖିବାକୁ ମିଳିଛି । ଏ କ୍ଷେତ୍ରରେ ଅଭିନେତାଙ୍କ ବୟସ ବାଧକ ହୋଇପାରି ନାହିଁ ।

ୱେବ୍‌ ସିରିଜ୍‌ ଓ ଓଟିଟି ପ୍ଲାଟଫର୍ମ ବର୍ତ୍ତମାନ ବହୁତ ଟ୍ରେଣ୍ଡରେ ଅଛି । ଯେ କୌଣସି ଦର୍ଶକ ଓଟିଟିରେ ଉପଲବ୍ଧ ନାନା ସ୍ୱାଦର ବିଷୟବସ୍ତୁ ଦେଖିବାକୁ ପସନ୍ଦ କରୁଛନ୍ତି । ଅନେକ ଏଭଳି ୱେବ୍‌ ସିରିଜ୍‌ ଉପଲବ୍ଧ ହେଉଛି ଓଟିଟି ପ୍ଲାଟଫର୍ମରେ, ଯେଉଁଥିରେ ଅଭିନେତା-ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ତରଙ୍ଗ ଦୃଶ୍ୟକୁ ଖୁବ୍‌ ସୁନ୍ଦର ଭାବରେ ଦର୍ଶାଇଛନ୍ତି ନିର୍ଦ୍ଦେଶକ । ଏଭଳି ଦୃଶ୍ୟରେ ଅଭିନେତ୍ରୀମାନେ ବୟସକୁ ଗୁରୁତ୍ୱ ନ ଦେଇ ନିଜଠୁ ଦୁଇଗୁଣ ବୟସର ଅଭିନେତାଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟ କରିଛନ୍ତି । 

ମିର୍ଜାପୁର

ଏମିତି କେହି ଦର୍ଶକ ନଥିବେ, ଯିଏ ଆକ୍ସନ-କ୍ରାଇମ୍‌ ଥ୍ରୀଲର୍‌ ୱେବ୍‌ ସିରିଜ୍‌ ‘ମିର୍ଜାପୁର’ ବିଷୟରେ ଜାଣିନଥିବେ । ଏହି ୱେବ ସିରିଜର ସମସ୍ତ ସଂସ୍କରଣକୁ ଦର୍ଶକ ଖୁବ୍‌ ପସନ୍ଦ କରିଆସିଛନ୍ତି । ପ୍ରାଇମ୍‌ ଭିଡିଓରେ ଏହି ସିରିଜ୍‌କୁ ଦର୍ଶକ ଦେଖିପାରିବେ । ‘ମିର୍ଜାପୁର ୩’ରେ ଅଭିନେତ୍ରୀ ରସିକା ଦୁଗ୍‌ଗଲ ଓ ବରିଷ୍ଠ ଅଭିନେତା କୁଳଭୂଷଣ ଖରବନ୍ଦାଙ୍କ ମଧ୍ୟରେ ଅନେକଗୁଡ଼ିଏ ଅନ୍ତରଙ୍ଗ ଦୃଶ୍ୟ ଦୃଶ୍ୟାୟିତ ହୋଇଛି । ଏସବୁ ଦୃଶ୍ୟର ସୁଟିଂବେଳେ ରସିକା ବୟସର ସମସ୍ତ ସୀମା ପାର କରିଯାଇଛନ୍ତି । ରୀତେଶ ସିଧୱାନି ଓ ଫର୍‌ହାନ ଅଖ୍‌ତର ଏହି ସିରିଜର ପ୍ରଯୋଜକ । ଉତ୍ତର ପ୍ରଦେଶର ମିର୍ଜାପୁରରେ ସଂଘଟିତ ଗ୍ୟାଙ୍ଗୱାର, କ୍ଷମତା ହାସଲ ତଥା ସମାଜରେ ନିଜର ପ୍ରଭୁତ୍ୱ ଜାହିର କରିବାର ଦୁର୍ବାର ଲାଳସାକୁ ଏହି ସିରିଜ୍‌ରେ ଖୁବ୍‌ ସୁନ୍ଦର ଭାବେ ଦର୍ଶାଯାଇଛି । ପଙ୍କଜ ତ୍ରିପାଠୀ, ଅଲି ଫଜଲ୍‌, ଦିବ୍ୟେନ୍ଦୁ ଶର୍ମା, ବିକ୍ରାନ୍ତ ମାସି ଓ ଶ୍ରୀୟା ପିଲଗାଓଁକର ‘ମିର୍ଜାପୁର’ର ବିଭିନ୍ନ ସିରିଜରେ ଦମ୍‌ଦାର ଚରିତ୍ର ନିର୍ବାହ କରିଛନ୍ତି । 

