ମୁମ୍ବାଇ ୦୫/୦୮: ଏକାଧିକ ହରର୍ କମେଡି ଫିଲ୍ମ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବା ପରେ ରୋମାଣ୍ଟିକ୍ କମେଡିର ଯୋଜନା କରୁଛି ମ୍ୟାଡ୍ଡକ୍ ହରର୍ ୟୁନିଭର୍ସ । ଫିଲ୍ମର ମୁଖ୍ୟ କଳାକାରଙ୍କ ନାଁ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ‘ଧକ୍ ଧକ୍’ ନିର୍ଦ୍ଦେଶକ ତରୁନ ଡୁଡେଜାଙ୍କ ରୋମାଣ୍ଟିକ୍ କମେଡିରେ ପ୍ରଥମ ଥର ଏକାଠି ପରଦାକୁ ଆସିବେ ଅନନ୍ୟା ପାଣ୍ଡେ ଓ ଅଭୟ ବର୍ମା । ଏହି ସାଇନ୍ସ-ଫିକ୍ସନ୍ ରୋମାଣ୍ଟିକ୍ ଡ୍ରାମାର ଟାଇଟଲ୍ ‘ଛୁମନ୍ତର୍’ । ବର୍ଷ ଶେଷ ସୁଦ୍ଧା ଫିଲ୍ମଟି ସୁଟିଂ ଫ୍ଲୋର୍କୁ ଆସିବ । ଆସନ୍ତା ସେପ୍ଟେମ୍ବର ଆରମ୍ଭରେ ଫିଲ୍ମର ପ୍ରାକ୍-ପ୍ରଯୋଜନା କାମ ଆରମ୍ଭ ହେବ । ତେବେ ଫିଲ୍ମ ବିଷୟରେ ଅଧିକ ବିବରଣୀ ଏବଂ ଅନ୍ୟ କଳାକାରଙ୍କ ନାଁ ଅଦ୍ୟାବଧି ଘୋଷଣା ହୋଇନାହିଁ ।
ରିପୋର୍ଟ ଯଦି ସତ ହୁଏ, ମ୍ୟାଡ୍ଡକ୍ ସହିତ ଏହା ଅନନ୍ୟାଙ୍କର ପ୍ରଥମ ଫିଲ୍ମ ହେବ । ଅଭୟ ବର୍ମା ମଧ୍ୟ ପୁଣି ଥରେ ଏହି ବ୍ୟାନର୍କୁ ଫେରିବେ । ନିକଟରେ ମୁକ୍ତିପ୍ରାପ୍ତ ‘କେଶରୀ-୨’ରେ ନିଜର ଭୂମିକା ଜରିଆରେ ଖୁବ୍ ପ୍ରଶଂସିତ ହୋଇଥିଲେ ଅନନ୍ୟା । ଏହା ପୂର୍ବରୁ ‘କଲ୍ ମି ବେ’ ଓ ନେଟ୍ଫ୍ଲିକ୍ସ ୱେବ୍ ସିରିଜ୍ ‘ସିଟିଆର୍ଏଲ୍’ରେ ତାଙ୍କୁ ବଡ଼ ସଫଳତା ମିଳିଥିଲା । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ଧର୍ମା ପ୍ରଡକ୍ସନ୍ସର ଲଭ୍ ଷ୍ଟୋରୀ ‘ଚାନ୍ଦ୍ ମେରା ଦିଲ୍’ । ଫିଲ୍ମରେ ତାଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଲକ୍ଷ୍ୟ । ଚଳିତ ବର୍ଷ ଫିଲ୍ମ ରିଲିଜ୍ ହେବାର ଯୋଜନା ରହିଛି ।