ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Assam: ଗତ ୪ ବର୍ଷରେ ବିଜ୍ଞାପନ ପାଇଁ ୩୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଆସାମ ସରକାର

Published By : Tapas Panda | March 12, 2025 5:55 PM

Image Courtesy: thehindu

ନୂଆଦିଲ୍ଲୀ: ଆସାମର ଭାରତୀୟ ଜନତା ପାର୍ଟି ସରକାର ବିଜ୍ଞାପନ ପାଇଁ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପୀୟୂଷ ହଜାରିକା ବୁଧବାର ବିଧାନସଭାରେ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ଗତ ଚାରି ଆର୍ଥିକ ବର୍ଷରେ ବିଜ୍ଞାପନ ପାଇଁ ୩୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ହଜାରିକା କହିଛନ୍ତି ଯେ,  ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାର ୫ ବର୍ଷରେ ବିଜ୍ଞାପନ ପାଇଁ ୧୨୫.୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । 

କଂଗ୍ରେସ ବିଧାୟକ ଅବଦୁଲ ବାଟିନ ଖଣ୍ଡକରଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ହଜାରିକା କହିଛନ୍ତି ଯେ, ବର୍ତ୍ତମାନର ଭାରତୀୟ ଜନତା ପାର୍ଟି ସରକାର ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ଅନ୍ୟ ଗଣମାଧ୍ୟମରେ ବିଜ୍ଞାପନ ପାଇଁ ମୋଟ ୩୭୨.୩୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହିମନ୍ତ ବିଶ୍ୱ ଶର୍ମା ୨୦୨୧ ମେ’ ମାସରେ ଆସାମ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଜେପିର ଉଭୟ କାର୍ଯ୍ୟକାଳ ପାଇଁ ବର୍ଷୱାରୀ ତଥ୍ୟ ଦର୍ଶାଉଛି ଯେ ୨୦୨୦-୨୧ ରେ ସୋନୱାଲ ସରକାର ୩୦.୨୪  କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।  ରାଜ୍ୟରେ ଏନଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ହମନ୍ତ ବିଶ୍ବ ଶର୍ମା ଦାୟିତ୍ୱ ନେବା ପରେ ଗୋଟିଏ ବର୍ଷରେ ବିଜ୍ଞାପନ ଲାଗି ୭୨.୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । 

ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଶର୍ମା ସରକାର ପ୍ରତିବର୍ଷ ବିଜ୍ଞାପନ ଖର୍ଚ୍ଚ ବୃଦ୍ଧି କରିଚାଲିଥିଲେ । ପରବର୍ତ୍ତୀ ବର୍ଷ ୨୦୨୨-୨୩ ରେ ଖର୍ଚ୍ଚ ବୃଦ୍ଧି ପାଇ ୭୮.୮୫ କୋଟି ଟଙ୍କା ହୋଇଥିଲା । ୨୦୨୩-୨୪ ରେ ଏହି ଅର୍ଥ ବୃଦ୍ଧି ପାଇ ୧୬୦.୯୨ କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୨୪-୨୫ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସରକାର ବିଭିନ୍ନ ପ୍ରକାରର ବିଜ୍ଞାପନ ପାଇଁ ୫୯.୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । 

ସ୍ୱାଧୀନ ବିଧାୟକ ଅଖିଳ ଗୋଗୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ହଜାରିକା କହିଛନ୍ତି ଯେ, ଆସାମ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ କାର୍ଯ୍ୟକାଳର ଶେଷ ଆର୍ଥିକ ବର୍ଷ ୨୦୧୫-୧୬ରେ ବିଜ୍ଞାପନ ପାଇଁ ୧୮.୫୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏହା ପରେ ବିଜେପି କ୍ଷମତାକୁ ଆସିଥିଲା ଏବଂ ସର୍ବାନନ୍ଦ ସୋନୱାଲ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.