ନୂଆଦିଲ୍ଳୀ,୩୦।୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ନକ୍ସଲବାଦ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଏ ହେଉଛି ନରେନ୍ଦ୍ର ମୋଦିଙ୍କ ସରକାର, ଯିଏ ଅସ୍ତ୍ର ଉଠାଇବ ତାର ହିସାବ ପୂରଣ କରିବୁ। ସେ ନକ୍ସଲବାଦୀଙ୍କୁ ଅପିଲ କରିଛନ୍ତି ହତିଆର ଛାଡି ସମାଜର ମୁଖ୍ୟଧାରା ସାମିଲ ହୁଏ। ଏହି ସମୟରେ ଶାହ କହିଛନ୍ତି, ଆମ ସରକାର କାହା ସହ କଥାବାର୍ତ୍ତା ହେବାକୁ ଚାହାନ୍ତି ନାହିଁ, ଯିଏ ହତିଆର ନୋଇ ନିର୍ଦୋଷୀଙ୍କ ଉପରେ ଆକ୍ରମଣ କରୁଛି। ଯିଏ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବାକୁ ଚାହୁଁଛି ତାଙ୍କ ପାଇଁ ରେଡ୍ କାର୍ପେଟ ବିଛାଯାଇଛି। କିନ୍ତୁ ଯିଏ ହିଂସା ରାସ୍ତା ଗ୍ରହଣ କରିବ, ତାଙ୍କୁ କଡା କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ହେବ। ଗୃହମନ୍ତ୍ରୀ ଜୋର ଦେଇ କହିଛନ୍ତି, ନକ୍ସଲବାଦରୁ ନା ତ ହତିଆର ଉଠାଇବା ଲୋକଙ୍କ ଲାଭ ହେବ, ନା ଆଦିବାସୀଙ୍କର କିମ୍ବା ସୁରକ୍ଷାକର୍ମୀଙ୍କ। କେବଳ ଶାନ୍ତି ଓ ବିକାଶ ଏହି କ୍ଷେତ୍ରର ପ୍ରଗତିର ରାସ୍ତା।

ଲୋକସଭାରେ ଚର୍ଚ୍ଚାରେ ଭାଗ ନେଇ ଶାହ କହିଛନ୍ତି, ଦେଶରେ ବାମପନ୍ଥୀ ଉଗ୍ରବାଦର ମୂଳ କାରଣ ବିକଶରେ ଅଭାବ, ଦାରିଦ୍ର୍ୟ କିମ୍ବା ଅନ୍ୟାୟ ନୁହେଁ, ବଂର ଏକ ସ୍ବତନ୍ତ୍ର ବିଚାରଧାରା। ନକ୍ସଲ ସମସ୍ୟାର ସମାଧାନ କରିବା ପାଇଁ ମୋଦି ସରକାର ସୁରକ୍ଷା ନୀତି ଉପରେ ଜୋର ଦେଇଛନ୍ତି। ଏହି ସମୟରେ ଶାହ କହିଛନ୍ତି, ଏହା ନରେନ୍ଦ୍ର ମୋଦିଙ୍କ ସରକାର, ଯିଏ ହତିଆର ଉଠାଇବ ତା’ର ହିସାବ ଶେଷ ହେବ। ଏହା ସହ ସେ ସ୍ପଷ୍ଟ କରିଛନ୍ତି ଅନ୍ୟାୟ ନାଁରେ ହତିଆର ଉଠାଇବା ଲୋକତନ୍ତ୍ରରେ ଗ୍ରହଣ କରାଯିବନି। ମୋଦି ସରକାରଙ୍କ ଶାସନରେ ଏଭଳି ଗତିବିଧିକୁ ସହ୍ୟ କରାଯିବନି।

ଏହି ସମୟରେ ଶାହ କଂଗ୍ରେସକୁ ଟାର୍ଗେଟ କରିଥିଲେ। କହିଥିଲେ-କଂଗ୍ରେସର ୬୦ ବର୍ଷର ଶାସନରେ ଆଦିବାସୀଙ୍କର ବିକାଶ ହୋଇ ନଥିଲା। କିନ୍ତୁ ନରେନ୍ଦ୍ର ମୋଦିଙ୍କ ୧୨ ବର୍ଷର ଶାସନ କାଳରେ ନକ୍ସଲ ଦମନ ସମ୍ଭବ ହୋଇଛି। ଆଜି ମୋଦିଙ୍କ ଶାସନରେ ଦେଶ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହୋଇପାରିଛି।ଆଜିର ଏହି ସଫଳତାର ଶ୍ରେୟ ଦେଶର ଯବାନଙ୍କ ସହ ଆଦିବାସୀଙ୍କୁ ଯାଉଛି। ଶାହ ସଂସଦରେ କହିଛନ୍ତି ଯେ, କିଛି ଲୋକ ନକ୍ସଲଙ୍କୁ ସହିଦ ଭଗତ ସିଂ ଓ ବିର୍ସା ମୁଣ୍ଡାଙ୍କ ଭଳି ଦେଶଭକ୍ତଙ୍କ ସହ ତୁଳନା କରୁଥିଲେ। ଭଗତ ସିଂ, ବିର୍ସା ମୁଣ୍ଡା ବ୍ରିଟିଶ ବିରୋଧରେ ଲଢ଼େଇ କରି ସହିଦ ହୋଇଥିଲେ। ତେବେ କେଉଁ ବିଚାରଧାରାରେ ସେମାନଙ୍କୁ ନକ୍ସଲଙ୍କ ସହ ତୁଳନା କରାଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଶାହ।

