ନୂଆଦିଲ୍ଲୀ,୧୯/୦୭: ବରିଷ୍ଠ ଗାୟିକା ଅନୁରାଧା ପୌଡ଼ୱାଲ ଆଜିକାଲି ଟ୍ରୋଲିଂର ସମ୍ମୁଖୀନ ହେଉଛନ୍ତି । ନିକଟରେ ତାଙ୍କୁ ରାମମନ୍ଦିର ବିବାଦ ସମ୍ପର୍କରେ ମନ୍ତବ୍ୟ ସ୍ପଷ୍ଟ କରିବାକୁ ବାଧ୍ୟ କରାଯାଇଥିଲା । ଏବେ ଆଉ ଏକ ବୟାନକୁ ନେଇ ସୋସିଆଲ ମିଡ଼ିଆରେ ବିବାଦରେ ଫସିଛନ୍ତି ଅନୁରାଧା । ଭାରତରେ ବିବାହ ସଂସ୍ଥା ଦୁର୍ବଳ ହେବା ପାଇଁ ସେ LGBTQIA+ ସମ୍ପ୍ରଦାୟର ଅଧିକାରକୁ ଦାୟୀ କରିଛନ୍ତି । ଏହା ବ୍ୟତୀତ ସେ ସମାଜରେ ସମ୍ପ୍ରଦାୟର ଅବଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏକ ସାକ୍ଷତକାରରେ ଅନୁରାଧା ପୌଡ଼ୱାଲ କହିଛନ୍ତି, ଆଜିକାଲି ବିବାହରେ ପରିତ୍ରତା ପୂର୍ବ ପରି ରହୁନାହିଁ । ଏହା LGBTQIA+ ସମ୍ପ୍ରଦାୟତକୁ ଦିଆଯାଉଥିବା ଅଧିକାର ଯୋଗୁଁ । ମୁଁ ଜାଣିବାକୁ ଚାହୁଁଛି ଯେ, ସେମାନଙ୍କର ସମାଜରେ କଣ ଅବଦାନ ରହିଛି ? ସେମାନେ କେଉଁ ଦିଗରେ ଅବଦାନ ଦେଉଛନ୍ତି ? ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ବିବାହ କରି ପରିବାର ଗଠନ କରିବା ହେଉଠି ସଠିକ ଉପାୟ । '' ଅନୁରାଧା ଆହୁରି କହିଛନ୍ତି, ସେ ପ୍ରତିଦିନ ଏପରି କିଛି ଶୁଣନ୍ତି ଯାହା ତାଙ୍କୁ ଅଜବ ଲାଗୁଛି । ଜଣେ ମହିଳଙ୍କ ସନ୍ତାନ ଜନ୍ମ କରିବାର ଉଦାହରଣ ଦେଇ ସେ କହିଥିଲେ ଯେ ତାଙ୍କ ସ୍ୱାମୀ ପିତା ନୁହଁନ୍ତି । ସେ ପ୍ରଶ୍ନ କରିଥିଲେ, ଏହା ସମାଜକୁ କିପରି ଲାଭ ଦେଉଛି ? ମୁଁ ହୁଏତ କିଛି ଭୁଲ ବୁଝିପାରୁଛି, କିନ୍ତୁ ସମାଜର କଲ୍ୟାଣ ପାଇଁ ଏହି ସମ୍ପ୍ରଦାୟର ଅବଦାନ କଣ ?

ଟ୍ରୋଲରଙ୍କ ଟାର୍ଗେଟରେ ଗାୟିକା- ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଅନୁରାଧା ପୌଡ଼ୱାଙ୍କ ବୟାନକୁ ଆଦୌ ପସନ୍ଦ କରିନାହାନ୍ତି । ତାଙ୍କୁ ସମାଲୋଚନା କରିଛନ୍ତି । ଜଣେ ୟଜର ଲେଖିଛନ୍ତି, ଯେତେବେଳେ ଏକ ସମ୍ପ୍ରଦାୟକୁ ବର୍ଷ ବର୍ଷ ଧରି ଶିକ୍ଷା, ନିଯୁକ୍ତି, ବାସସ୍ଥାନ ଏବଂ ସାର୍ବଜନୀନ ଜୀବନରେ ସମାନ ସୁଯୋଗରୁ ବଞ୍ଚିତ କରାଯାଇଛି, ତେବେ ଏହାର ଅବଦାନକୁ କିପରି ମାପ କରାଯାଇପାରିବ ? ସେହିପରି ଆଉ ଜଣେ ଇନଷ୍ଟାଗ୍ରାମ ୟୁଜର ମନ୍ତବ୍ୟ ଦେଇଛନ୍ତି, ଯଦି ଆପଣ ଆପଣଙ୍କର ଅବଦାନ ଜାଣିବାକୁ ଚାହାନ୍ତି, ତେବେ ଶୁଣନ୍ତୁ, LGBTQIA+ ସମ୍ପ୍ରଦାୟ ଅନେକ ବିଷମଲିଙ୍ଗୀମାନଙ୍କ ଦ୍ୱାରା ପରିତ୍ୟକ୍ତ ପିଲମାନଙ୍କୁ ଆଇନଗତ ଭାବରେ ବିବାହ ଏବଂ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଛି । ଏହାଠାରୁ ବଡ଼ ଅବଦାନ ଆଉ କଣ ହୋଇପାରେ ? ଦୟାକରି ସମସ୍ତଙ୍କୁ ମାଇକ୍ ଦେବା ବନ୍ଦ କରନ୍ତୁ ।

ଏହା ବି ପଢନ୍ତୁ...Iran Missile Technology: ଇରାନର 'ବ୍ରହ୍ମାସ୍ତ୍ର' ମିସାଇଲ୍ ! ଆମେରିକା-ଇସ୍ରାଏଲର ଡିଫେନ୍ସ ସିଷ୍ଟମ୍କୁ ବଡ଼ ଚ୍ୟାଲେଞ୍ଜ?   

ସେହିପରି ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ମୁଁ ପିଲାଦିନରୁ ଆପଣଙ୍କୁ ବହୁତ ସମ୍ମାନ କରୁଛି, କିନ୍ତୁ ଆପଣଙ୍କର ଏହି ବୟାନ ପରେ ମୋର ସମ୍ମାନକୁ ଦୋହଲାଇ ଦେଇଛି । ମୁଁ ଆଶା କରୁଛି ଆପଣ ଏ ବିଷୟକୁ ଟିକେ ବୁଝିବାକୁ ଚେଷ୍ଟା କରିବେ । ବର୍ତ୍ତମାନ, ଅନୁରାଧା ପୌଡୱାଲଙ୍କ ବୟାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ବିତର୍କ ସୃଷ୍ଟି କରିଛି । ତଥାପି, ଗାୟିକା ଏପର୍ଯ୍ୟନ୍ତ ତାଙ୍କର ମତ ସ୍ପଷ୍ଟ କରିନାହାନ୍ତି ।