ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୁନା ଦୋକାନରୁ ଲୁଟ୍ ଓ ଗୁଳିମାଡ଼ ଘଟଣା, ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

Published By : Anindita Ratha | January 24, 2025 1:57 PM

ଯାଜପୁର,୨୪/୦୧: ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ ଓ ଗୁଳିମାଡ଼ ଘଟଣା। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା ଯାଜପୁର ପୋଲିସ। ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ଗୋଟାଏ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ କିଛି ସୁନା ଅଳଙ୍କାର ଜବତ କରାଯାଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ।

 ତେବେ ପୂର୍ବରୁ ଏହି ଘଟଣାରେ ୨ଜଣ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲରେ ରହିଥିବା ନେଇ ଆଜି ଯାଜପୁର ରୋଡ଼ ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଗତ ଜାନୁଆରୀ ୪ ତାରିଖ ଦିନ ଏହି ଘଟଣା ଘଟିଥିଲା। ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ କରିବା ପରେ ଫେରାର ହେବା ସମୟରେ ଗୁଳି ଚଳାଇଥିଲେ ଲୁଟେରା। ଫଳରେ ଲୁଟେରଙ୍କ ଗୁଳିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇବା ସହ ତଦନ୍ତ ଜାରି ରଖିଥିବା ଯାଜପୁର ରୋଡ଼ ଏସଡିପିଓ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.