ଆଶ୍ରମ

ଚର୍ଚ୍ଚିତ ୱେବ୍‌ ସିରିଜ୍‌ ‘ଆଶ୍ରମ’ ଦେଖିଛନ୍ତି? ଏଥିରେ ୩୦ ବର୍ଷ ବୟସ୍କା ଅଭିନେତ୍ରୀ ତ୍ରିଧା ଚୌଧୁରୀ ନିଜଠାରୁ ବୟସରେ ୨୫ ବର୍ଷ ବଡ଼ ଅର୍ଥାତ୍‌ ୫୫ ବର୍ଷ ବୟସ୍କ ଅଭିନେତା ବବି ଦେଓଲଙ୍କ ସହିତ ରୋମାନ୍ସ କରି ଖୁବ୍‌ ଚର୍ଚ୍ଚା ସାଉଁଟିଥିଲେ । ଏହି ସିରିଜର ସମସ୍ତ ୩ଟି ସିଜନ୍‌କୁ ଖୁବ୍‌ ଦର୍ଶକୀୟ ଆଦୃତି ମିଳିଛି । ‘ଆଶ୍ରମ’ ସିରିଜକୁ ଆପଣ ଏମ୍‌ଏକ୍ସ ପ୍ଲେୟର ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ । 

ଡାର୍ଟି ପଲିଟିକ୍ସ

ପ୍ରାଇମ୍‌ ଭିଡିଓ ଓଟିଟି ପ୍ଲାଟଫର୍ମରେ ଆପଣ ‘ଡର୍ଟି ପଲିଟିକ୍ସ’ ଫିଲ୍ମ ନିଶ୍ଚିତ ଭାବେ ଦେଖିଥିବେ । ଏହି ଫିଲ୍ମରେ ମଲ୍ଲିକା ଶେରାୱତ ଓ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଓମ୍‌ ପୁରିଙ୍କ କେମିଷ୍ଟ୍ରିକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ । ଓମ୍‌ ପୁରିଙ୍କ ଭଳି ବୟସ୍କ କଳାକାରଙ୍କ ସହ ମଲ୍ଲିକାଙ୍କ ଯୋଡ଼ି ଯେ ଏତେ ମନଛୁଆଁ ହେବ, ତାହା ହୁଏତ କୌଣସି ଦର୍ଶକ କେବେ ଭାବିନଥିଲେ । ମଲ୍ଲିକା ଯେ ନିଜଠୁ ବୟସରେ ଏତେ ବଡ଼ ଅଭିନେତାଙ୍କ ସହ ଏଭଳି ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିବେ - ଏ ବାବଦରେ ମଧ୍ୟ କେହି ଚିନ୍ତା କରିନଥିବେ । କିନ୍ତୁ ଦର୍ଶକଙ୍କୁ ଚକିତ କରି ମଲ୍ଲିକା ଏଭଳି ଦୃଶ୍ୟରେ ଦେଖିବାକୁ ମିଳିଲେ ଓ ଦର୍ଶକଙ୍କ ଭଲପାଇବା ସହ ଚର୍ଚ୍ଚା ସାଉଁଟିବାରେ ସଫଳ ହୋଇଥିଲେ । 

ସି

ବର୍ତ୍ତମାନ ସୁଦ୍ଧା ଆଦିତି ପୋହନକର ଷ୍ଟାରର୍‌ ଇଣ୍ଡିଆନ୍‌ କ୍ରାଇମ୍‌ ଡ୍ରାମା ‘ସି’ର ଦୁଇଟି ସିଜନ୍‌ ମୁକ୍ତିଲାଭ କରିଛି । ଅଦିତି ଏଥିରେ ଭୂମିକା ପରଦେଶୀ ନାମକ ଚରିତ୍ର ନିର୍ବାହ କରିଛନ୍ତି । ଏହି ଟିଭି ସିରିଜରେ ନାୟିକା ନିଜଠୁ ବୟସରେ ବଡ଼ କିଶୋର କୁମାରଙ୍କ ସହିତ ଅନେକ ଅନ୍ତରଙ୍ଗ ଦୃଶ୍ୟରେ ଦେଖିବାକୁ ମିଳିଛନ୍ତି । ଏହା ସହିତ ଅଦିତିଙ୍କୁ ‘ଆଶ୍ରମ’ରେ ବବି ଦେଓଲଙ୍କ ସହିତ ଇଣ୍ଟିମେଣ୍ଟ ସିନ୍‌ କରୁଥିବା ଦେଖିବାକୁ ମିଳିଛି । ଦିବ୍ୟା ଜନ୍‌ ଓ ଇମ୍‌ତିଆଜ ଅଲ୍ଲୀ ‘ସି’ର କାହାଣୀ ଲେଖିଛନ୍ତି । 

ହରାମ୍‌ଖୋର

ଜିଓ ହଟଷ୍ଟାରରେ ଉପଲବ୍ଧ ହେଉଛି ‘ହରାମ୍‌ଖୋର’ ଚଳଚ୍ଚିତ୍ର । ଏଥିରେ ଅଭିନୟ କରିଛନ୍ତି ନବାଜୁଦ୍ଦିନ ସିଦ୍ଦିକି ଓ ଶ୍ୱେତା ତ୍ରିପାଠୀ । ଏହି ଫିଲ୍ମରେ ଶ୍ୱେତା ନବାଜୁଦ୍ଦିନଙ୍କ ସହିତ ଅନେକଗୁଡ଼ିଏ ରୋମାଣ୍ଟିକ ଦୃଶ୍ୟରେ ଅଭିନୟ କରିଛନ୍ତି । ଏହାର କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ଳୋକ ଶର୍ମା ।