ନୂଆଦିଲ୍ଳୀ, ୨୫।୪: ଆମ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦ ଏକାଠି ପାର୍ଟି ଛାଡିବା ନେଇ ସୃଷ୍ଟି ହୋଇଛି ଚର୍ଚ୍ଚା। ଅରବିନ୍ଦ କେଜ୍ରିଓ୍ବାଲ ଓ ତାଙ୍କ ଟିମ୍ ଏହି ଝଟକା ପରେ ଚିନ୍ତାରେ ପଡି ଯାଇଛନ୍ତି। ଏହି ମାମଲା ପାର୍ଟିରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦକୁ ଲୋକଲୋଚନକୁ ଆଣିଛି। ଏବେ ଏହି ମାମଲାରେ ସମାଜସେବୀ ଆନ୍ନା ହଜାରେଙ୍କ ବୟାନ ଆସିଛି। ତାଙ୍କର ହିଁ ଭ୍ରଷ୍ଟାଚାର ବିରୋଧି ଆନ୍ଦୋଳନରୁ ବାହାରି ଆମ ଆଦମୀ ପାର୍ଟି ତିଆରି ହୋଇଥିଲା। ସେ ରାଜନୈତିକ ଦଳ ଗଠନକୁ ନେଇ ଅସହମତ ଥିଲେ। ଆନ୍ନା ହଜାରେଙ୍କ କହିବା ଅନୁସାରେ, ଏହି ସାଂସଦଙ୍କ ପାର୍ଟି ଛାଡିବାର ଅର୍ଥ ହେଉଛି ସବୁ କିଛି ଠିକ୍ ଭାବରେ ଚାଲୁନି।
ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଲୋକତନ୍ତ୍ରରେ ସମସ୍ତଙ୍କୁ ନିଜର କଥା ରଖିବାର ଅଧିକାର ରହିଛି। ଚଢା ଓ ଅନ୍ୟ ଲୋକଙ୍କୁ କିଛି ସମସ୍ୟା ହେଇଥିବ, ସେହିସ କାରଣୁ ସେମାନେ ଆପ୍ ଛାଡି ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଆପ୍ରେ ଲିଡରସିପ୍ର ଅଭାବ ରହିଛି। ଯଦି ପାର୍ଟି ସଠିକ୍ ଦିଗରେ ଚାଲିଥାନ୍ତା ତେବେ ଏହି ଲୋକମାନେ ଆପ୍ ଛାଡି ବାହାରକୁ ଯାଇନଥାନ୍ତେ ।ସେ ଜୋର ଦେଇ କହିଛନ୍ତି, ଏହି ନେତାଙ୍କୁ ଦଳରେ କିଛି ସମସ୍ୟା ନିହାତି ହେଉଥିବ। ଯଦି ଆପ୍ ପାର୍ଟି ଠିକ୍ ବାଟରେ ଚାଲିଥାନ୍ତା, ତେବେ ଏମାନେ ସାଙ୍ଗରେ ରହିଥାନ୍ତେ । ଆଉ କିଛି ବି କାରଣ ହୋଇପାରେ, କିନ୍ତୁ ଲୋକତନ୍ତ୍ରରେ କାହାର ବି ଅଧିକାର ରହିଛି ସେ ଚାହିଁବ ଯଦି କୌଣସି ଦଳରେ ରହିବ କିମ୍ବା ଛାଡିବ।
ଏହି ଘଟଣା ପରେ ଆପ୍ରେ ଚର୍ଚ୍ଚା ବଢିଯାଇଛି। ଦଳର ବରିଷ୍ଠ ନେତା ସୋମନାଥ ଭାରତୀ ଟ୍ବିଟ୍ କରି ସନ୍ଦୀପ ପାଠକଙ୍କୁ ପଚାରିଛନ୍ତି, ଆପଣ ଏଭଳି ନିଷ୍ପତ୍ତି କାହିଁକି ନେଲେ? , ଆପଣ ତ ବିଜେପିକୁ ଦେଶ ପାଇଁ ବିପଦଜନକ ଭାବୁଥିଲେ ? ତା ହେଲେ କିଭଳି ତା’ ସହ ଯୋଗ ଦେଲେ ? ସେପଟେ ମନୀଷ ସିସୋଦିଆ ଶୁକ୍ରବାର ବିଳମ୍ବିତ ରାତିରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଥିଲେ। ସୁତ୍ରର କହିବା ଅନୁସାରେ, ଏହି ସମୟରେ ଚର୍ଚ୍ଚା ହୋଇଥିଲା ଆଗକୁ କ’ଣ ରଣନୀତି ଗ୍ରହଣ କରାଯିବ। ମନୀଷ ସିସୋଦିଆ ରାଜକୋଟ୍ରେ ଥିଲେ ଓ ଗୁଜରାଟ ପୌର ନିର୍ବାଚନ ପ୍ରଚାରରେ ଥିଲେ। ଏହା ଭିତରେ ଯେତେବେଳେ ଦିଲ୍ଲୀରେ ସ୍ଥିତି ଖରାପ ଅଛି ଜାଣିଲେ ତୁରନ୍ତ ଫେରି ଆସିଥିଲେ। କୁହାଯାଉଛି ଦୁଇ ନେତା ଚର୍ଚ୍ଚା କରିଥିଲେ ଯେ, ଏହି ବିବାଦର କ’ଣ ପରିଣାମ ହୋଇପାରେ। ଏହାଛଡା ଏହି ବିବାଦ କେତେ ଚିନ୍ତାଜନକ ସେ ନେଇ ଆଲୋଚନା କରିଥି