ଆଲିଗଡ୍,୨୧।୭: ଉତ୍ତର ପ୍ରଦେଶର ଆଲିଗଡ୍ରୁ ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି, ବିବାହ ପରେ ତାଙ୍କୁ ଜଣାପଡିଛି ଯେ ତାଙ୍କ ପତ୍ନୀ ଜଣେ କିନ୍ନର। ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପତ୍ନୀ ଓ ତାଙ୍କ ପରିବାର ଲୋକ ତାଙ୍କଠାରୁ ଅଲଗା ହେବା ବଦଳରେ ୬ ଲକ୍ଷ ଟଙ୍କା ଦାବି କରିଛନ୍ତି। ମାମଲା ସିଭିଲ ଲାଇନ୍ ଥାନା ଅନ୍ତର୍ଗତ ଫିରଦୋସ ନଗରର ହୋଇଥିବା ବେଳେ ଇନ୍ଦ୍ରେଶ କୁମାର ନାମକ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି। ବିବାହର କିଛି ସମୟ ପରେ ତାଙ୍କ ପତ୍ନୀଙ୍କ ବିଷୟରେ ସୂଚନା ମିଳିଥିଲା। ସେ ଏ ସମ୍ପର୍କରେ ଶ୍ୱଶୁର ଘର ଲୋକଙ୍କ ସହ କଥା ହୋଇଥିଲେ, କିନ୍ତୁ ଏହାର କୌଣସି ସମାଧାନ ହୋଇ ପାରିନଥିଲା। ଇନ୍ଦ୍ରେଶ କୁମାର ଅଭିଯୋଗ କରିଛନ୍ତି, ବିରୋଧ କରିବା ପରେ ପତ୍ନୀ ଆତ୍ମହତ୍ୟାର ଧମକ ଦେଇଥିଲେ, ଯାହାଫଳରେ ସେ ମାନସିକ ଚାପରେ ଅଛନ୍ତି।
ପ୍ରଥମ ପତ୍ନୀଙ୍କର କରୋନାରେ ହୋଇଥିଲା ମୃତ୍ୟୁ
ଇନ୍ଦ୍ରେଶ କୁମାରଙ୍କ ଅନୁସାରେ, ଏହା ତାଙ୍କର ଦ୍ବିତୀୟ ବିବାହ। ପ୍ରଥମ ପତ୍ନୀଙ୍କ କରୋନା ମହାମାରୀ ବେଳେ ମୃତ୍ୟୁ ହୋଇଯାଇଥିଲା। ତାଙ୍କର ତିନୋଟି ସନ୍ତାନ ଅଛନ୍ତି,ଯାହାଙ୍କର ଲାଳନ ପାଳନରେ ସମସ୍ୟା କାରଣରୁ ଦ୍ବିତୀୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ୨୦୨୪ ରେ ତାଙ୍କ ପିଉସା ଫରିଦାବାଦରେ ତାଙ୍କର ଦ୍ବିତୀୟ ବିବାହ କରାଇଥିଲେ। ବିବାହର ପୁରା ଖର୍ଚ୍ଚ ସେ ଉଠାଇଥିଲେ ଓ ମଧ୍ୟସ୍ଥିଙ୍କୁ ପ୍ରାୟ ଦେଢ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।
‘ମେଡିକାଲ ଯାଞ୍ଚ କରିବାକୁ ପ୍ରସ୍ତୁତ ନଥିଲେ ପତ୍ନୀ’
ଇନ୍ଦ୍ରେଶ କୁମାରଙ୍କ ଦାବି ଅନୁସାରେ, ବିବାହ ପରେ ତାଙ୍କ ପତ୍ନୀଙ୍କ ବିଷୟରେ ସନ୍ଦେହ ହୋଇଥିଲା। ସେ ବହୁବାର ମେଡିକାଲ ଯାଞ୍ଚ କରିବା ପାଇଁ କହିଥିଲେ, କିନ୍ତୁ ପତ୍ନୀ ପ୍ରସ୍ତୁତ ନଥିଲେ। ପରେ ଦେହ ଖରାପ ହେବା ପରେ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ, ସେଠାରେ ତାଙ୍କୁ ଜଣାପଡିଥିଲା ତାଙ୍କ ପତ୍ନୀ ଜଣେ କିନ୍ନର। ଇନ୍ଦ୍ରେଶ ଅଭିଯୋଗ କରିଛନ୍ତି,ଏବେ ଶାଶୁଘର ପକ୍ଷ ତାଙ୍କୁ ୬ ଲକ୍ଷ ଟଙ୍କା ଦାବି କରିଛନ୍ତି। ଟଙ୍କା ଦେବା ପରେ ସେମାନେ ପିଛା ଛାଡିବେ ବୋଲି କହିଛନ୍ତି। ଏହି ବିବାଦ ଭିତରେ ମହିଳା ଜଣକ ଇନ୍ଦ୍ରେଶଙ୍କୁ ଆକ୍ରମଣର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଭଳି ମହିଳାଙ୍କ ସହ ମଧ୍ୟ ଇନ୍ଦ୍ରେଶ ମାରପିଟ୍ କରୁଥିବାର ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ତେବେ ଏହି ଦୁଇ ଭିଡିଓ ସ୍ବତନ୍ତ୍ର ରୂପରେ ଜଣାପଡିନି। ସୂଚନା ପାଇବା ପରେ ସିଭିଲ ଲାଇନ୍ସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। ପୋଲିସ କହିଛି ଯେ ଘଟଣାର ତଦନ୍ତ କରାଯାଉଛି। ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆହୁରି ପଢନ୍ତୁ : UPI Without Internet: ଏବେ ବିନା ଇଣ୍ଟରନେଟ୍ରେ ହେବ ୟୁପିଆଇ ପେମେଣ୍ଟ, ବିମାନ ଏବଂ ମେଟ୍ରୋରେ ଚାଲିବ ଫୋନ୍