କୋଣାର୍କ,୬।୬ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା ଅନୁଧ୍ୟାନ କରାଯାଇଛି। ଏଏସଆଇ ଡିଜି ୟଦୁବୀର ସିଂ ରାଓ୍ବତ, ବୈଷୟିକ ଟିମ, ସୂର୍ଯ୍ୟମନ୍ଦିର କୋର କମିଟି ସଦସ୍ୟ, ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସର ଅନୁଧ୍ୟାନ କରିଛନ୍ତି।
ଡ଼ିଜିଙ୍କ ସମେତ ଏହି ଟିମ୍ ସୂର୍ଯ୍ୟମନ୍ଦିରର ପଶ୍ଚିମ ଦିଗରେ ୮୦ ଫୁଟ ଉପରେ ପ୍ରଥମ ପିଢ଼ରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର ଡ୍ରିଲର ସ୍ଥାନକୁ ଦେଖିବା ସହ ଏହାର ସ୍ଥିତି ଯାଞ୍ଚ କରିଥିଲେ। ସୂର୍ଯ୍ୟମନ୍ଦିର ଗର୍ଭ ଗୃହରୁ ବାଲି କାଢ଼ିବା ସହଜ ନୁହେଁ । ସମୟ ଲାଗିବ , ବୈଷୟିକ ଟିମ ଏଥିପାଇଁ ନିଷ୍ପତ୍ତି ନେବ । ଗର୍ଭଗୃହର ସ୍ଥିତି ଠିକ ଅଛି । ଧୀରେ ଧୀରେ ଏହି ପ୍ରକ୍ରିୟା ଆଗକୁ ବଢିବ ବୋଲି ଏଏସଆଇ ଡିଜି ଶ୍ରୀରାଓ୍ବତ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କୋର କମିଟି ସଦସ୍ୟ ଇଂଜିନିୟର ଅଶୋକ ବାସା, ପ୍ରତ୍ନତତ୍ୱବିତ୍ତ ଡଃ ଜୀବନ ପଟ୍ଟନାୟକ,ଡଃ ସୁନୀଲ ପଟ୍ଟନାୟକ , ଡ଼ଃ ଏନ ସି ପାଲ ,ଏ ଏସ ଆଇ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ମିଲନ ଚାୱେଲ,ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶ, ଇଂଜିନିୟର ଲୋକନାଥ ମହାରଣା ,ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ ,ଏଏସଆଇ କେମେଷ୍ଟି ସୁପରିଣ୍ଟେଣ୍ଡେଣ୍ଟ ଏସ ଏସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ବାଲି କଢ଼ା ନେଇ ୩ବର୍ଷ ଧାର୍ଯ୍ୟ ସମୟସୀମା ଶେଷ ହୋଇଛି।
ଆହୁରି ପଢନ୍ତୁ : ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ : କୁଆପଥର ବର୍ଷା ସହ ପବନ, ଗଛ ପଡି ଗାଡି ଚୁରମାର