ଭୁବନେଶ୍ୱର ୨୪/୦୧: ରାଜଧାନୀରେ ଆଜି ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ' । ପାତ୍ରପଡ଼ାରେ ଏକ ସ୍କୁଟିକୁ ଧକ୍କା ଦେଲା ଆମ ବସ୍। ପାତ୍ରପଡ଼ା ଡ଼ିପୋରୁ ବସ୍ ବାହାରିବା ବେଳେ ଦୁର୍ଘଟଣା ଘଟିଛି। ସ୍କୁଟି ଚାଳକଙ୍କ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆମ ବସ୍ ଓ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରି
ସୂଚନା ଅନୁଯାୟୀ ଶୁକ୍ରବାର ଜନପଥରେ ଆମ ବସ୍ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାକୁ ନେଇ ଜନପଥରେ ତୁମୁଳକାଣ୍ଡ ଘଟିଥିଲା । ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ‘ଆମ ବସ'କୁ ଭଙ୍ଗାରୁଜା କରିଥିଲେ । ଲୋକଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଆମ ବସ୍ ଚାଳକ ଓ କଣ୍ଡକ୍ଟରମାନେ ବସ୍ ଛାଡ଼ି ଦୌଡ଼ି ପଳାଇଥିଲେ । ଅଧଘଣ୍ଟା ଧରି ଜନପଥରେ ଉତ୍ତ୍ୟକ୍ତ ଲୋକେ ଲଙ୍କାକାଣ୍ଡ ଭିଆଇଥିବା ବେଳେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ତେବେ ପୁଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।