ସେ ଆହୁରି କହିଛନ୍ତି ଯେ, ସ୍ବାଧୀନତା ପରେ ବାମପନ୍ଥୀ ଉଗ୍ରବାଦୀମାନେ ସରଳ ଆଦିବାସୀଙ୍କୁ ଅସ୍ତ୍ର କରିଥିଲେ। ୧୯୭୦ରୁ ୨୦୦୪ ମଧ୍ୟରେ ଦେଶରେ ନକ୍ସଲ ସମସ୍ୟା ବଢ଼ିଲା ବୋଲି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।. ସେ କହିଛନ୍ତି ମୁଁ ବହୁତ ଖୁସି ଯେ ଦେଶ ଏବଂ ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା, ଯାହା ୧୯୭୦ ରୁ ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା, ଆଜି ସଂସଦରେ ଆଲୋଚନା ହେଉଛି। ବସ୍ତରରେ ନକ୍ସଲବାଦ ପ୍ରାୟ ଶେଷ ହୋଇସାରିଛି। ବସ୍ତରର ପ୍ରତ୍ୟେକ ଗାଁରେ ସ୍କୁଲ ନିର୍ମାଣ ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ବସ୍ତରର ପ୍ରତ୍ୟେକ ଗାଁରେ ରାସନ ଦୋକାନ ଖୋଲିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ବସ୍ତର ଲାଲ ଆତଙ୍କର ଛାଇ ତଳେ ଥିଲା, ଯାହା କାରଣରୁ ସେଠାରେ ବିକାଶ ପହଞ୍ଚିପାରିନଥିଲା। ଆଜି ତାହା ହଟି ଯାଇଛି ଏବଂ ବସ୍ତର ବିକାଶ କରୁଛି।

ଆଦିବାସୀମାନେ ଏପର୍ଯ୍ୟନ୍ତ ବିକାଶ ବିନା କାହିଁକି ରହିଆସିଛନ୍ତି? ବିକାଶ କେବଳ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହିଁ ହାସଲ କରାଯାଉଛି। ୬୦ ବର୍ଷ ଧରି ସେମାନଙ୍କୁ ଘର, ପାଣି, ସ୍କୁଲ, ମୋବାଇଲ୍ ଟାୱାର ଏବଂ ବ୍ୟାଙ୍କ ସୁବିଧାରୁ ବଞ୍ଚିତ କରାଯାଇଥିଲା। ଏବେ ଆପଣ ହିସାବ ମାଗୁଛନ୍ତି। ନିଜ ଭାବନ୍ତୁ ଏବଂ ଦେଖନ୍ତୁ କିଏ ଦୋଷୀ ? ୧୨ ରାଜ୍ୟ - ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ବଙ୍ଗଳା, କେରଳ, କର୍ଣ୍ଣାଟକର କିଛି ଅଂଶ ଏବଂ ଉତ୍ତର ପ୍ରଦେଶର ତିନୋଟି ଜିଲ୍ଲା - ପ୍ରଭାବିତ ହୋଇଥିଲେ। ଏକ ସମ୍ପୂର୍ଣ୍ଣ ‘ରେଡ୍ କରିଡର’ ସୃଷ୍ଟି ହୋଇଥିଲା, ଏବଂ ଆଇନର ଶାସନ ଭାଙ୍ଗି ପଡ଼ିଥିଲା। ୧୨ କୋଟି ଲୋକ ବର୍ଷ ବର୍ଷ ଧରି ଦାରିଦ୍ର୍ୟରେ ଜୀବନଯାପନ କରୁଥିଲେ, । ହଜାର ହଜାର ଯୁବକ ଜୀବନ ହରାଇଥିଲେ। ଅନେକ ସ୍ଥାୟୀ ଭାବରେ ଅକ୍ଷମ କିମ୍ବା ବିକଳାଙ୍ଗ ହୋଇଯାଇଥିଲେ। ଏଥିପାଇଁ କିଏ ଦାୟୀ?