ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆମ୍ବୁଲାନ୍ସର ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ: ଜଣେ ଗୁରୁତର, ଅଳ୍ପକେ ବର୍ତ୍ତିଲେ ମାଆ ଛୁଆ

Published By : Harapriya Sethi | April 4, 2025 11:42 AM

ଭୁବନେଶ୍ୱର,୦୪/୦୪: ନବଜାତକ ଯାଆଁଳା ଶିଶୁ କନ୍ୟାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ଅଘଟଣ ।ଏମସିଏଚରେ ଫାଟିଗଲା ଆମ୍ବୁଲାନ୍ସର ଅକ୍ସିଜେନ୍‌ ଗ୍ୟାସ୍‌ ସିଲିଣ୍ଡର । ଦୁର୍ଘଟଣାରେ ଶିଶୁର ବାପା ସାମାନ୍ୟ ଆହତ ହୋଇଥିବା ବେଳେ ବୁଢୀ ମାଆ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ହେଲେ ଦୁତୀୟା ଭୋଇ । ଅଳ୍ପକେ ବର୍ତ୍ତିଲେ ଦୁଇ ଯାଆଁଳା ଶିଶୁ କନ୍ୟା ଏବଂ ମାଆ ।

ସୂଚନା ମୁତାବକ, ଗୁରୁବାର ମଧ୍ୟ ରାତ୍ରିରେ ମୁରିବାହାଲ ବ୍ଲକ ଅଧିନସ୍ଥ ଚିକନୀ ବାହାଳୀ ଗାଁର ରାଧା ଯାନୀ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଶୁକ୍ରବାର ଭୋର ସମୟରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହାପରେ ବଲାଙ୍ଗୀରକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ସମୟରେ ଟିଟିଲାଗଡ଼ ଏମସିଏଚରେ ହୋଇଛି ଆକ୍ସିଜେନ୍‌ ସିଲିଣ୍ଡର ବ୍ଲାଷ୍ଟ । ଦୁର୍ଘଟଣାରୁ ଦୁଇ ଶିଶୁ କନ୍ୟା ଓ ମା ଅଳ୍ପକେ ବର୍ତ୍ତି ଯାଇଥିଲେ । ହେଲେ ନିଆଁ ଲାଗିବା କାରଣରୁ ଦୁଇ ଶିଶୁଙ୍କ ବୁଢ଼ୀ ମାଆ ନିଆଁରେ ପୋଡି ଗୁରୁତର ହେବା ସହ ଶିଶୁଙ୍କ ବାପା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଶିଶୁ ଓ ମାଆକୁ ବଲାଙ୍ଗୀର ଏମସିଏଚରେ ଭର୍ତ୍ତି  କରାଯାଇଥିବା ବେଳେ ଦୁଇ ଗୁରୁତରଙ୍କୁ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.