ହରଭଙ୍ଗା,୧୨/୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ତଲଗାଁ ପଂଚାୟତ କଣ୍ଟିଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚିକା ନିଯୁକ୍ତି ଅନିୟମିତତା ନେଇ ଅଭିଯୋଗ l ସ୍କୁଲରେ ଦୁଇ ଜଣ ପାଚିକା ରହିବା ସରକାରୀ ନିୟମ ଥିବାବେଳେ ଦୀର୍ଘ ଦିନ ହେବ ଜଣେ ପାଚିକାରେ ଚାଲିଥିଲା ମଧ୍ୟାହ୍ନ ଭୋଜନ ରୋଷେଇ l ଏ ନେଇ ରୋଷଇରେ ଅସୁବିଧା ହେତୁ ସରକାର ଯଥାଶୀଘ୍ର ଆଉ ଏକ ପାଚିକା ରଖାଯିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ l ବିଜ୍ଞପ୍ତି ଅନୁସାରେ, ଗ୍ରାମର ୪ଜଣ ପ୍ରାର୍ଥୀନୀ ଦରଖାସ୍ତ କରିଥିଲେ l ଦରଖାସ୍ତ କରି କଣ୍ଠିସର ଗ୍ରାମର ଜମ୍ବୁବତି କଂହର( ଆଦିବାସୀ) ବିଧବା, ଭଗବତୀ ମଲିକ( ଆଦିବାସୀ) ସ୍ବାମୀ ସମ୍ପୂର୍ଣ୍ ଦୃଷ୍ଟିହୀନ, ନମିତା ଯାନୀ ସ୍ବାମୀ ଲକ୍ଷ୍ମଣ ଜାନୀ ପରିବାର ମଧ୍ୟ ବିତ, ଗୀତାଞ୍ଜଳି ମଲ୍ଲିକ, ସ୍ବାମୀ ନିଶାକର ମଲିକ ଜମିଦାର l

ସରକାରି ନିୟମ ଅନୁଯାଇ ପ୍ରଥମରେ ଆଦିବାସୀ ବିଧବା ଗରିବ, ନିଶହାୟ, ସ୍ବାମୀ ପରିତ୍ୟକ୍ତl, ଏବଂ ଦ୍ଵିତୀୟରେ ଅନୁସୂଚିତ ଜନଜାତି ଓ ସାଧାରଣ ବର୍ଗର ଚୟନ କରିବାର ଥିବାବେଳେ ମୋଟା ଅଙ୍କର ଲାଞ୍ଚ କାରବାର କରି ଚୟନ ପ୍ରକ୍ରିୟାରେ ସରକାରୀ ନିୟମକୁ ସିଆରସିସି ଉଲଂଘନ କରିଥିବା ଅଭିଯୋଗ ହୋଇଛି l ଗତ ତା ୧୦/୧୧/୨୫ ରୀଖରେ ଚୟନ ପ୍ରକ୍ରିୟା କରାଯାଇଥିଲା l ସିଆରସିସି ସନ୍ତୋଷ କୁମାର ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ଓ ସ୍କୁଲ ଏସଏମସି କମିଟି ସଭ୍ୟସଭ୍ୟା ୧୨ଥିବାବେଳେ ଚୟନ ପ୍ରକ୍ରିୟାରେ ମାତ୍ର ୫ଜଣ ଉପସ୍ଥିତ ରହିଥିଲେ l ସରକାରଙ୍କ ନୀତି ନିୟମ ଅନୁସାରେ ଏକ ତୃତୀୟାଂଶ ସଭ୍ୟସଭ୍ୟା ରହି ଚୟନ କରିବାର ଥିବାବେଳେ ୫ଜଣରେ କିଭଳି ଭିତିରିଆ ହାତ ଗୁଂଜା ନେଇ ଜାଣିଶୁଣି ପାତର ଅନ୍ତର କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି l ଏହି ଚୟନ ପ୍ରକ୍ରିୟାରେ ଜଣେ ସ୍ଵଛଳ ବର୍ଗର ମହିଳାଙ୍କୁ କିଭଳି ଚୟନ କରାଯାଇଥିବାବେଳେ ଯିଏ ଜଣେ ବିଧବା ଆଦିବାସୀ ମହିଳା ଦରଖାସ୍ତ କରିଥିଲେ ହେଲେ ଏହି ନିଯୁକ୍ତି ସମୟରେ ଅନୁପସ୍ଥିତ ରହିଥିବାରୁ ତାଙ୍କ ଦରଖାସ୍ତ ବିଚାରକୁ ନିଆ ଗଲା ନାହିଁ l

ଦ୍ବିତୀୟରେ ଜଣେ ଦୃଷ୍ଟିହୀନ ଅକର୍ମଣ୍ୟର ସ୍ତ୍ରୀ ଥିଲେ ତାଙ୍କୁ ଚୟନ ନ କରି ଜଣେ ସ୍ଵଚ୍ଛଳ ପରିବାରର ମହିଳାଙ୍କୁ ସ୍କୁଲ କମିଟି ଓ ସିଆରସିସି ମୋଟା ଅଙ୍କର ଲାଞ୍ଚ ନେଇ ଚୟନ କରିଥିବାରୁ ଗ୍ରାମବାସୀ ଗତ ୧୧/୧୧/୨୫ରିଖରେ ଜିଲ୍ଲା ପାଳ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ l ଅନ୍ୟପଟେ ଏହି ଚୟନ ପ୍ରକ୍ରିୟାର ଅନିୟମିତତା ଓ ଲାଞ୍ଚ କାରବାର ହୋଇଥିବାରୁ ପୁନର୍ବାର ଚୟନ କରିବା ପାଇଁ ମଧ୍ୟ ଅଭିଯୋଗରେ ଲିଖିତ ହୋଇଥିଲା l ଏ ନେଇ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରାଙ୍କୁ ପଚାରିବାରୁ ଆମେ ବିଭାଗ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠି ଓ ବିସିକେଶନ ବେହେରାଙ୍କୁ ଅଭିଯୋଗକୁ ନେଇ ତଦନ୍ତ ପାଇଁ ପଠାଇଥିଲୁ । ଅନିୟମିତତାର ସମସ୍ତ ତଦନ୍ତ ରିପୋର୍ଟକୁ ଖୁବଶୀଘ୍ର କାର୍ଯକାରୀ କରାଯାଇ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି l