ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଦେଶର ୨ୟ ଧନୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା, ନେଟ୍‌ ସମ୍ପତ୍ତି ୯୦୦ କୋଟି

Published By : Krishna Priya | August 8, 2025 8:34 AM

ନୂଆଦିଲ୍ଲୀ ୦୮/୦୮: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମନୋରଞ୍ଜନ ଜଗତର ସବୁଠୁ ପରିଚିତ ନାଁ । ତାଙ୍କର ଉପଲବ୍ଧି, ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ନେଟ୍‌ ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ସବୁରି ଧ୍ୟାନ ଆକର୍ଷଣ କରିଛି । ସିୟାସତ୍‌ର ରିପୋର୍ଟ ଅନୁସାରେ, ଐଶ୍ୱର୍ଯ୍ୟା ଭାରତର ୨ୟ ସବୁଠୁ ଧନୀ ଅଭିନେତ୍ରୀ । ତାଙ୍କର ନେଟ୍‌ ସମ୍ପତ୍ତି ୯୦୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ପରଦାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ପରିଚିତ ଐଶ୍ୱର୍ଯ୍ୟା ବଲିଉଡ୍‌ର ଅନ୍ୟତମ ସବୁଠୁ ମହଙ୍ଗା ଅଭିନେତ୍ରୀ । ଗୋଟିଏ ଫିଲ୍ମ ପିଛା ସେ ପ୍ରାୟ ୧୦ କୋଟି ଟଙ୍କା ପାରିଶ୍ରମିକ ଚାର୍ଜ କରନ୍ତି । ଅଭିନୟ ସହିତ ଲୋକପ୍ରିୟ ଓ ମହଙ୍ଗା ଭାରତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ବିଜ୍ଞାପନରୁ ସେ ୬-୭ କୋଟି ଟଙ୍କା ଆୟ କରନ୍ତି । ବିଜ୍ଞାପନରେ ତାଙ୍କର ଉପସ୍ଥିତି ବିଶ୍ୱସ୍ତରରେ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାରେ ସାହାଯ୍ୟ କରିଛି । 

ଅଭିନୟ ଓ ବିଜ୍ଞାପନ ସହିତ ଐଶ୍ୱର୍ଯ୍ୟା ବ୍ୟବସାୟ ଜଗତରେ ମଧ୍ୟ ଏଣ୍ଟ୍ରି କରିଛନ୍ତି । ତାଙ୍କୁ ବଲିଉଡ୍‌ର ସବୁଠୁ ସଫଳ ମହିଳା ଉଦ୍ୟୋଗୀ ଭାବେ ବିବେଚନା କରାଯାଉଛି । ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଐଶ୍ୱର୍ଯ୍ୟା ଅନେକ ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ । ବର୍ତ୍ତମାନ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ୫୦ କୋଟିର ଭବ୍ୟ ବଙ୍ଗଳାରେ ରହୁଛନ୍ତି । ଦୁବାଇର ଜୁମିରା ଗଲ୍‌ଫ ଇଷ୍ଟେଟ୍ସରେ ଥିବା ସାନ୍‌ଚୁଆରୀ ଫଲ୍ସରେ ତାଙ୍କର ଏକ ସୁନ୍ଦର ଭିଲ୍ଲା ରହିଛି, ଯାହା ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.