ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ବେଙ୍ଗଲ ପ୍ରବାସୀଙ୍କ ପାଇଁ ମମତା ସରକାରଙ୍କ ବଡ଼ ଘୋଷଣା, ରାଜ୍ୟକୁ ଫେରିଆସିଲେ ମିଳିବ ମାସିକ ୫ ହଜାର

Published By : Tapas Panda | August 18, 2025 9:02 PM

Image courtesy: indiatoday

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ସେଠାରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ହଇରାଣ କରାଯାଉଛି । ସେମାନଙ୍କ ସଂଖ୍ୟା ପ୍ରାୟ ୨୨ ଲକ୍ଷ । ଆମେ ସମସ୍ତ ଲୋକଙ୍କୁ ସେମାନଙ୍କ ରାଜ୍ୟ ପଶ୍ଚିମବଙ୍ଗକୁ ଫେରି ଆସିବାକୁ ଅନୁରୋଧ କରିଛୁ । ଯେଉଁମାନେ ଫେରି ଆସୁଛନ୍ତି କିମ୍ବା ଆସିବେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରମୋଶ୍ରୀ ଯୋଜନା ଆରମ୍ଭ କରାଯିବ ଏବଂ ଏହା ଅଧୀନରେ ସେମାନଙ୍କୁ ଆର୍ଥିକ ସୁବିଧା ଦିଆଯିବ । 

ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ଆମେ ସେମାନଙ୍କୁ ଶ୍ରମୋଶ୍ରୀ ଯୋଜନା ଅଧୀନରେ ଗୋଟିଏ ବର୍ଷ ପାଇଁ ପ୍ରତି ମାସରେ ୫୦୦୦ ଟଙ୍କା ଦେବୁ। ଏହି ଟଙ୍କା ଶ୍ରମ ବିଭାଗ ଦ୍ୱାରା ଦିଆଯିବ। ଏହି ପ୍ରବାସୀ ଶ୍ରମିକମାନଙ୍କୁ ଜବ କାର୍ଡ ମିଳିବ । ଏହା ପରେ, ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଚାକିରି ମଧ୍ୟ ଦିଆଯିବ । ଏହି ଯୋଜନା କେବଳ ସେହି ଲୋକମାନଙ୍କ ପାଇଁ ହେବ ଯେଉଁମାନେ ବଙ୍ଗାଳୀ ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ରାଜ୍ୟରେ କାମ କରୁଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ବେଙ୍ଗଲ ଲୋକଙ୍କ ଉପରେ ନିର୍ଯାତନା ପରେ ୨୮୭୦ ପରିବାର ବା ୧୦ ହଜାରରୁ ଅଧିକ ଶ୍ରମିକ ରାଜ୍ୟକୁ ଫେରି ଆସିଛନ୍ତି । ସେମାନେ ପ୍ରବାସୀ ମଜଦୁର କଲ୍ୟାଣ ସଂଘ ସହିତ ଯୋଗାଯୋଗ କରିପାରିବେ। ଏହା କ୍ୟାବିନେଟରେ ଗୃହୀତ ହୋଇଛି । 

ସେପଟେ ପ୍ରବାସୀ ଶ୍ରମିକଙ୍କୁ ନିର୍ଯାତନା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୨୨ରେ ବେଙ୍ଗଲରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । କିନ୍ତୁ ଆଜି ଏହି ପ୍ରଶ୍ନରେ କୌଣସି ଉତ୍ତର ନଦେଇ ଚାଲି ଯାଇଥିଲେ ମମତା ବାନାର୍ଜୀ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ମମତା ବାନାର୍ଜୀ ଏବେଠାରୁ ନିର୍ବାଚନୀ ସମୀକରଣ ସ୍ଥିର କରିବା ଆରମ୍ଭ କରିଛନ୍ତି । ସେ ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା SIRକୁ ମଧ୍ୟ ଖୋଲାଖୋଲି ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଏପର୍ଯ୍ୟନ୍ତ SIR ପାଇଁ ପ୍ରସ୍ତୁତ ନୁହେଁ । ଏପରିକି ସେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.