ନୂଆଦିଲ୍ଲୀ,୨୨।୧୨: ଆମ ଆଦମୀ ପାର୍ଟି ଦିଲ୍ଲୀରେ ପୁଣିଥରେ କ୍ଷମତା ପାଇବାକୁ ଜୋର ଲଗାଇ ଦେଇଛି। ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଆପ୍ ପୁଣିଥରେ ଜିତିବ। ଆପ୍ ଏହି ନିର୍ବାଚନରେ ତାଙ୍କ ଚେହେରାର ସାହାରା ନେଇ ଲଢୁଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ଓ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ସୁପ୍ରିମକୋର୍ଟଙ୍କ ରାୟ ନେଇ କହିଛନ୍ତି, କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ ନୁହଁନ୍ତି। ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ଏବେ ତାଙ୍କର ଦୁର୍ବଳତା ପାଲଟିଛି।
ସେ ସୁପ୍ରିମକୋର୍ଟଙ୍କ ସର୍ତ୍ତ କଥା ନେଇ କହିଛନ୍ତି, କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରିବେନି। ସର୍ବୋଚ୍ଚ ଅଦାଲତ ରାୟରେ କହିଥିଲେ କେଜ୍ରିଓ୍ବାଲ ଜେଲ୍ରୁ ବାହାରିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ କୌଣସି ଫାଇଲ୍ ସାଇନ୍ କରିପାରିବେନି। ଏହାର ଅର୍ଥ ସୁପ୍ରିମକୋର୍ଟ କହିଛନ୍ତି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ ନୁହଁନ୍ତି। ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ଏବେ ତାଙ୍କର ଦୁର୍ବଳତା।
ସନ୍ଦୀପ କହିଛନ୍ତି, ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓ କୌଣସି ଦସ୍ତାବିଜ ଉପରେ ସାଇନ୍ କରନ୍ତି ତେବେ ଜାମିନ ସର୍ତ୍ତର ଉଲଂଘନ ହେବ। ତାଙ୍କୁ ଦ୍ବିତୀୟ ଥର ଜେଲ୍ ଯିବାକୁ ପଡିବ। ଉଲ୍ଲେଖନୀୟ ଯେ, କେଜ୍ରିଓ୍ବାଳ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ଓ ଭ୍ରଷ୍ଟାଚାର ମାମଲାରେ ପୂର୍ବରୁ ଇଡି ଓ ପରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ। ବହୁ ମାସ ଜେଲ୍ରେ ରହିବା ପରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ୍ ଦେଇଛନ୍ତି। ତେବେ ତାହା ସର୍ତ୍ତମୂଳକ ରହିଛି। ତାହା ହେଲା ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯିବେନି। ଏହା ସହ ମୁଖ୍ୟମନ୍ତ୍ରୀ ଭାବରେ କୌଣସି ଫାଇଲ ଉପରେ ମଧ୍ୟ ସାଇନ୍ କରିବେନି। ଏହାଛଡା ତାଙ୍କ ବିରୋଧରେ ଆଉ ଏମ ମକୋଦ୍ଦମା ଚାଲିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି। ଅବକାରୀ ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ମକୋଦ୍ଦମା ଚଳାଇବାକୁ ଇଡିକୁ ଏଲ୍ଜି ଦେଇଛନ୍ତି ଗ୍ରୀନ୍ ସିଗନାଲ।