ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସମ୍ବିଧାନ ସଂଶୋଧନକୁ ନେଇ ବିଧାନସଭାରେ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Published By : Rasmita Pradhan | November 26, 2024 1:01 PM

ଭୁବନେଶ୍ଵର, ୨୬/୧୧ : ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ। ଚାଲିପାରିଲାନି ବିଧାନସଭା। ଶୂନ୍ୟକାଳରେ ବିରୋଧୀଙ୍କ ନାରାବାଜିରେ କମ୍ପିଲା ଗୃହ। ଶୂନ୍ୟକାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମ୍ବିଧାନ ମୁଖବନ୍ଧରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ନରହିବା ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି କରିଥିଲେ। ଏହାକୁ କଂଗ୍ରେସ ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ। ତେବେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।  

ସୂଚନାନୁଯାୟୀ, ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ନଥିବାରୁ ଏହାକୁ ହଟେଇବା ପାଇଁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶୂନ୍ୟକାଳରେ ଦାବି କରିଥିଲେ। ସେ କହିଥିଲେ ଯେ, ଧର୍ମନିରପେକ୍ଷ ଏବଂ ସମାଜବାଦୀ ଶବ୍ଦ ହେଉଛି ସମ୍ଵିଧାନର ଆତ୍ମା। ଏହି ଦୁଇ ଶବ୍ଦକୁ ସମ୍ବିଧାନର ବାଦ୍ ଦେବା ଲଜ୍ଜାଜନକ।

ସେପଟେ ଏନେଇ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ ଯେ, ୧୯୭୬ରେ ୪୨ତମ ସଂଶୋଧନ ହୋଇଥିଲା। ଏଥିରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦକୁ ଯୋଡାଯାଇଥିଲା। ଏହି ଦୁଇ ଶବ୍ଦକୁ ବାଦ୍ ଦେବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ ହୋଇଥିଲା। ହେଲେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସମ୍ବିଧାନର ମୁଖବନ୍ଧରେ ଏହି ଦୁଇ ଶବ୍ଦ ରହିବ ବୋଲି ସୁପ୍ରିମକୋର୍ଟ ନିଜ ରୟରେ କହିଛନ୍ତି। ଆମେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛୁ ଏବଂ ମୁଖବନ୍ଧ ସମ୍ବିଧାନର ମୁଳ ଆତ୍ମା ବୋଲି ସ୍ଵୀକାର କରିଛୁ। ଆପଣମାନେ ଗୃହକୁ ଭ୍ରମିତ କରିବାକୁ ଚାହୁଁଛନ୍ତି। ବିଧାନସଭା ପରିସରରେ ବର୍ତ୍ତମାନ ଯେଉଁ ସମ୍ବିଧାନର ମୁଖବନ୍ଧଟି ସ୍ଥାନିତ ହୋଇଛି ତାହା ସମ୍ବିଧାନର ପ୍ରଥମ ବହି। ଇତି ମଧ୍ୟରେ ସମ୍ବିଧାନରେ ୧୧୦ଟି ସଂଶୋଧନ ସରିଲାଣି। ଆସନ୍ତାକାଲି ଆଉ ଗୋଟିଏ ସଂଶୋଧନ ହୋଇପାରେ। ତେଣୁ ସବୁବେଳେ କଣ ସମ୍ବିଧାନର ମୁଖ ପୁସ୍ତକ ପରିବର୍ତ୍ତନ କରିହେବ କି ? 

ସେହିପରି ବିଜେଡିକୁ କଟାକ୍ଷ କରି ଇରାଶିଷ କହିଛନ୍ତି ଯେ, ସମ୍ବିଧାନରେ ସଂଶୋଧନ କ୍ଷମତା କେବଳ ସଂସଦ ନିକଟରେ ରହିଛି। ଯେହେତୁ ବିଜେଡିର ଜଣେ ହେଲେ ସାଂସଦ ସେଠାରେ ନାହାଁନ୍ତି ତେଣୁ ବିଜେଡି ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଉଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.