ଭୁବନେଶ୍ବର: ଚଳିତ ରଥଯାତ୍ରା ଦିନ ପୁରୀରେ ଅସୁସ୍ଥତା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଜନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ ।

କହି ରଖୁଛୁ କି, ଚଳିତବର୍ଷ ରଥଯାତ୍ରା ଦିନ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଭିଡ଼ ଭିତରେ ଅଣନିଶ୍ବାସୀ ହୋଇଥିଲେ ଅନେକ ଶ୍ରଦ୍ଧାଳୁ । ଚିକିତ୍ସା ପାଇଁ ଅନେକ ଭକ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିବା କଟକର ଅନୀଲ ଦାସ ଏବଂ ମୁମ୍ବାଇର ଅଶୋକ ସୁବାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଉଭୟଙ୍କ ପରିବାର ପାଇଁ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।

ଏହାସହ ପଢ଼ନ୍ତୁ : କମ୍ ବର୍ଷାକୁ ନେଇ ସରକାର ସତର୍କ; ଚାଷୀଙ୍କ ପାଇଁ ଜରୁରୀ ଯୋଜନା, ବିଦ୍ୟୁତ ଯୋଗାଣ ସ୍ୱାଭାବିକ