ଭୁବନେଶ୍ୱର,୦୮/୦୨; ଡିଜିଟାଲ ମିଡ଼ିଆ ଏଡିଟରର୍ସ ଏବଂ ଓନରର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରରେ ଆଜି ଏଡିଟର ଏବଂ ଓନରର୍ସ ଆସୋସିଏସନ ଡିଜିଟାଲ ମେଡ଼ିଆର ପ୍ରାରମ୍ଭିକ ପର୍ଯ୍ୟାୟରେ ଆସୋସିଏସନର ଲୋଗୋ ଉନ୍ମୋଚନ ହୋଇ ଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ କାର୍ଯ୍ୟକାରିଣୀ ବୈଠକ ହୋଇଛି ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସାରଦା ପ୍ରସାଦ କର, ଆଇନଜୀବି ତଥା ଆସୋସିଏସନର ଲିଗାଲ ଆଡ଼ଭାଇଜର ଅମିତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପରିଡା ଅତିଥିଭାବେ ଯୋଗଦେଇ ଆସୋସିଏସନର ଅଗ୍ରଗତି ପାଇଁ ଶୃଙ୍ଖଳିତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ବିଭିନ୍ନ ୱେବ ଚାନେଲର ମାଲିକ ମାନେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ଅନୁଷ୍ଠାନ କିଭଳି ଭାବେ ଅଗ୍ରଗତି କରିବ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ୱେବ ମିଡ଼ିଆ ର କାର୍ଯ୍ୟକଳାପକୁ ରାଜନୈତିକ ମହଲରେ ବୈମାତୃକ ମନୋଭାବକୁ ଆଗାମୀ ଦିନରେ ଏକତ୍ରିତ ହୋଇ ସାମ୍ନା କରିବାପାଇଁ ଆନ୍ତରିକତା ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଆବାହକ ସ୍ୱରୂପ ମହାନ୍ତି ଓ ସଂଗଠନ ସମ୍ପାଦକ ଦେବବ୍ରତ ମହାନ୍ତି ସମ୍ପୂର୍ଣ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିବାବେଳେ, ଚକ୍ରଧର ମଝି ଧନ୍ୟବାଦ ବାର୍ତ୍ତା ଦେଇ ସଭା ସାଙ୍ଗ କରାଯାଇଥିଲା।