ତେଲକୋଇ,୨୭/୧୦: ଓରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ବିଦ୍ୟାଳୟ ରୋଷେୟାଙ୍କ ସ୍ବାମୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ରୋଷେୟାଙ୍କ ସ୍ବାମୀ ଦଶରଥ ନାଏକଙ୍କୁ ପୋଲିସ ଅଟକ ରଖିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଘଟଣ ଘଟିଛି ।
ସୂଚନା ମୁତାବକ, ଓରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ବିଦ୍ୟାଳୟରେ ୪୦ ଶର୍ଯ୍ୟା ବିଶିଷ୍ଟ ସ୍ୱଳ୍ପ ବ୍ୟୟ ହଷ୍ଟେଲ ଥିବା ବେଳେ ସେଥିରେ ରହୁଥିବା ଅନ୍ତେବାସୀଙ୍କୁ ଉକ୍ତ ବିଦ୍ୟାଳୟର ରୋଷେୟାଙ୍କ ସ୍ବାମୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ମା ତେଲକୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ତେଲକୋଇ ଥାନା ପୋଲିସ ରୋଷେୟାଙ୍କ ସ୍ବାମୀ ଦଶରଥ ନାଏକଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।