ମୁମ୍ବାଇ,୧୧/୬ : ବଲିଉଡ଼ର ଅକ୍ଷୟ କୁମାର । ନାଁ ହିଁ ଯଥେଷ୍ଟ । ତାଙ୍କୁ କିଏ ବା ନ ଜାଣେ । ଖିଲାଷ୍ଟି ଷ୍ଟାର୍ ଭାବେ ଜଣାଶୁଣା । ନିଜର ନିଆରା ଷ୍ଟାଇଲ୍ ହେଉ ଅବା ଷ୍ଟଣ୍ଟ୍ ପାଇଁ ସେ ବେଶ୍ ପରିଚିତ । ଏବେ ସେ ଆଗାମୀ ସିନେମା ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ତାଙ୍କର ଫିସକୁ ନେଇ ମୁହଁ ଖୋଲିଛନ୍ତି । ଯାହାକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ୪ମିନିଟ ୧୦ସେକେଣ୍ଡର ଟ୍ରେଲର ଗୁରୁବାର ରିଲିଜ ହୋଇଯାଇଛି । ଏଥିରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ରବୀନା ଟଣ୍ଡନ ଏବଂ ଦିଶା ପଟାନୀଙ୍କ ଭଳି ଡର୍ଜନେ ଷ୍ଟାର୍ ଅଛନ୍ତି । ଟ୍ରେଲର ଲଞ୍ଚ ଲାଗି ମେକର୍ସ ଏକ ବଡ଼ ଇଭେଣ୍ଟ ରଖିଥିଲେ। ଯେଉଁଥିରେ ଫିଲ୍ମର ସବୁ କଳାକାର, ନିର୍ଦେଶକ ଏବଂ ନିର୍ମାତା ସାମିଲ ହୋଇଥିଲେ। ଏହି ଇଭେଣ୍ଟ ସମୟରେ ଅକ୍ଷୟ କୁମାରଙ୍କୁ ତାଙ୍କର ଏହି ଫିଲ୍ମ ଲାଗି କେତେ ଫିସ୍ ନେଇଥିଲେ ସେ ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଅକ୍ଷୟ କୁମାର ନିଜ ଅନ୍ଦାଜରେ ଦେଇଥିଲେ ।

କିଛିଦିନ ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା କି ଅକ୍ଷୟ କୁମାର ‘ ଓ୍ବେଲକମ ଟୁ ଦ ଜଙ୍ଗଲ’ ଲାଗି ମେକର୍ସଙ୍କଠାରୁ ଫିସ୍ ଭାବେ କେବଳ ୧.୮କୋଟି ଟଙ୍କା ନେଇଛନ୍ତି । ଏଭଳି ସ୍ଥଳେ ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ଅକ୍ଷୟ କୁମାରଙ୍କୁ ତାଙ୍କର ଏହି ଫିସ୍ ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ଅକ୍ଷୟ ବି ପ୍ରଶ୍ନକୁ ଏଡ଼ାଇ ଯିବା ବଦଳରେ ଉତ୍ତର ଦେବା ଠିକ୍ ଭାବିଥିଲେ । ଫିସକୁ ନେଇ ହୋଇଥିବା ପ୍ରଶ୍ନ ଉପରେ ଅକ୍ଷୟ କୁମାର କହିଥିଲେ କି, ଯଦି ମୁଁ ସତ କହିବି ତ, ଆପଣଙ୍କୁ ଯିଏ ବି ଏହି କଥା କହିଛି କି ମୁଁ ୧.୮କୋଟି ଟଙ୍କା ନେଇଛି ମୁଁ ସେତେ ବି ନେଇନାହିଁ । ମୋତେ ସେତିକି ବି ମିଳିନାହିଁ ।’ ରିପୋର୍ଟରେ ଦାବି କରାଯାଇଥିଲା କି ଅକ୍ଷୟ ଫିସ୍ ହୋଇପାରେ କମ୍ ନେଇଥାଇପାରନ୍ତି, କିନ୍ତୁ ପ୍ରୋଜେକ୍ଟରେ ସେ ଭାଗିଦାରୀ ହେବେ । ତଥା ଫିଲ୍ମ ଯେତେ କଲେକ୍ସନ କରିବ, ଅକ୍ଷୟଙ୍କୁ ସେତିକି ଅଧିକ ଟଙ୍କା ମିଳିବ ।

ଏହି ସମୟରେ ଅକ୍ଷୟ କହିଥିଲେ କି, ମୋ ଲାଗି ଗୁରୁତ୍ବପୂର୍ଣ୍ଣ କଥା ଏହା କି ଏହି ଫିଲ୍ମକୁ ଦିବଙ୍ଗତ ନିରଜ ବୋରା ଲେଖିଛନ୍ତି । ଏହି ଇଣ୍ଡଷ୍ଟ୍ରିରେ ମୁଁ ତିନି ଜଣ ଳୋକଙ୍କଠାରୁ ବହୁତ କିଛି ଶିଖିଛି । ପ୍ରିୟଦର୍ଶନ ଜୀ, ରାଜକୁମାର ସନ୍ତୋଷୀ ଜୀ ଏବଂ ନୀରଜ ବୋରା ଜୀ । ମୋର କ୍ୟାରିୟର ଏବଂ କମେଡ଼ି ଶିଖିବାରେ ନିରଜ ଜୀଙ୍କ ବହୁତ ଯୋଗଦାନ ଅଛି । ସେ କାହାଣୀ ଲେଖିଥିଲେ ଏବଂ ଫିରୋଜ ଏ ନାଡିୟାଡଓ୍ବାଲା ବି ଏଥିରେ ସାମିଲ ଅଛନ୍ତି । ମୁଁ ତାଙ୍କୁ ୩୬ବର୍ଷରୁ ଜାଣିଛି । ମୁଁ ତାଙ୍କୁ ସେବେଠାରୁ ଜାଣିଛି ଯେତେବେଳେ ମୁଁ ଷ୍ଟ୍ରଗଲ୍ କରୁଥିଲି ଏବଂ ଆଜି ବି ମୋ ଷ୍ଟ୍ରଗଲ୍ ଜାରି ରହିଛି । ତାଙ୍କୁ ଇଭେଣ୍ଟରେ ଆଣିବା ଏକ ଷ୍ଟ୍ରଗଲ୍ ଥିଲା ।