କଟକ, ୧୧/୦୭: ପୁରୀ ରଥଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଖେଳିବା ଆରମ୍ଭ କରିଛନ୍ତି ସାଇବର୍ ଠକ । କିଛିଦିନ ପୂର୍ବରୁ ପୁରୀରେ ହୋଟେଲ୍ ବୁକିଂ ନେଇ ଠକ କାରସାଦି କରୁଥିଲେ । ଏବେ ଘରେ ବସି ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଏନେଇ ଫେସ୍ବୁକ୍ରେ ମାଳମାଳ ବିଜ୍ଞାପନ ଛଡ଼ାଯାଉଛି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲିି କହୁଛନ୍ତି । ଏପରି ବିଜ୍ଞାପନ ନେଇ କ୍ରାଇମ୍ବ୍ରାଞ୍ଚ୍ ସୂଚନା ପାଇବା ପରେ ସତର୍କ ରହିଛି । ବିଜ୍ଞାପନଗୁଡ଼ିକୁ ଫେସ୍ବୁକରୁ ଡିଲିଟ୍ କରିବା ପାଇଁ ସାଇବର୍ ସେଲ୍ ଉଦ୍ୟମ ଜାରି ରଖିଛି । ଏଥିପ୍ରତି ଶ୍ରଦ୍ଧାଳୁ ସଚେତନ ରହିବାକୁ କ୍ରାଇମ୍ବ୍ରାଞ୍ଚ୍ ସତର୍କ କରଇଛି ।
ରଥାଯାତ୍ରା ୨୦୨୬
— Puri Police (@SPPuri1) July 10, 2026
ସାଇବର ସୁରକ୍ଷା ସଚେତନତା pic.twitter.com/8ZBccIjT4H
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସମସ୍ତେ ସାମିଲ ହେବାକୁ ଚାହିଁଥାନ୍ତି । ମାତ୍ର ଲକ୍ଷ ଲକ୍ଷ ଭକ୍ତ ବିଭିନ୍ନ କାରଣରୁ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ତୁଳସୀ ଚଢ଼ାଇବାର ବିଜ୍ଞାପନ ଏବେ ସାଇବର୍ ଠକ ଦେଉଛନ୍ତି । ୨୫୧ କିମ୍ବା ୫୦୧ ଟଙ୍କା ଦେଲେ ରଥରେ ଏଭଳି ପୂଜା କରିଦିଆଯିବ । ନିଜର ନାଁ ଓ ଗୋତ୍ର ସହିତ ଟଙ୍କା ପଠାଇଲେ ତୁଳସୀ ମାଳ ରଥରେ ଦିଅଁଙ୍କ ଉପରେ ଚଢ଼ିବ ଓ ଏହି ପୂଜା ସମୟର ଭିଡିଓକୁ ରେକର୍ଡ କରି ଶ୍ରଦ୍ଧାଳୁଙ୍କ ହ୍ୱାଟସ୍ଆପ୍ରେ ପଠାଇଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି । ସେହିପରି ଠାକୁର ମନ୍ଦିରରେ ନଥିବା ବେଳେ ‘ସୁଦର୍ଶନ ଏଥିରେ ସାମିଲ ହୋଇପାରନ୍ତି ନାହିଁ । ତେଣୁ ଏଭଳି ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ୍ କରିଛନ୍ତି ଠକ । ରଥରେ ପ୍ରଭୁ ଥିବା ବେଳେ ତୁଳସୀ ମାଳ ଚଢ଼ାଇଲେ ହୋମ’ କରାଯିବ । ଏହି ହୋମ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏଭଳି ହୋମ କରିବା ପାଇଁ ୫ ହଜାରରୁ ଅଧିକ ଅର୍ଥ ପ୍ରଦାନ କରି ବୁକିଂ କରିବାକୁ କୁହାଯାଉଛି । ଏହି ହୋମରେ ନିଜେ ଶ୍ରଦ୍ଧାଳୁ ସାମିଲ ହୋଇପାରିବେ ନଚେତ ଘରେ ରହି ମଧ୍ୟ ପୂଜକଙ୍କ ଦ୍ୱାରା କରାଇପାରିବେ । ସେହିପରି ଭକ୍ତଙ୍କୁ ଖାଦ୍ୟ ଦାନ ମହାପୁଣ୍ୟ ବୋଲି କୁହାଯାଇ ଦାନ ମଗାଯାଉଛି । ରଥଯାତ୍ରା ସମୟରେ ବହୁ ଭକ୍ତ ଠିକ୍ ଭାବେ ଖାଦ୍ୟ, ପାନୀୟ ପାଇନଥାନ୍ତି । ତେଣୁ ସେମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ହଜାର ହଜାର ଟଙ୍କା ଦାନ କରନ୍ତୁ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି ।
ଅଧିକ ପଢ଼ନ୍ତୁ :- Love Affair: ଚେରାପୀରତି କରି ହରଡ଼ଘଣାରେ ପୁଲିସ ଏଏସ୍ଆଇ, ରାତି ଅଧରେ ମହିଳାଙ୍କ ଘରେ ପଶି ଖାଇଲେ ମାଡ଼...
କିଛି ବିଜ୍ଞାପନରେ ରଥଯାତ୍ରା ବେଳେ ହୋମପୂଜା ପୁରୀ ଛଡ଼ା ନିକଟ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ଭଳି ସହରରେ ଥିବା ଜଗନ୍ନାଥ ମନ୍ଦିରରେ କରାଯିବ ବୋଲି କହୁଛନ୍ତି । ଏମତିକି କଟକ-ଭୁବନେଶ୍ୱରର କିଛି ଜଗନ୍ନାଥଙ୍କ ମନ୍ଦିରକୁ ‘ଏଆଇ’ ଭିଡିଓରେ ବ୍ୟବହାର କରାଯାଇଛି । ‘ଏଆଇ’ ଭିଡିଓରେ ଶ୍ରଦ୍ଧାଳୁଙ୍କ ହୃଦୟକୁ ଛୁଇଁଲା ଭଳି ଫଟୋ, ଭଜନ, ଜଗନ୍ନାଥଙ୍କ ରଥ ଓ ବିଭିନ୍ନ ବେଶକୁ ବ୍ୟବହାର କରାଯାଇଛି । ସବୁ ଭିଡିଓ ସହିତ ଏକ ହ୍ୱାଟସ୍ଆପ୍ ନମ୍ବର, ୟୁପିଆଇ ନମ୍ବର ପ୍ରଦାନ କରାଯାଇଛି । ତେବେ ଏହି ବିଜ୍ଞାପନ ନେଇ କ୍ରାଇମ୍ବ୍ରାଞ୍ଚ୍ ସାଇବର୍ ସେଲ୍ର ସ୍ୱତନ୍ତ୍ର ଟିମ୍ ସୂଚନା ପାଇବା ମାତ୍ରେ ଫେସ୍ବୁକ୍ରୁ ଡିଲିଟ୍ କରିବା ଆରମ୍ଭ କରିଛି । ପୂର୍ବରୁ ହୋଟେଲ୍ ବୁକିଂ ନାଁରେ ଖୋଲିଥିବା ମାଳମାଳ ଜାଲ୍ ୱେବ୍ସାଇଟ୍କୁ ସାଇବର୍ ସେଲ୍ ବନ୍ଦ କରିଥିଲା ।