- ଆଉ ଏକ ‘ଅପରେସନ ସିନ୍ଦୂର’ର ଭିଡ଼ିଓ ଜାରି
- ପାକିସ୍ତାନୀ ଆତଙ୍କୀ ସ୍ଥଳୀର ଧ୍ୱଂସର ଝଲକ
- ଭିଡ଼ିଓରେ ପାକ୍କୁ ଭାରତର ସ୍ପଷ୍ଟ ବାର୍ତ୍ତା
ନୂଆଦିଲ୍ଲୀ : ସେନା ଦିବସର ଅବସରରେ ଭାରତୀୟ ସେନା ଆଜି ( ଗୁରୁବାର, ୧୫ ଜାନୁଆରୀ) ଗତ ବର୍ଷ ମେ ମାସରେ ପାକିସ୍ତାନ ବିରୋଧରେ ହୋଇଥିବା ଅପରେସନ ସିନ୍ଦୂର ସହ ଜଡ଼ିତ ଏକ ନୂଆ ଭିଡ଼ିଓ ଜାରି କରିଛି, ଯେଉଁଥିରେ ପାକିସ୍ତାନରେ ଥିବା ଆତଙ୍କୀ ଠିକଣା , ଏୟାରବେସ୍ ଓ ରାଡାର ସିଷ୍ଟମ ଉପରେ କରାଯାଇ ଥିବା ସଠିକ୍ ହମଲାର ଝଲକ ଦେଖିବାକୁ ମିଳିଛି। ଏହି ଅପରେସନ ମେ ୨୦୨୫ରେ କାର୍ଯ୍ୟକାରୀ ହୋଇଥିଲା। ପାଖାପାଖି ୩ ମିନିଟ୍ର ,ଉକ୍ତ ଭିଡ଼ିଓର ଆରମ୍ଭ ଭାରତରେ ହୋଇଥିବା ବଡ଼ ଆତଙ୍କୀ ହମଲାକୁ ମନେପକାଇ ଦେଇଛି। ଏଥିରେ ୨୦୦୧ର ସଂସଦ ଆକ୍ରମଣ, ୨୦୦୨ର ଅକ୍ଷରଧାମ ଆକ୍ରମଣ , ୨୦୦୮ର ମୁମ୍ୱାଇ ଆକ୍ରମଣ , ୨୦୧୬ର ଉରୀ ଆକ୍ରମଣ , ୨୦୧୯ର ପୁଲୱମା ଆକ୍ରମଣ ଓ ୨୦୨୫ର ପହଲଗାମ ଆତଙ୍କୀ ହମଲାର ଉଲ୍ଲେଖ ମଧ୍ୟ ସାମିଲ ଅଛି।
ଏହାସହ ମଧ୍ୟ ପଢନ୍ତୁ : କିଛି ବଡ଼ ପରିବର୍ତ୍ତନର ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ... ୨୦୨୬ ନରେନ୍ଦ୍ର ମୋଦିଙ୍କ ପାଇଁ କେମିତି ହେବ ଏହି ଜାନୁଆରୀ ହିଁ ସ୍ଥିର କରିବ
ଭାରତୀୟ ସେନା ଏହିସବୁ ଘଟଣାକୁ ‘ମାନବତା ଉପରେ ଆକ୍ରମଣ’ ଭାବେ ଦର୍ଶାଇଛି। ହିନ୍ଦୀ କ୍ୟାପସନ ସହ ରିଲିଜ୍ କରାଯାଇ ଥିବା ଭିଡ଼ିଓରେ ଦେଖାଯାଇଛି ଯେ, ୭ ମେ’ ୨୦୨୫ ରାତିରେ ଭାରତୀୟ ସଶସ୍ତ୍ର ବାହିନୀ ସୀମା ସେପଟେ ଥିବା ୯ଟି ଆତଙ୍କବାଦୀ ସ୍ଥଳୀ ଉପରେ ଏକା ସାଥିରେ ଏବଂ ପୂରା ସଠିକତାର ସହ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଅପରେସନ ସିନ୍ଦୂର ଅନୁସାରେ କରାଯାଇ ଥିଲା। ସେନା ପକ୍ଷରୁ ଭିଡ଼ିଓ ଏକ୍ସରେ ପୋଷ୍ଟ କରାଯାଇ ଲେଖାଯାଇଛି – ଅପରେସନ ସିନ୍ଦୂର ବେଳେ ଭାରତୀୟ ସଶସ୍ତ୍ର ବାହିନୀ ଅଦମ୍ୟ ସାହସ , ପରାକ୍ରମ ଓ ଅତୁଟ ସକଳ୍ପ ସହ ଇତିହାସ ରଚିଛି। ଆର୍ମି ଡେ ପରେଡ୍ , ଜୟପୁରରେ ପ୍ରଦର୍ଶିତ ଏହି ଯୁଦ୍ର ଫିଲ୍ମ ମାଧ୍ୟମରେ ବୀରତ୍ୱର ଏହି ପ୍ରେରଣାତ୍ମକ ଗାଥାକୁ ଦେଖିବାକୁ ମିଳିଛି। ପ୍ରଚଣ୍ଡ, ଅଟଳ ଓ ଅସହନୀୟ ...