ସୋନପୁର,୧।୫ : ୩୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ  ଧରାପଡ଼ିଲେ ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ । ତାଙ୍କ ସହ ସମ୍ପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ ।  ସବସିଡ ମଞ୍ଜୁର କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ନେଉଥିଲେ ଲାଞ୍ଚ । 

ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସବସିଡ ଟଙ୍କା ମଞ୍ଜୁର କରିବା ପାଇଁ ୪୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ସହକାରୀ ମତ୍ସ୍ୟ ଅଧିକାରୀ । ତେବେ ୩୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା । ଏ ନେଇ ମହିଳା ସ୍ବୟଂ  ସହାୟକ ଗୋଷ୍ଠୀ ଭିଜିଲାନ୍ସ ନିକଟରେ ଜଣାଇଥିଲେ। ଗୁରୁବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା।  ଚଢାଉ ବେଳେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସୋନପୁରସ୍ଥିତ ଭଡା ଘରୁ  ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା ମିଳିଥିଲା ।  ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ମିଳିଲା ୪୮ ହଜାର ୬୧୦ ଟଙ୍କା । ମୋଟ୍‌ ୪ ଲକ୍ଷ ୭ ହଜାର ୩୧୦ ଟଙ୍କା ଭିଜିଲାନ୍ସ  ଟିମ ଜବତ କରି ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ପଚରାଉଚରା କରୁଛି।