ୱାଶିଂଟନ ଡିସି, ୧୫/୦୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ନୂଆ ଧମକ ଦେଇଛନ୍ତି। ଏହାର ସବୁଠୁ ସୁରକ୍ଷିତ ପରମାଣୁ ଠିକଣା ମଧ୍ୟରୁ ଅନ୍ୟତମ ପିକ୍ଏକ୍ସ ମାଉଣ୍ଟେନ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିବାକୁ କହିଛନ୍ତି । ‘ହ୍ୟୁଗ ହେୱିଟ ସୋ’ରେ ଏକ ସାକ୍ଷାତକାରରେ ଟ୍ରମ୍ପ୍ କହିଛନ୍ତି, ଇରାନକୁ ପ୍ରସ୍ତୁତ ରହିବାକୁ କହିଦିଅନ୍ତୁ। ଆମେ ଏହାର ପିକ୍ଏକ୍ସ ମାଉଣ୍ଟେନ ଉପରେ ଆକ୍ରମଣ କରିବାକୁ ଯାଉଛୁ। ଏହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଏଠାରେ ଇରାନର କୌଣସି ଗତିବିଧି ନାହିଁ । ସେମାନେ ଏହି ପରମାଣୁ ପରିସରରେ କୌଣସି କାର୍ଯ୍ୟ କରୁନାହାନ୍ତି ।
ଆମେରିକାର ଆକ୍ରମଣରେ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ନତାଞ୍ଜ ୟୁରାନିୟମ ସମୃଦ୍ଧିକରଣ କେନ୍ଦ୍ର ନିକଟରେ ପିକ୍ଏକ୍ସ ମାଉଣ୍ଟେନ ରହିଛି । ଏଠାରେ ଦୁଇଟି ଗଭୀର ସୁଡ଼ଙ୍ଗ କମ୍ପେ୍ଲକ୍ସ ଅଛି, ଯାହାକି ସବୁଠୁ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା ଆକ୍ରମଣ ଦ୍ୱାରା ବି ପ୍ରଭାବିତ ହେବନାହିଁ । ପିକ୍ଏକ୍ସ ମାଉଣ୍ଟେନକୁ ‘କୁହ୍ଏ-କୋଲାଙ୍ଗ ଗଜ୍ ଲା’ ବି କୁହାଯାଏ । ନତାଞ୍ଜ ପରମାଣୁ କେନ୍ଦ୍ରଠାରୁ ମାତ୍ର ୧.୫ କିଲୋମିଟର ଦୂରରେ ଏହା ଅବସ୍ଥିତ । ଏହି ସ୍ଥାନଟି ପାହାଡ଼ ଭିତରେ ରହିଛି । ଉପଗ୍ରହ ଚିତ୍ର ଅନୁସାରେ, ଇରାନ ଏଠାରେ ୨୦୨୦ରୁ ପାହାଡ଼ ଭିତରେ ବଡ଼ ସୁଡ଼ଙ୍ଗ ନେଟୱର୍କ ପ୍ରସ୍ତୁତ କରିଛି ।
ଆହୁରି ପଢନ୍ତୁ- ୨୪ ଘଣ୍ଟାରେ ମତ ବଦଳାଇଲେ ଡୋନାଲ୍ଡ ଟ୍ରମ୍ପ, ହର୍ମୁଜରୁ ନେବେନି ୨୦ % ଶୁଳ୍କ, ହେଲେ ବଦଳରେ…
ସେପଟେ ହୋର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରଭାବିତ ହେବା ପରେ ଏବେ ଇରାନ ଲୋହିତ ସାଗରର ପ୍ରବେଶ ମାର୍ଗ ବାବ୍ ଅଲ୍-ମନ୍ଦେବ ପ୍ରଣାଳୀ ଉପରେ ବି ଚାପ ପକାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଶେଷଜ୍ଞଙ୍କ ଅନୁସାରେ, ଇରାନ ନିଜ ସହଯୋଗୀ ହୁତି ବିଦ୍ରୋହୀଙ୍କ ଜରିଆରେ ଏହି ସାମୁଦ୍ରିକ ଜଳମାର୍ଗକୁ ଟାର୍ଗେଟ ବନାଇପାରେ।