ନୂଆଦିଲ୍ଲୀ,୩୧/୦୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି । ଶନିବାର ଅଭିଷେକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସମସ୍ତ ବିରୋଧୀ ଦଳଙ୍କୁ ଭାରତୀୟ ଜନତା ପାର୍ଟି ବିରୋଧରେ ଏକାଠି କରିଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ମେଣ୍ଟ ଭିତରେ ଏକ ଦୁର୍ବଳ ସ୍ଥିତିରେ ଥିଲା । ସେମାନଙ୍କ ମଧ୍ୟରେ ମତଭେଦ ମଧ୍ୟରେ ସ୍ଥିତି ଆହୁରି ଦୁର୍ବଳ ମନେ ହେଉଥିଲା । କିନ୍ତୁ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ସମସ୍ତ ଦଳକୁ ଏକାଠି କରିଛି । ଖୋଲାଖୋଲି ଭାବେ ବିଜେପିକୁ ଟାର୍ଗେଟ୍ କରିଛି ଇଣ୍ଡି ମେଣ୍ଟ । ଏହି ସମ୍ପୂର୍ଣ୍ଣ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ, ଯଦିଓ ମମତା ବାନାର୍ଜୀ ବଙ୍ଗରେ କ୍ଷମତା ହରାଇଛନ୍ତି, ତଥାପି ମେଣ୍ଟ ଭିତରେ ତାଙ୍କର ପ୍ରତିଷ୍ଠା କମିନାହିଁ । ନୂଆ ନୂଆ କରି ରାଜ୍ୟରେ ସରକାର ଗଢିଥିବା ବିଜେପି ପାଇଁ ଏହି ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିପାରେ ଇଣ୍ଡି ମେଣ୍ଟ । ସେପଟେ ଅଭିଷେକଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ବଡ଼ ଆକ୍ସନ ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ପଚରାଉଚରା କରିବା ସହିତ ତଦନ୍ତକୁ ଜୋରଦାର କରିଛି ।

କଂଗ୍ରେସର ଆକ୍ରମଣ- ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ କରି ବଙ୍ଗଳା ଏବଂ କେନ୍ଦ୍ରର ବିଜେପି ସରକାର ଟାର୍ଗେଟ କରିଛନ୍ତି । ସେ ସୋନାରପୁରରେ ଅଭିଷେକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି, ଜଣେ ସାସଂଦଙ୍କ ଉପରେ ଆକ୍ରମଣ କେବଳ ଜଣେ ବ୍ୟକ୍ତି ଉପରେ ଆକ୍ରମଣ ନୁହେଁ, ଏହା ସେମାନଙ୍କୁ ନିର୍ବାଚିତ କରିଥିଲା ଲୋକଙ୍କ ଉପରେ ଆକ୍ରମଣ । ଏହା ଆମର ମିଳିତ ଐତିହ୍ୟ, ଗଣତନ୍ତ୍ର ଉପରେ ଆକ୍ରମଣ । ଏହା ବିଜେପିର ପ୍ରତିଶୋଧର ରାଜନୀତିର ଏକ ଘୃଣ୍ୟ ରୂପ । ରାହୁଲଙ୍କ ବ୍ୟତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ଟାର୍ଗେଟ କରି ଶୁଭେନ୍ଦୁ ସରକାର ଅଭିଷେକଙ୍କ ସୁରକ୍ଷାକୁ ଜାଣିଶୁଣି ବନ୍ଦ କରି ଦେଇଥିବା ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ରାଜ୍ୟ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରଭାବିତ ପରିବାକକୁ ଭେଟିବାକୁ ଯାଉଥିବା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ନିନ୍ଦନୀୟ ମୁଁ ଏହାକୁ ଦୃଢ ନିନ୍ଦା କରୁଛି ।

ଏହା ବି ପଢନ୍ତୁ...Mamata Banerjee: 'ଅଭିଷେକଙ୍କୁ ଆଡ୍ମିଟ୍ କରନି'...ହସ୍ପିଟାଲକୁ ଧମକ ସହ ଡାକ୍ତରଙ୍କ ଉପରେ ଚାପ, ମମତାଙ୍କ ଦାବି    

ସେହିପରି ଆପ୍ ନେତା ଅରବନ୍ଦ କେଜ୍ରିୱାଲ କହିଛନ୍ତି, '' ବିଜେପି ସରକାର ସମୟରେ ବଙ୍ଗଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବାରୁ ଏହି ଘଟଣା ପାଇଁ ଦାୟୀ । ଅଭିଷେକ ବାନାର୍ଜୀଙ୍କ ଉପରକୁ ଆକ୍ରମଣର କଡ଼ା ନିନ୍ଦା କରୁଛି । ବିଜେପି ଯେଉଁଠାରେ କ୍ଷମତାକୁ ଆସେ ସେଠାରେ ଏମିତି ହୁଏ ।'' ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଘଟଣାକୁ ଘୃଣ୍ୟ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଅଭିଷେୟ ବାନାର୍ଜୀଙ୍କ ଉପରେ ହତ୍ୟାକାରୀ ଆକ୍ରମଣ କରି ଅରାଜକତାବାଦୀ ବିଜେପି ସରକାର ପ୍ରମାଣ କରିଛି ଯେ, ଘୃଣା ଏବଂ ହିଂସାର ରାଜନୀତି ଖେଳିବ ବ୍ୟତୀୟ ଆଉ କିଛି କରିପାରିବ ନାହିଁ ।''

​​​​​​​

କହି ରଖୁଛି କି, ଗତକାଲି ପଶ୍ଚିମବଙ୍ଗର ସୋନାରପୁର ଗସ୍ତ ସମୟରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ଅଭିଷେକ ବାନାର୍ଜାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେଠାରେ ପହଞ୍ଚିବା ପରେ କିଛି ଲୋକ ତାଙ୍କ ଉପରକୁ ପଥର, ଅଣ୍ଡା ଏବଂ ଜୋତା ଫିଙ୍ଗିଥିଲେ । ତାଙ୍କ ସାର୍ଟକୁ ଚିରି ଦେଇଥିଲେ । 'ଚୋର ଚୋର', ନାରା ଦେଇଥିଲେ । ଏପରିକି କିଛି ଜଣ ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ତାଙ୍କୁ ହେଲମେଟ୍ ପିନ୍ଧାଇ ସେଠାରୁ ବାହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।