ଚଣ୍ଡିଖୋଲ, ୨।୬ :  ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ । ଵୈରୀ ଡାଳିଯୋଡା ରେଞ୍ଜ ଅଧୀନ ସମିଆଁ ପଞ୍ଚାୟତ କୋହ୍ଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମୃତ ମହିଳା  ହେଲେ ଫୁଲ ପ୍ରଧାନ।

କୋହ୍ଲା ଗ୍ରାମର ତିନି ଜଣ ମହିଳା ସ୍ଥାନୀୟ ଜଙ୍ଗଲ କୁ କାଠ ଆଣିବା ପାଇଁ ଯାଇଥିଲେ।  ସେଠାରେ ଏକ ଦନ୍ତା ହାତୀ ସାମ୍ନା କୁ ଆସି ଯାଇଥିଲେ। ଯାହା ଫଳରେ ଦୁଇ ଜଣ ମହିଳା ଜଙ୍ଗଲ ରେ ହୋଇଥିବା ଟ୍ରେଞ୍ଜ ଭିତରକୁ ପଶି ଯାଇଥିଲେ। ଆଉ ଜଣେ ମହିଳା ତଳେ ପଡି ଯିବାରୁ ତାଙ୍କ ଉପରେ ଦନ୍ତା ହାତୀ ଦଳି ଦେଇ ଥିଲା। ଯାହା ଫଳରେ ଘଟଣାସ୍ଥଳରେ ଫୁଲ ପ୍ରଧାନ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଓ ରେଞ୍ଜର ପହଞ୍ଚି ମୃତଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ଅଧିକ ତଦନ୍ତ ଚଳାଇଛନ୍ତି।

ଆହୁରି ପଢନ୍ତୁ : ସୌମ୍ୟ ହତ୍ୟା ଘଟଣା: NHRC ଟିମର ଛାନଭିନ୍, ଦ୍ବିତୀୟ ଦିନରେ କ୍ରାଇମ ସ୍ପଟରେ ତଦନ୍ତ