ଭୁବନେଶ୍ଵର, ୨୩/୯ : ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ସଦସ୍ୟ ହୋହାଲ୍ଲା କରିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରୁଛି। ପ୍ରବଳ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।      

​​​​​​​ରାଜ୍ୟ ସରକାର ​​​​​​​ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରି ଅଫିସରମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି। ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ପ୍ରତିବାଦ କରୁଛି। ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦଳ ଦାବି କରିଛି । ଯାହାକୁ ନେଇ ଗୃହ ବେଶ ସରଗରମ୍ ରହିଛି। ଚଳିତ ବର୍ଷ ବିଳମ୍ଵରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି । ହେଲେ ସରକାରଙ୍କ ଉପରେ ବିରୋଧୀ ବିଜେଡି ଓ କଂଗ୍ରେସ ଭାରି ପଡ଼ିଛନ୍ତି। ଏହାରି ଭିତରେ ଆଜିକୁ ମିଶାଇ ୫ଟି କାର୍ଯ୍ୟ ଦିବସ ସରିବାକୁ ବସିଥିବା ବେଳେ ଆଉ ମାତ୍ର ୨ଟି କାର୍ଯ୍ୟ ଦିବସ ରହିଛି। ଅଚଳାବସ୍ଥାରେ ଗୃହ ଚାଲିଛି। ​​​