ନୂଆଦିଲ୍ଲୀ: ଟିଏମସିର ବିଦ୍ରୋହୀ ନେତାଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଖୋଲା ଚ୍ୟାଲେଞ୍ଜ । ଶନିବାର ପ୍ରେସମିଟ କରି ବଡ଼ ଅଫର୍ ଦେଇଛନ୍ତି । ଦଳର ପତନ ପାଇଁ ଯେଉଁ ନେତାମାନେ ତାଙ୍କୁ ଦାୟୀ କରୁଛନ୍ତି, ସେମାନଙ୍କୁ ଅଭିଷେକ ଆହ୍ୱାନ ଦେଇ କହିଛନ୍ତି, "ଯଦି ସେମାନେ ପୁଣି ଥରେ ଦିଦି (ମମତା ବାନାର୍ଜୀ)ଙ୍କ ପାଖକୁ ଫେରିବାକୁ ଚାହାଁନ୍ତି, ତେବେ ମୁଁ ଗୋଟିଏ ଘଣ୍ଟା ମଧ୍ୟରେ ଦଳରୁ ଇସ୍ତଫା ଦେଇଦେବି।"
ଏହାସହ ଅଭିଷେକ ଅଭିଯୋଗ କରିଛନ୍ତି ଯେ, ଏହି ବିଦ୍ରୋହୀ ନେତାମାନେ ବିଜେପି ସହ ଏକ ଗୁପ୍ତ ବୁଝାମଣା କରିଛନ୍ତି । ସେ କହିଛନ୍ତି, "ସେମାନେ ଇଡି (ED) ଓ ସିବିଆଇ (CBI) ଭୟରୁ ବିଜେପିର ଆଶ୍ରୟ ନେଉଛନ୍ତି । ମୋତେ ଗାଳି ଦେଲେ ହିଁ ସେମାନଙ୍କୁ ସୁରକ୍ଷା ମିଳୁଛି, ତେଣୁ ସେମାନେ ମୋତେ ବଳିର ପଶୁ କରୁଛନ୍ତି।" ମୁଁ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି ଯଦି ସେମାନେ ମମତାଙ୍କ ପାଖକୁ ପୁଣିଥରେ ଫେରିଆସନ୍ତି ତାହେଲେ ଘଣ୍ଟାଏ ଭିତରେ ଇସ୍ତଫା ଦେଇଦେବି ।
କହି ରଖୁଛୁ କି, ରାଜ୍ୟରୁ ଆରମ୍ଭ କରି ଦିଲ୍ଲୀ ସବୁଠି ଦୁର୍ବଳ ହେବାରେ ଲାଗିଛି ଟିଏମସି । ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ମମତାଙ୍କ ହାତ ଛାଡ଼ୁଛନ୍ତି ନେତା । ଏନଡିଏକ ବିଦ୍ରୋହୀମାନେ ସମର୍ଥନ କରୁଥିବାବେଳେ ରାଜ୍ୟସଭା ସାଂସଦ ମଧ୍ୟ ନିଜର ପଦ ଛାଡ଼ୁଛନ୍ତି । ରାଜ୍ୟର ୮୦ ବିଧାୟକଙ୍କ ମଧ୍ୟରୁ ୬୪ ଜଣ ରିତବ୍ରତଙ୍କ ସହ ରହିଛନ୍ତି । ଏମାନେ ମମତାଙ୍କ ବିପକ୍ଷରେ ରହିଛନ୍ତି ।
ସେପଟେ ଏହି ସଙ୍କଟ ସମୟରେ ମମତା ବାନାର୍ଜୀ ଅଭିଷେକଙ୍କ ପଛରେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ସେ କହିଛନ୍ତି ଯେ ଅଭିଷେକ ଜଣେ ବାଘ ଭଳି ଲଢ଼ୁଛନ୍ତି ଏବଂ ତାଙ୍କୁ ନେଇ ସେ ସମ୍ପୂର୍ଣ୍ଣ ଆସ୍ଥାବାନ୍। ଦଳ ପୁଣି ଥରେ ଶୂନରୁ ଠିଆ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଘଟଣାକ୍ରମ ଭିତରେ, ଅଭିଷେକଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମତାଲାଠାରେ ଥିବା ଏକ ଟିଏମସି କାର୍ଯ୍ୟାଳୟକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଛି । ଅଭିଷେକ ଏହାକୁ ବିଜେପିର ରାଜନୈତିକ ପ୍ରତିଶୋଧ ବୋଲି କହି ଟାର୍ଗେଟ କରିଛନ୍ତି ।
ଏହାସହ ପଢ଼ନ୍ତୁ : ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଶିବସେନା (UBT)ର ୬ ସାଂସଦ ସିନ୍ଦେ ଗୋଷ୍ଠୀରେ ସାମିଲ ପାଇଁ ଅନୁମତି