ସେନା ଅପରେସନ ସିନ୍ଦୂରର ନୂଆ ଭିଡ଼ିଓ ଜାରି କରିଛି , ପାକ୍ ଏୟାରବେସ ଧ୍ୱଂସର ଚିତ୍ର ଦେଖାଇଛି।
#ArmyDay 2026
— ADG PI - INDIAN ARMY (@adgpi) January 15, 2026
ऑपरेशन सिंदूर 🇮🇳
ऑपरेशन सिंदूर के दौरान भारतीय सशस्त्र बलों ने अदम्य साहस, पराक्रम और अटूट संकल्प के साथ इतिहास रचा।
आर्मी डे परेड, जयपुर में प्रदर्शित इस लघु फ़िल्म के माध्यम से वीरता की इस प्रेरक गाथा को देखें।#ADP2026@DefenceMinIndia@HQ_IDS_India… pic.twitter.com/HliHsaRbFd
ଭିଡ଼ିଓରେ ପାକିସ୍ତାନର ନାଁ ନନେଇ ଏହା ମଧ୍ୟ ଦେଖା ଯାଇଛି ଯେ, ଜମ୍ମୁ-କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଖୁବ୍ ଗୁଳିମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନୀ ଡ୍ରୋନ୍କୁ ମାରି ଖସାଇ ଦେଇଛି। ଏହା ବ୍ୟତୀତ ସୀମା ନିକଟରେ ଥିବା ସେନା ସ୍ଥଳୀକୁ ଟାର୍ଗେଟ୍ କରିଥିଲେ ଏବଂ ପରେ ପାକିସ୍ତାରର ଏୟାର ଡିଫେନ୍ସ ରାଡାର ଓ ଏୟାରବେସକୁ ନଷ୍ଟ କରି ଦିଆ ଯାଇଥିଲା।
ଏହି ଭିଡ଼ିଓ ମାଧ୍ୟମରେ ଭାରତୀୟ ସେନା ପାକିସ୍ତାନକୁ ଦୃଢ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ଭିଡ଼ିଓର ଶେଷରେ ସ୍ପଷ୍ଟ ଶବ୍ଦରେ ଲେଖା ହୋଇଛି –ଆମର ଶତ୍ରୁଙ୍କ ପାଇଁ ଚେତାବନୀ। ଭୀରୁତାର ମୂଲ୍ୟ ଦେବାକୁ ହେବ। ଏହି ଭିଡ଼ିଓ କେବଳ ସେନା କ୍ଷମତାର ପ୍ରଦର୍ଶନ ନୁହେଁ , ବରଂ ଏହା ସ୍ପଷ୍ଟ ବାର୍ତ୍ତାମ ମଧ୍ୟ ଯେ, ଭାରତ ଆତଙ୍କବାଦର ବିରୋଧରେ ଏବେ ଚୁପ୍ ବସି ନାହିଁ।