ନୂଆଦିଲ୍ଲୀ,୧୮।୧: ଭଡ଼ାଟିଆଙ୍କ ପାଇଁ ଖୁସି ଖବର। ମିଳିବ ମାଗଣା ବିଜୁଳି ଓ ପାଣିର ସୁବିଧା। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ଘୋଷଣା କରିଛନ୍ତି, ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ। ସେ କହିଛନ୍ତି, ଏଥର ଯଦି ଆମ ସରକାର କ୍ଷମତାକୁ ପୁଣି ଆସେ ନିଶ୍ଚିତ ପକ୍ଷେ ଏହି ଯୋଜନା ଆଣିବୁ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଫର ବର୍ଷା। ଆପ୍, କଂଗ୍ରେସ ଓ ବିଜେପି ସମସ୍ତେ ଦେଉଛନ୍ତି ନିର୍ବାଚନୀ ପ୍ରତିଶୃତି। ଏବେ ଦିଲ୍ଲୀରେ ରହୁଥିବା ଭଡାଟିଆଙ୍କ ପାଇଁ ଆପ୍ କରିଛି ବଡ଼ ଘୋଷଣା। ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ଦିଲ୍ଲୀରେ ଆମେ ପାଣି ଓ ବିଜୁଳି ଫ୍ରି କରିଦେଇଛୁ। ତେବେ ଦୁଃଖର କଥା ଭଡାଟିଆଙ୍କୁ ଏହାର ଲାଭ ମିଳୁନି। ଏହାର ମଧ୍ୟ ବହୁ କାରଣ ରହିପାରେ। ମୋ ମତରେ ଭଡାଟିଆଙ୍କୁ ଏହାର ଲାଭ ମିଳିବା ଦରକାର। ବିଧାନସଭା ନିର୍ବାଚନ ପରେ ଆମେ ଏଭଳି ଯୋଜନା ଆଣିବୁ। ଫଳରେ ଭଟାଟିଆଙ୍କୁ ମିଳିବ ମାଗଣା ବିଜୁଳି ଓ ପାଣି ସୁବିଧା।
କେଜ୍ରିଓ୍ବାଲ କହିଛନ୍ତି,ପୂର୍ବରୁ ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ମିଳୁଛି। ସେଭଳି ୨୦୦ ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଚାର୍ଜ ଦେବାକୁ ପଡେ। ତେବେ ଦିଲ୍ଲୀରେ ଥିବା ଭଡାଟିଆଙ୍କୁ ଏହାର ଲାଭ ମିଳୁନି। ଦିଲ୍ଲୀରେ ଘରଭଡା ନେଉ ରହୁଥିବା ଲୋକଙ୍କ ପିଲା ସରକାରୀ ସ୍କୁଲରେ ପଢିବାର ଲାଭ ମିଳୁଛି। ମୋହଲ୍ଲା କ୍ଳିନିକ୍ ଓ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଛି। ଡିଟିସି ବସ୍ରେ ବି ଫ୍ରି ସେବା ଓ ବୟସ୍କଙ୍କୁ ତୀର୍ଥ ଯାତ୍ରାର ମଧ୍ୟ ଲାଭ ମିଳୁଛି। ତେବେ ଭଡାଟିଆଙ୍କୁ କାହିଁକି ମାଗଣା ବିଜୁଳି ଓ ପାଣିର ସୁବିଧା ମିଳିବନି ? ଏହି କଥାକୁ ଧ୍ୟାନରେ ରଖି ଆମ ସରକାର ଯୋଜନା ତିଆରି କରିଛନ୍ତି। ନିର୍ବାଚନ ପରେ ଆମ ସରକାର ପୁଣିଥରେ କ୍ଷମତାକୁ ଆସିବା ମାତ୍ରେ ଏହାକୁ ଲାଗୁ କରିବୁ।